ଜମି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ, ବଡ଼ ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ମୃତ୍ୟୁ

ବ୍ରହ୍ମପୁର: ଜମି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ। ବଡ଼ଭାଇ ଓ ପୁତୁରାର ଟାଙ୍ଗିଆ ଚୋଟରେ ସାନଭାଇ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ପଞ୍ଚାୟତର କଇଠା ଗାଁ ମଳାଶିଙ୍ଗା ଓଡିଆରପି କଲୋନୀରେ। ମୃତକଙ୍କ ନାଁ ଭୀମ ବେହେରା (୫୫) ବୋଲି ପୋଲିସ ସୂଚନା ଦେଇଛି।  ସୂଚନା ଅନୁଯାୟୀ, କଇଠା ଓଡିଆରପି କଲୋନୀରେ ସୁରେନ୍ଦ୍ର ବେହେରା ଓ ସାନଭାଇ ଭୀମ ବେହେରା ପରିବାର ସହ କିଛି ବର୍ଷ ହେଲା ରହି ଆସୁଥିଲେ। ହେଲେ କିଆବାଡ଼ ଜମିକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଗ୍ରାମ ସଭାରେ ମଧ୍ୟ ସମାଧାନ ପାଇଁ ଉଦ୍ୟମ ହୋଇଥିଲେବି କିଛି ଲାଭ ହୋଇନଥିଲା। ଆହୁରି ପଢ଼ନ୍ତୁ: ବାଘ ମୃତ୍ୟୁକୁ ଚାପି ଦେବାପାଇଁ ବନ ବିଭାଗର ଉଦ୍ୟମ ଆଉ ରବିବାର ଅପରାହ୍ନରେ ଭୀମ, ସୁରେନ୍ଦ୍ରଙ୍କ ଘରେ ପହଞ୍ଚି ଜମି ପ୍ରସଙ୍ଗରେ ଗାଳି ଗୁଲଜ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ଭାଇ ସୁରେନ୍ଦ୍ର ଓ ତାଙ୍କ ପୁଅ ମୋହନ, ଘରେ ଥିବା ଟାଙ୍ଗିଆରେ ଭୀମଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ଭୀମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଘଟଣା ସ୍ଥଳରେ ଭୀମଙ୍କ ମୃତ୍ୟୁ ଘଟିଥିଲା। ସେପଟେ ଖବର ପାଇ ଘଟଣା ସ୍ଥଳରେ ସଦର ଏସଡିପିଓ ଓ ଗୋଳନ୍ଥରା ଥାନା ଅଧିକାରୀ ପହଞ୍ଚି ଅଭିଯୁକ୍ତ ଦ୍ୱୟଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହା ସହ ପୋଲିସ ଘଟଣା ସ୍ଥଳରୁ କିଆକାତି, ଟାଙ୍ଗିଆ ଜବତ କରି ମୃତଦେହକୁ ଜବତ କରି ବ

ଜମି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ, ବଡ଼ ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ମୃତ୍ୟୁ

ବ୍ରହ୍ମପୁର: ଜମି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ। ବଡ଼ଭାଇ ଓ ପୁତୁରାର ଟାଙ୍ଗିଆ ଚୋଟରେ ସାନଭାଇ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ପଞ୍ଚାୟତର କଇଠା ଗାଁ ମଳାଶିଙ୍ଗା ଓଡିଆରପି କଲୋନୀରେ। ମୃତକଙ୍କ ନାଁ ଭୀମ ବେହେରା (୫୫) ବୋଲି ପୋଲିସ ସୂଚନା ଦେଇଛି। 

ସୂଚନା ଅନୁଯାୟୀ, କଇଠା ଓଡିଆରପି କଲୋନୀରେ ସୁରେନ୍ଦ୍ର ବେହେରା ଓ ସାନଭାଇ ଭୀମ ବେହେରା ପରିବାର ସହ କିଛି ବର୍ଷ ହେଲା ରହି ଆସୁଥିଲେ। ହେଲେ କିଆବାଡ଼ ଜମିକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ଗ୍ରାମ ସଭାରେ ମଧ୍ୟ ସମାଧାନ ପାଇଁ ଉଦ୍ୟମ ହୋଇଥିଲେବି କିଛି ଲାଭ ହୋଇନଥିଲା।

ଆହୁରି ପଢ଼ନ୍ତୁ: ବାଘ ମୃତ୍ୟୁକୁ ଚାପି ଦେବାପାଇଁ ବନ ବିଭାଗର ଉଦ୍ୟମ

ଆଉ ରବିବାର ଅପରାହ୍ନରେ ଭୀମ, ସୁରେନ୍ଦ୍ରଙ୍କ ଘରେ ପହଞ୍ଚି ଜମି ପ୍ରସଙ୍ଗରେ ଗାଳି ଗୁଲଜ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ଭାଇ ସୁରେନ୍ଦ୍ର ଓ ତାଙ୍କ ପୁଅ ମୋହନ, ଘରେ ଥିବା ଟାଙ୍ଗିଆରେ ଭୀମଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏଥିରେ ଭୀମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଘଟଣା ସ୍ଥଳରେ ଭୀମଙ୍କ ମୃତ୍ୟୁ ଘଟିଥିଲା।

ସେପଟେ ଖବର ପାଇ ଘଟଣା ସ୍ଥଳରେ ସଦର ଏସଡିପିଓ ଓ ଗୋଳନ୍ଥରା ଥାନା ଅଧିକାରୀ ପହଞ୍ଚି ଅଭିଯୁକ୍ତ ଦ୍ୱୟଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହା ସହ ପୋଲିସ ଘଟଣା ସ୍ଥଳରୁ କିଆକାତି, ଟାଙ୍ଗିଆ ଜବତ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ହତ୍ୟା ମାମଲା ରୁଜୁ କରିଛି।

ଆହୁରି ପଢ଼ନ୍ତୁ: ଯୁବକଙ୍କ ଅଜବ କାରାନାମା, ଆତ୍ମହତ୍ୟା କରିବାକୁ ପୋଲିସକୁ ଫୋନ୍ ଯୋଗେ ଧମକ

The post ଜମି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ, ବଡ଼ ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ମୃତ୍ୟୁ appeared first on Prameya News7.