ଜମିରେ ନିଆଁ, ଧୂଆଁରେ ଲୋକେ ଅସ୍ତବ୍ୟସ୍ତ

ନିରାକାରପୁର,୬ା୪(ମାନସ ଚନ୍ଦ୍ର ପଟ୍ଟନାୟକ): କିଛି ଦିନ ତଳେ ହୋଇଥିବା କାଳବୈଶାଖୀ ଛାଡ଼ିଯିବା ପରେ ପାଗରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି। ଏହାର ପ୍ରଭାବରେ ଉତ୍ତାପ ଜାରି ରହିଛି। ଦୈନିକ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ଏଭଳି ପରିସ୍ଥିତିରେ କେତକ ଚାଷୀ ଧାନ ଅମଳ କରି ଜମିରେ ଗଦା କରିଥିବା ପାଳ, ନଡ଼ା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ନିଆଁ ଲଗାଇବାରୁ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ଅଧିକ ଅନୁଭୂତି ହେବା ସହିତ ଏହି ବିଲର ପାଖାପାଖି ଅଞ୍ଚଳରେ ବସବାସ କରୁଥିବା […] The post ଜମିରେ ନିଆଁ, ଧୂଆଁରେ ଲୋକେ ଅସ୍ତବ୍ୟସ୍ତ appeared first on Dharitri Odia News.

ଜମିରେ ନିଆଁ, ଧୂଆଁରେ ଲୋକେ ଅସ୍ତବ୍ୟସ୍ତ

ନିରାକାରପୁର,୬ା୪(ମାନସ ଚନ୍ଦ୍ର ପଟ୍ଟନାୟକ): କିଛି ଦିନ ତଳେ ହୋଇଥିବା କାଳବୈଶାଖୀ ଛାଡ଼ିଯିବା ପରେ ପାଗରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି। ଏହାର ପ୍ରଭାବରେ ଉତ୍ତାପ ଜାରି ରହିଛି। ଦୈନିକ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ଏଭଳି ପରିସ୍ଥିତିରେ କେତକ ଚାଷୀ ଧାନ ଅମଳ କରି ଜମିରେ ଗଦା କରିଥିବା ପାଳ, ନଡ଼ା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ନିଆଁ ଲଗାଇବାରୁ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ଅଧିକ ଅନୁଭୂତି ହେବା ସହିତ ଏହି ବିଲର ପାଖାପାଖି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅଣ ନିଃଶ୍ୱାସୀ ହୋଇପଡୁଥିବା ଅଭିଯୋଗ ହେଉଛି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତ ଅନ୍ତର୍ଗତ ଓରମୀ ଅଞ୍ଚଳରେ ଶନିବାର ଦେଖିବାକୁ ମିଳିଛି। କେହି ଜଣେ ଚାଷୀ ଆଜି ତାଙ୍କ ଉକ୍ତ ଗହୀର ଜମିରେ ଥିବା ଧାନର ବର୍ଜ୍ୟବସ୍ତୁରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଚତୁଃପାର୍ଶ୍ୱ ପରିବେଶ ଧୂଆଁମୟ ହୋଇପଡ଼ିଥିଲା। ସେଇ ଅନୁପାତରେ ଉକ୍ତ ଅଞ୍ଚଳରେ ମଧ୍ୟ ପ୍ରବଳ ତାତି ଅନୁଭୂତ ହୋଇଥିଲା। ପ୍ରଶାସନ ପକ୍ଷରୁ ଚାଷ କ୍ଷେତରେ ଗ୍ରୀଷ୍ମ ସମୟରେ ଏଭଳି ନ କରିବାକୁ ସଚେତନତା ସୃଷ୍ଟି କରିବା ଦରକାର ବୋଲି ସ୍ଥାନୀୟବାସୀ ଦାବି କରିଛନ୍ତି।

The post ଜମିରେ ନିଆଁ, ଧୂଆଁରେ ଲୋକେ ଅସ୍ତବ୍ୟସ୍ତ appeared first on Dharitri Odia News.