ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଉଭୟ ପକ୍ଷରୁ ୬ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ଜମିବାଡ଼ି ବିବାଦକୁ ନେଇ ତୁମୁଳ କାଣ୍ଡ । ଉଭୟ ପକ୍ଷ ମୁହାଁମୁହିଁରେ ୬ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ଜଳମଣ୍ଡୁଆ ପଂଚାୟତ ପଦୀ ନାରାୟଣପୁରରେ। ସୂଚନା ଅନୁଯାୟୀ, ଗ୍ରାମର ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ରହିଥିଲା। ପୂର୍ବରୁ ମଧ୍ୟ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ହେଲେ ସୋମବାର, ଉଗ୍ର ରୂପ ନେଇଥିଲା ଏହି ବିବାଦ। ଆଉ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଉଭୟ ୪ ମହିଳା ଏବଂ ୨ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ଏବେବି ଗ୍ରାମରେ ଉତ୍ତେଜନା ଜାରି ରହିଛି।ଘଟଣାର ସୂଚନା ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାରେ ଅନ୍ୟ ଗାଁର ଦୁଇ ଆକ୍ରମଣକାରୀଙ୍କୁ ଗ୍ରାମବାସୀ ଅଟକ ରଖିଥିବାବେଳେ ପୋଲିସ ଦୁଇ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି। 

ଜମିବାଡ଼ି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଉଭୟ ପକ୍ଷରୁ ୬ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ଜମିବାଡ଼ି ବିବାଦକୁ ନେଇ ତୁମୁଳ କାଣ୍ଡ । ଉଭୟ ପକ୍ଷ ମୁହାଁମୁହିଁରେ ୬ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ ଜଳମଣ୍ଡୁଆ ପଂଚାୟତ ପଦୀ ନାରାୟଣପୁରରେ। 

ସୂଚନା ଅନୁଯାୟୀ, ଗ୍ରାମର ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦ ରହିଥିଲା। ପୂର୍ବରୁ ମଧ୍ୟ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ହେଲେ ସୋମବାର, ଉଗ୍ର ରୂପ ନେଇଥିଲା ଏହି ବିବାଦ। ଆଉ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଉଭୟ ୪ ମହିଳା ଏବଂ ୨ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ଏବେବି ଗ୍ରାମରେ ଉତ୍ତେଜନା ଜାରି ରହିଛି।

ଘଟଣାର ସୂଚନା ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାରେ ଅନ୍ୟ ଗାଁର ଦୁଇ ଆକ୍ରମଣକାରୀଙ୍କୁ ଗ୍ରାମବାସୀ ଅଟକ ରଖିଥିବାବେଳେ ପୋଲିସ ଦୁଇ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି।