ଜମି ଦଲାଲକୁ ବାନ୍ଧିଲା ପୋଲିସ, ୩୧ ଲକ୍ଷ ଟଙ୍କାର ଜମିକୁ ୨ ଲକ୍ଷରେ ଜାଲିଆତି କରି କିଣିଥିଲେ !
ଚୌଦ୍ୱାର ୦୯।୦୯ : ଜମି ଠକେଇ ମାମଲାରେ ଜଣେ ଜମି ଦଲାଲକୁ ଗିରଫ କରିଛି ଚୌଦ୍ଵାର ପୋଲିସ l ୩୧ ଲକ୍ଷ ଟଙ୍କା ଜମିର ମୂଲ୍ୟ ଥିବା ବେଳେ ଦଲାଲ ଜଣଙ୍କ ୨ଲକ୍ଷ ଟଙ୍କା ଦେଇ ସମ୍ପୂର୍ଣ୍ଣ ଜମିକୁ ଠକେଇ କରି କିଣି ନେଇଥିଲା l ଯିଏ ଏବେ ପୋଲିସ ହାବୁଡରେ ପଡିଛି ।ଖବର ଅନୁଯାୟୀ, ଚୌଦ୍ଵାର ଥାନା ଅନ୍ତର୍ଗତ ମହଲାପଡ଼ା ଅଞ୍ଚଳର ବୃଦ୍ଧ ବିଷ୍ଣୁ ପ୍ରଧାନ ନିଜର ପୈତୃକ ସଂପତ୍ତି ବିକ୍ରି କରିବାକୁ ଭୁବନେଶ୍ୱର ଅଞ୍ଚଳରେ ଯୁବକ ବବଲୁ କୁମାର ଓରଫ ବବୁଲୁଙ୍କ ସହିତ ଯୋଗାଯୋଗ କରିଥିଲେ l ପରବର୍ତ୍ତୀ ସମୟରେ ବବଲୁ ଉକ୍ତ ଜମି କିଣିବା ପାଇଁ ୩୧ ଲକ୍ଷ ଟଙ୍କାରେ ଚୁକ୍ତି ହେବା ପରେ ରେଜିଷ୍ଟ୍ରେସନ୍ ପୂର୍ବରୁ ସଂପୃକ୍ତ ବୃଦ୍ଧଙ୍କୁ ଅଗ୍ରୀମ ୨ ଲକ୍ଷ ଟଙ୍କା ଦେଇଥିଲେ l ପରେ ବୃଦ୍ଧଙ୍କ ପରିବାର ସହିତ ନିଜର ପାରିବାରିକ ସମ୍ପର୍କ ବଢ଼ାଇ ନିଜର ବିଶ୍ବାସ ଜମାଇଥିଲେ l ଶେଷରେ ଅଭିଯୁକ୍ତ ଦଲାଲ ଜଣଙ୍କ ଜମି ବାବଦକୁ ଅଗ୍ରୀମ ମାତ୍ର ୨ ଲକ୍ଷ ଦେଇ ବାକି ୨୯ ଲକ୍ଷ ଟଙ୍କା ଅଳ୍ପ ଦିନ ବ୍ୟବଧାନରେ ଦେବେ ବୋଲି କହି ଜମିକୁ ନିଜର ପତ୍ନୀ ନାମରେ ରେଜିଷ୍ଟ୍ରି କରାଇ ନେଇଥିଲା l ରେଜିଷ୍ଟ୍ରେସନ୍ ପରେ ବୃଦ୍ଧ ଜଣଙ୍କ ଯୁବକକୁ ଯୋଗାଯୋଗ କରିଥିଲେ ମଧ୍ୟ ତାର ଫୋନ୍ ବନ୍ଦ ଥିଲା l ପରେ ବୃଦ୍ଧ ଜଣଙ୍କ ଚୌଦ୍ଵାର ଥାନାରେ ଏତଲା ଦେଇଥିଲେ । ଏତଲା ନଂ ୧୫୧/୨୦୨୪ରେ ଧାରା ୪୨୦/୩୪ ଠକେଇ ମାମଲାରେ ଚୌଦ୍ଵାର ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l
