ଜମି ବିବାଦକୁ ନେଇ ମାଁ ଝିଅଙ୍କୁ ଛୁରାମାଡ,ଭିମସାରରେ ଭର୍ତ୍ତି

ସମ୍ବଲପୁର:ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଛୋଟ ଟେଲରିଂ ଦୋକାନ କରିଥିବା ତଥା ଦାନୀପାଲିରେ ରହୁଥିବା ମାଁ -ଝିଅ ଇନ୍ଦୁ ଦାଶ ଓ ପାୟଲ ଦାଶଙ୍କୁ ପଡୋଶୀ ଛୁରୀ ଭୂଷି ଦେଇଛନ୍ତି। ଆହତ ଅବସ୍ଥାରେ ମାଁ -ଝିଅଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ହେବାରୁ ସେଠାରୁ ବୁର୍ଲ୍ଲା ଭିମସାର କୁ ପ୍ରେରଣ କରାଯାଇଛି।ବର୍ତ୍ତମାନକୁ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ମେଡିକାଲ ସୂତ୍ରରୁ ଜଣାପଡିଛି। ଇନ୍ଦୁ ଙ୍କ ସ୍ବାମୀ ମୋଜାଇକ ମିସ୍ତ୍ରୀ ହେଲେ ସୁଦ୍ଧା ଅସୁସ୍ଥତା ହେତୁ ପୂର୍ଣ୍ଣ […] The post ଜମି ବିବାଦକୁ ନେଇ ମାଁ ଝିଅଙ୍କୁ ଛୁରାମାଡ,ଭିମସାରରେ ଭର୍ତ୍ତି appeared first on Odisha.News.

ଜମି ବିବାଦକୁ ନେଇ ମାଁ ଝିଅଙ୍କୁ ଛୁରାମାଡ,ଭିମସାରରେ ଭର୍ତ୍ତି

ସମ୍ବଲପୁର:ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଛୋଟ ଟେଲରିଂ ଦୋକାନ କରିଥିବା ତଥା ଦାନୀପାଲିରେ ରହୁଥିବା ମାଁ -ଝିଅ ଇନ୍ଦୁ ଦାଶ ଓ ପାୟଲ ଦାଶଙ୍କୁ ପଡୋଶୀ ଛୁରୀ ଭୂଷି ଦେଇଛନ୍ତି। ଆହତ ଅବସ୍ଥାରେ ମାଁ -ଝିଅଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ହେବାରୁ ସେଠାରୁ ବୁର୍ଲ୍ଲା ଭିମସାର କୁ ପ୍ରେରଣ କରାଯାଇଛି।ବର୍ତ୍ତମାନକୁ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ମେଡିକାଲ ସୂତ୍ରରୁ ଜଣାପଡିଛି।
ଇନ୍ଦୁ ଙ୍କ ସ୍ବାମୀ ମୋଜାଇକ ମିସ୍ତ୍ରୀ ହେଲେ ସୁଦ୍ଧା ଅସୁସ୍ଥତା ହେତୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ନୁହନ୍ତି। ଏମାନଙ୍କ ଦୁଇ ଝିଅ , ଗୋଟିଏ ପୁଅ । ବଡ଼ ଝିଅକୁ ରିଆମାଲର ଏକ ମାରୱାଡି ବ୍ୟବସାୟୀ ପରିବାରର ସଦସ୍ୟ ଆଦର୍ଶ ବିବାହ କରିଛନ୍ତି। ପୁଅ ପାଠ ପଢ଼ୁଛନ୍ତି।
ମା ଝିଅ ନିଜର ସିଲେଇ ଦୋକାନକୁ ଯାଉଥିବା ବେଳେ ଘର ନିକଟରେ ପଡୋଶି ଛୁରାମାଡ କରିଥିବା ପୋଲିସ କହିଛି।ପୋଲିସ ଘଟଣାର ଅନୁସନ୍ଧାନ କରି ଆସାମୀକୁ ଖୁବ୍ ଶିଘ୍ର କାବୁ କରିବ ବୋଲି କହିଛି।
ମାଁ ଝିଅ ପରିଶ୍ରମ କରି ବଡ଼ କଷ୍ଟରେ ଜମି ଖଣ୍ଡିଏ କିଣି ଧାର ଉଧାର କରି ଦାନୀପାଲିରେ ଘରଟିଏ କରିଛନ୍ତି। ତେବେ ପଡୋଶୀ ଜମି ବିବାଦ ଯୋଗୁଁ ଶତୃତା କରି ଆସିଛନ୍ତି। ବହୁବାର ଥାନାକୁ ମାମଲା ଯାଇଛି ।କିନ୍ତୁ ପୋଲିସ ଘଟଣାର ତଦନ୍ତକରି କାର୍ଯ୍ୟାନୁଷ୍ଟାନରେ ଅବହେଲା କରିବା କାରଣରୁ ଏଭଳି ଘଟଣା ଘଟିଥିବା ଅଞ୍ଚଳରେ ଚର୍ଚା ହେଉଛି।
ମାଁ ଝିଅ ଟେଲରିଂ ଦୋକାନ ଖୋଲିବା ପାଇଁ ସ୍କୁଟରରେ ଘରୁ ଆସୁଥିବା ବେଳେ ଘର ପାଖରେ ଆକ୍ରମଣ ଘଟିଛି ଓ ସୁରଜ ହାତୀ ଏଭଳି କାଣ୍ଡ କରିଥିବା ପୋଲିସ ସୂଚନା ଦେଇଛି।

The post ଜମି ବିବାଦକୁ ନେଇ ମାଁ ଝିଅଙ୍କୁ ଛୁରାମାଡ,ଭିମସାରରେ ଭର୍ତ୍ତି appeared first on Odisha.News.