ଜମୁଛି ବରଗଡ଼ ଧନୁଯାତ୍ରା : ଗୋପୀଙ୍କ ସହ ରାସଲୀଳା କଲେ କହ୍ନେଇ, କୃଷ୍ଣ-ବଳରାମଙ୍କୁ ମାରିବାକୁ କଂସଙ୍କ ରଙ୍ଗସଭା

ବରଗଡ଼ ୨୧।୦୧ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠଦିନରେ ରାଧାକୃଷ୍ଣଙ୍କ ରାସଲୀଳା। ଗୋପପୁରରେ ଗୋପିଙ୍କ ବସ୍ତ୍ରହରଣ ଦୃଶ୍ୟ ଅଭିନିତ ହୋଇଛି । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠଦିନରେ ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାସଲିଳା ଚାଲିଥିବା ବେଳେ ଗୋପୀ ମାନେ ଯମୁନା ପାର ହୋଇ ମଥୁରାକୁ ଦହି ବିକିବାକୁ ଯାଉଛନ୍ତି। ଏହି ସମୟରେ ଗୋପୀ ଓ ରାଧାଙ୍କ ସହ ନଟଖଟିଆ କାହ୍ନୁ ନୃତ୍ୟଗୀତରେ ବେଶ ମସଗୁଲ ହୋଇଯାଇଥିଲେ। ଯମୁନା ନଈରେ ଗୋପୀମାନେ ସ୍ନାନ କରୁଥିବା ବେଳେ ସେମାନଙ୍କ ବସ୍ତ୍ରହରଣ କରିଛନ୍ତି ନଟବରକୃଷ୍ଣ। ଗୋପୀମାନେ ବହୁ କାକୁତିମିନତି ହୋଇ କୃଷ୍ଣଙ୍କୁ ନିବେଦନ କରିବା ପରେ ସେ ଗୋପୀଙ୍କ ବସ୍ତ୍ର ଫେରାଇଛନ୍ତି ।ଏହି ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ସମସ୍ତେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଛନ୍ତି । ଅନ୍ୟପଟେ ମଥୁରା ନରେଶ ମହାରାଜ କଂସ ବିବ୍ରତ ହୋଇପଡିଛନ୍ତି । କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ମଥୁରା ରାଜଦରବାରରେ ମହାରାଜ କଂସ ଆୟୋଜନ କରିଛନ୍ତି ରଙ୍ଗସଭା। କୃଷ୍ଣଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର । ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି ଆୟୋଜନ କରିଛନ୍ତି ରଂଗସଭା। ଏହି ରଂଗସଭାରେ ମହାରାଜଙ୍କ ନିମନ୍ତ୍ରଣ ପାଇ ମିତ୍ର ପକ୍ଷ ରାଜ୍ୟର ବହୁରାଜା ଆସିଛନ୍ତି ମଥୁରା ରାଜଦରବାରକୁ । ମଗଧ ରାଜା ଜରାସନ୍ଧଙ୍କ ସହ ଶିଶୁପାଲ , ନରକାସୁର, ପରି ବଡ଼ବଡ଼ ଯୋଦ୍ଧାମାନେ ମହାରାଜ କଂସଙ୍କୁ ଆଶ୍ୱାସନ

ଜମୁଛି ବରଗଡ଼ ଧନୁଯାତ୍ରା : ଗୋପୀଙ୍କ ସହ ରାସଲୀଳା କଲେ କହ୍ନେଇ, କୃଷ୍ଣ-ବଳରାମଙ୍କୁ ମାରିବାକୁ କଂସଙ୍କ ରଙ୍ଗସଭା

