ଜମି କାରବାର ଲିଙ୍କ୍: ଜିଲାର ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ
ବ୍ରହ୍ମପୁର,୮ା୨(ସୁବାସ ପାଢ଼ୀ): ଜିଲାରେ ଜମି କାରବାର ଠକେଇର ଲିଙ୍କ୍ ମିଳିବା ପରେ ଗୁରୁବାର ଅର୍ଥନୈତିକ ଅପରାଧ ଶାଖା(ଇଡି)ର ୧୦ ଜଣିଆ ଟିମ୍ ଜିଲାର ବିଭିନ୍ନ ବିଲଡର ସଂସ୍ଥାରେ ଚଢ଼ାଉ କରିଛି। ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ, ଗାନ୍ଧିନଗର, ଡୁରା, ଦିଗପହଣ୍ଡି ଇତ୍ୟାଦି ଅଞ୍ଚଳରେ ଏହି ଚଢ଼ାଉ ଜରିରହିଛି। ଚଢ଼ାଉ ବେଳେ ଇଡି ଟିମ୍ ସହ ସିଆର୍ପିଏଫ୍ ଟିମ୍ ମଧ୍ୟ ରହିଛନ୍ତି। ଏକ ନିର୍ଦ୍ଦିଷ୍ଟ ଚିଟଫଣ୍ଡ ସଂସ୍ଥାର ଜମି କାରବାରରେ କିଛି ପ୍ରତିଷ୍ଠିତ ବିଲଡର, ରାଜନୈତିକ ସମର୍ଥକ ସାମିଲ ଥିବା […] The post ଜମି କାରବାର ଲିଙ୍କ୍: ଜିଲାର ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ appeared first on Dharitri Odia News.
ବ୍ରହ୍ମପୁର,୮ା୨(ସୁବାସ ପାଢ଼ୀ): ଜିଲାରେ ଜମି କାରବାର ଠକେଇର ଲିଙ୍କ୍ ମିଳିବା ପରେ ଗୁରୁବାର ଅର୍ଥନୈତିକ ଅପରାଧ ଶାଖା(ଇଡି)ର ୧୦ ଜଣିଆ ଟିମ୍ ଜିଲାର ବିଭିନ୍ନ ବିଲଡର ସଂସ୍ଥାରେ ଚଢ଼ାଉ କରିଛି। ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ, ଗାନ୍ଧିନଗର, ଡୁରା, ଦିଗପହଣ୍ଡି ଇତ୍ୟାଦି ଅଞ୍ଚଳରେ ଏହି ଚଢ଼ାଉ ଜରିରହିଛି। ଚଢ଼ାଉ ବେଳେ ଇଡି ଟିମ୍ ସହ ସିଆର୍ପିଏଫ୍ ଟିମ୍ ମଧ୍ୟ ରହିଛନ୍ତି। ଏକ ନିର୍ଦ୍ଦିଷ୍ଟ ଚିଟଫଣ୍ଡ ସଂସ୍ଥାର ଜମି କାରବାରରେ କିଛି ପ୍ରତିଷ୍ଠିତ ବିଲଡର, ରାଜନୈତିକ ସମର୍ଥକ ସାମିଲ ଥିବା ବେଳେ ସେମାନଙ୍କ ବାସଭବନ ଓ ସଂସ୍ଥା କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି। ଏହି କାରବାରରେ କୋଟି କୋଟି ଅର୍ଥ ଠକେଇ କରିଥିବା ଅଭିଯୋଗ ପରେ ଇଡି ଚଢ଼ାଉ କରୁଥିବା କୁହାଯାଉଛି। ଇଡିର କିଛି ଅଧିକାରୀଙ୍କୁ ପଚାରିବାରୁ ବର୍ତ୍ତମାନ ସେମାନେ କୌଣସି ତଥ୍ୟ ଦେବାକୁ ମନା କରିଛନ୍ତି।
The post ଜମି କାରବାର ଲିଙ୍କ୍: ଜିଲାର ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ appeared first on Dharitri Odia News.