ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ ହୋଇଥିବା ଏଭଳି ଏକ ଜାଲିଆତି ପଦାକୁ ଆସିଛି। ଏ ନେଇ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେଙ୍କ ଏତଲା କ୍ରମେ ସ୍ଥାନୀୟ ଟାଉନ ଥାନା ପୋଲିସ ଏକ ମାମଲା(ନଂ-୫୯୫/୨୪) ରୁଜୁ କରିବା ସହିତ ୩ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜମି ମାଲିକ ସୁରେଶ ଭୋସାଗର, ଜିଲା ସବ୍‌ରେଜିଷ୍ଟ୍ରାର ଅଫିସରେ […] The post ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର appeared first on Dharitri Odia News.

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ ହୋଇଥିବା ଏଭଳି ଏକ ଜାଲିଆତି ପଦାକୁ ଆସିଛି। ଏ ନେଇ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେଙ୍କ ଏତଲା କ୍ରମେ ସ୍ଥାନୀୟ ଟାଉନ ଥାନା ପୋଲିସ ଏକ ମାମଲା(ନଂ-୫୯୫/୨୪) ରୁଜୁ କରିବା ସହିତ ୩ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜମି ମାଲିକ ସୁରେଶ ଭୋସାଗର, ଜିଲା ସବ୍‌ରେଜିଷ୍ଟ୍ରାର ଅଫିସରେ କାର୍ଯ୍ୟରତ କନିଷ୍ଠ ସହାୟକ ଉମେଶ ବଢ଼େଇ ଏବଂ ବିଦ୍ୟାଧର ଭୋଇ। ସେମାନଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଚର ହେବାରୁ ଗିରଫ ୩ଅଭିଯୁକ୍ତଙ୍କୁ ଜିଲା କାରାଗାର ହାଜତକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତିଙ୍କ ଜମି ବିକ୍ରି ପାଇଁ ଓଡ଼ିଶା ଲେଣ୍ଡ୍‌ ରିଫର୍ମ(ଓଏଲଆର୍‌) ଆକ୍ଟ, ୧୯୬୦ ଅନୁଯାୟୀ ପ୍ରଶାସନିକ ଅନୁମତି ଆଦେଶ(ପରମିଶନ ଅର୍ଡ଼ର) ବାଧ୍ୟତାମୂଳକ ରହିଛି। କିନ୍ତୁ ଜମି ମାଲିକ ସୁରେଶ କିଛି ବିଭାଗୀୟ କର୍ମଚାରୀଙ୍କୁ ଧରି ନକଲି ପରମିଶନ ଅର୍ଡ଼ର ହାତେଇ ଥିଲେ ଏବଂ ଅନ୍ୟଙ୍କୁ ଜମି ବିକିଥିଲେ। ସମ୍ପୃକ୍ତ କ୍ରେତା ମଧ୍ୟ ସେହି ଜମିକୁ ଭାଗ ଭାଗ କରି ଅନ୍ୟମାନଙ୍କୁ ବିକ୍ରି କରିଥିଲେ। ଏହା ଉପଜିଲାପାଳ ପାଣ୍ଡେଙ୍କ ଦୃଷ୍ଟିକୁ ଆସିଥିଲା ଏବଂ ସେ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ଉପରୋକ୍ତ ମାମଲା ରୁଜୁ କରି ୩ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏହି ମାମଲାରେ ଆହୁରି ଅନ୍ୟ ଅଭିଯୁକ୍ତମାନେ ଥିବା ଯୋଗୁ ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଲାଇଛି।

The post ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର appeared first on Dharitri Odia News.