ବରଗଡ଼ ୨୧।୦୧ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠଦିନରେ ରାଧାକୃଷ୍ଣଙ୍କ ରାସଲୀଳା। ଗୋପପୁରରେ ଗୋପିଙ୍କ ବସ୍ତ୍ରହରଣ ଦୃଶ୍ୟ ଅଭିନିତ ହୋଇଛି । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠଦିନରେ ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାସଲିଳା ଚାଲିଥିବା ବେଳେ ଗୋପୀ ମାନେ ଯମୁନା ପାର ହୋଇ ମଥୁରାକୁ ଦହି ବିକିବାକୁ ଯାଉଛନ୍ତି। ଏହି ସମୟରେ ଗୋପୀ ଓ ରାଧାଙ୍କ ସହ ନଟଖଟିଆ କାହ୍ନୁ ନୃତ୍ୟଗୀତରେ ବେଶ ମସଗୁଲ ହୋଇଯାଇଥିଲେ। ଯମୁନା ନଈରେ ଗୋପୀମାନେ ସ୍ନାନ କରୁଥିବା ବେଳେ ସେମାନଙ୍କ ବସ୍ତ୍ରହରଣ କରିଛନ୍ତି ନଟବରକୃଷ୍ଣ। ଗୋପୀମାନେ ବହୁ କାକୁତିମିନତି ହୋଇ କୃଷ୍ଣଙ୍କୁ ନିବେଦନ କରିବା ପରେ ସେ ଗୋପୀଙ୍କ ବସ୍ତ୍ର ଫେରାଇଛନ୍ତି ।ଏହି ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିବା ବେଳେ ସମସ୍ତେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଛନ୍ତି ।

ଅନ୍ୟପଟେ ମଥୁରା ନରେଶ ମହାରାଜ କଂସ ବିବ୍ରତ ହୋଇପଡିଛନ୍ତି । କୃଷ୍ଣ ବଳରାମଙ୍କୁ ମାରିବା ପାଇଁ ମଥୁରା ରାଜଦରବାରରେ ମହାରାଜ କଂସ ଆୟୋଜନ କରିଛନ୍ତି ରଙ୍ଗସଭା। କୃଷ୍ଣଙ୍କୁ ମାରିବା ପାଇଁ ରଚିଛନ୍ତି ଷଢ଼ଯନ୍ତ୍ର । ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି ଆୟୋଜନ କରିଛନ୍ତି ରଂଗସଭା। ଏହି ରଂଗସଭାରେ ମହାରାଜଙ୍କ ନିମନ୍ତ୍ରଣ ପାଇ ମିତ୍ର ପକ୍ଷ ରାଜ୍ୟର ବହୁରାଜା ଆସିଛନ୍ତି ମଥୁରା ରାଜଦରବାରକୁ । ମଗଧ ରାଜା ଜରାସନ୍ଧଙ୍କ ସହ ଶିଶୁପାଲ , ନରକାସୁର, ପରି ବଡ଼ବଡ଼ ଯୋଦ୍ଧାମାନେ ମହାରାଜ କଂସଙ୍କୁ ଆଶ୍ୱାସନା ଦେଇଛନ୍ତି ଏବଂ କୃଷ୍ଣ ବଳରାମଙ୍କୁ ମାରିବାପାଇଁ ଗୋପପୁର ଅଭିମୁଖେ ବାହାରିପଡ଼ିଛନ୍ତି। ଏହି ଖୁସିରେ ମହାରାଜ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ଵାରା ନୃତ୍ୟଗୀତର ଆୟୋଜନ କରିଛନ୍ତି।

ତେବେ ଧନୁଯାତ୍ରାର ସପ୍ତମଦିନରେ ଗୋପପୁରରେ ରାଧାକୃଷ୍ଣଙ୍କ ନାବକେଲି ଏବଂ ମଥୁରାରେ ଧନୁଯାତ୍ରା ପାଇଁ କୃଷ୍ଣ ବଳରାମଙ୍କୁ ଧରିଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜ କଂସଙ୍କ ଚିଟାଉ ପ୍ରସ୍ତୁତ ,ଚିଟାଉ ନେଇ ମନ୍ତ୍ରୀ ଅକୃରଙ୍କ ଗୋପପୁର ଗମନପରୀ ଦୃଶ୍ୟ ଅଭିନୀ ତହେବ।

https://www.prameyanews7.com/sudhakar-basanta-injured-in-road-accident/

The post ଜମୁଛି ବରଗଡ଼ ଧନୁଯାତ୍ରା : ଗୋପୀଙ୍କ ସହ ରାସଲୀଳା କଲେ କହ୍ନେଇ, କୃଷ୍ଣ-ବଳରାମଙ୍କୁ ମାରିବାକୁ କଂସଙ୍କ ରଙ୍ଗସଭା appeared first on Prameya News7.