ଚୌଦ୍ୱାର ୦୯।୦୯ : ଜମି ଠକେଇ ମାମଲାରେ ଜଣେ ଜମି ଦଲାଲକୁ ଗିରଫ କରିଛି ଚୌଦ୍ଵାର ପୋଲିସ l ୩୧ ଲକ୍ଷ ଟଙ୍କା ଜମିର ମୂଲ୍ୟ ଥିବା ବେଳେ ଦଲାଲ ଜଣଙ୍କ ୨ଲକ୍ଷ ଟଙ୍କା ଦେଇ ସମ୍ପୂର୍ଣ୍ଣ ଜମିକୁ ଠକେଇ କରି କିଣି ନେଇଥିଲା l ଯିଏ ଏବେ ପୋଲିସ ହାବୁଡରେ ପଡିଛି ।
ଖବର ଅନୁଯାୟୀ, ଚୌଦ୍ଵାର ଥାନା ଅନ୍ତର୍ଗତ ମହଲାପଡ଼ା ଅଞ୍ଚଳର ବୃଦ୍ଧ ବିଷ୍ଣୁ ପ୍ରଧାନ ନିଜର ପୈତୃକ ସଂପତ୍ତି ବିକ୍ରି କରିବାକୁ ଭୁବନେଶ୍ୱର ଅଞ୍ଚଳରେ ଯୁବକ ବବଲୁ କୁମାର ଓରଫ ବବୁଲୁଙ୍କ ସହିତ ଯୋଗାଯୋଗ କରିଥିଲେ l ପରବର୍ତ୍ତୀ ସମୟରେ ବବଲୁ ଉକ୍ତ ଜମି କିଣିବା ପାଇଁ ୩୧ ଲକ୍ଷ ଟଙ୍କାରେ ଚୁକ୍ତି ହେବା ପରେ ରେଜିଷ୍ଟ୍ରେସନ୍ ପୂର୍ବରୁ ସଂପୃକ୍ତ ବୃଦ୍ଧଙ୍କୁ ଅଗ୍ରୀମ ୨ ଲକ୍ଷ ଟଙ୍କା ଦେଇଥିଲେ l ପରେ ବୃଦ୍ଧଙ୍କ ପରିବାର ସହିତ ନିଜର ପାରିବାରିକ ସମ୍ପର୍କ ବଢ଼ାଇ ନିଜର ବିଶ୍ବାସ ଜମାଇଥିଲେ l ଶେଷରେ ଅଭିଯୁକ୍ତ ଦଲାଲ ଜଣଙ୍କ ଜମି ବାବଦକୁ ଅଗ୍ରୀମ ମାତ୍ର ୨ ଲକ୍ଷ ଦେଇ ବାକି ୨୯ ଲକ୍ଷ ଟଙ୍କା ଅଳ୍ପ ଦିନ ବ୍ୟବଧାନରେ ଦେବେ ବୋଲି କହି ଜମିକୁ ନିଜର ପତ୍ନୀ ନାମରେ ରେଜିଷ୍ଟ୍ରି କରାଇ ନେଇଥିଲା l ରେଜିଷ୍ଟ୍ରେସନ୍ ପରେ ବୃଦ୍ଧ ଜଣଙ୍କ ଯୁବକକୁ ଯୋଗାଯୋଗ କରିଥିଲେ ମଧ୍ୟ ତାର ଫୋନ୍ ବନ୍ଦ ଥିଲା l ପରେ ବୃଦ୍ଧ ଜଣଙ୍କ ଚୌଦ୍ଵାର ଥାନାରେ ଏତଲା ଦେଇଥିଲେ । ଏତଲା ନଂ ୧୫୧/୨୦୨୪ରେ ଧାରା ୪୨୦/୩୪ ଠକେଇ ମାମଲାରେ ଚୌଦ୍ଵାର ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l