ଜମି ଦଲାଲଙ୍କ ସହ ମିଶି ଜାଲିଆତି କରିବା ମାମଲା : ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସିନିୟର କ୍ଲର୍କ ଗିରଫ
କଟକ ୨୨।୮: କଟକ ଚାଉଳିଆଗଞ୍ଜ ଥାନା ପୋଲିସକୁ ବଡ଼ ସଫଳତା । ଚାଉଳିଆଗଞ୍ଜ ଥାନା ପୋଲିସ ହାତରେ ଧରାପଡ଼ିଲେ କଟକ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ସିନିୟର କ୍ଲର୍କ ନଳିନୀକାନ୍ତ ମହାନ୍ତି । ଜମି ଦଲାଲଙ୍କ ସହ ମିଶି ଜମି ଜାଲିଆତି କରି ବିକ୍ରି କରିବା ମାମଲାରେ ସେ ଗିରଫ ହୋଇଛନ୍ତି । ଜମି ଦଲାଲଙ୍କ ସହ ମିଶି ଡକ୍ୟୁମେଣ୍ଟ ଯାଞ୍ଚ ନକରି ନିହାର ରଞ୍ଜନ ସେନାପତିଙ୍କ ଓ ଏମ୍ ପି ଅଞ୍ଚଳର ଏକ ଜମିକୁ ପଞ୍ଜିକରଣ କରେଇଥିଲେ । ଏହି ଘଟଣା ସମ୍ପର୍କରେ କଟକ ଚାଉଳିଆଗଞ୍ଜ ଥାନାରେ ରଞ୍ଜନଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଘଟଣାର ଖୋଳତାଡ଼ କରିଥିଲା ପୋଲିସ । ପୂର୍ବରୁ ୫ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବୁଧବାର ନଳିନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ନଳିନୀଙ୍କ ନାଁରେ ପୂର୍ବରୁ ମଧ୍ୟ ଲାଲବାଗ ଥାନାରେ ମାମଲା ଥିଲା । ସେ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲେ । ଏମିତିକି ଏହି ଘଟଣାରେ କଟକ ସଦର ତହସିଲ କର୍ମଚାରୀଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି । ତହସିଲଦାର ଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର । ଅନ୍ୟପଟେ ଏହି ଘଟଣାର ବିଭାଗୀୟ ତଦନ୍ତ କରାଯାଉଛି । ଯିଏ ବି ଦୋଷୀ ଟଙ୍କା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ୍ ।You Can Read:ଗଣେଶ ଇନିଷ୍ଟି
କଟକ ୨୨।୮: କଟକ ଚାଉଳିଆଗଞ୍ଜ ଥାନା ପୋଲିସକୁ ବଡ଼ ସଫଳତା । ଚାଉଳିଆଗଞ୍ଜ ଥାନା ପୋଲିସ ହାତରେ ଧରାପଡ଼ିଲେ କଟକ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ସିନିୟର କ୍ଲର୍କ ନଳିନୀକାନ୍ତ ମହାନ୍ତି । ଜମି ଦଲାଲଙ୍କ ସହ ମିଶି ଜମି ଜାଲିଆତି କରି ବିକ୍ରି କରିବା ମାମଲାରେ ସେ ଗିରଫ ହୋଇଛନ୍ତି । ଜମି ଦଲାଲଙ୍କ ସହ ମିଶି ଡକ୍ୟୁମେଣ୍ଟ ଯାଞ୍ଚ ନକରି ନିହାର ରଞ୍ଜନ ସେନାପତିଙ୍କ ଓ ଏମ୍ ପି ଅଞ୍ଚଳର ଏକ ଜମିକୁ ପଞ୍ଜିକରଣ କରେଇଥିଲେ । ଏହି ଘଟଣା ସମ୍ପର୍କରେ କଟକ ଚାଉଳିଆଗଞ୍ଜ ଥାନାରେ ରଞ୍ଜନଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଘଟଣାର ଖୋଳତାଡ଼ କରିଥିଲା ପୋଲିସ । ପୂର୍ବରୁ ୫ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବୁଧବାର ନଳିନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ନଳିନୀଙ୍କ ନାଁରେ ପୂର୍ବରୁ ମଧ୍ୟ ଲାଲବାଗ ଥାନାରେ ମାମଲା ଥିଲା । ସେ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲେ । ଏମିତିକି ଏହି ଘଟଣାରେ କଟକ ସଦର ତହସିଲ କର୍ମଚାରୀଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରାଯାଉଛି । ତହସିଲଦାର ଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର । ଅନ୍ୟପଟେ ଏହି ଘଟଣାର ବିଭାଗୀୟ ତଦନ୍ତ କରାଯାଉଛି । ଯିଏ ବି ଦୋଷୀ ଟଙ୍କା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ୍ ।
You Can Read:
ଗଣେଶ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା