ଜମୁଛି ବାଲିଯାତ୍ରା: ଶୀତୁଆ ସନ୍ଧ୍ୟାରେ ମତୁଆଲା କଲା ସୁରେଶ, ସୋହିନୀଙ୍କ ଗୀତ

କଟକ, ୨୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ବଲିଉଡ୍‌ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୁରେଶ ୱାଡେକର ମନଛୁଅଁା ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ବିଭିନ୍ନ ଗୀତର ଜଲଓ୍ବା ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏ ଜିନ୍ଦଗି ଗଲେ ଲଗାଲେ ଗୀତରୁ ସୁରେଶ ସଙ୍ଗୀତ ଆରମ୍ଭ କରିଥିଲେ। ଏହା ପରେ ଦୁନିଆ ହେ ଦିଲ୍‌ ୱାଲୋ କି, ରାମ ତେରି ଗଙ୍ଗା ମେଲି ହୋ […] The post ଜମୁଛି ବାଲିଯାତ୍ରା: ଶୀତୁଆ ସନ୍ଧ୍ୟାରେ ମତୁଆଲା କଲା ସୁରେଶ, ସୋହିନୀଙ୍କ ଗୀତ appeared first on Dharitri Odia News.

ଜମୁଛି ବାଲିଯାତ୍ରା: ଶୀତୁଆ ସନ୍ଧ୍ୟାରେ ମତୁଆଲା କଲା ସୁରେଶ, ସୋହିନୀଙ୍କ ଗୀତ

କଟକ, ୨୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ବଲିଉଡ୍‌ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୁରେଶ ୱାଡେକର ମନଛୁଅଁା ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ବିଭିନ୍ନ ଗୀତର ଜଲଓ୍ବା ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏ ଜିନ୍ଦଗି ଗଲେ ଲଗାଲେ ଗୀତରୁ ସୁରେଶ ସଙ୍ଗୀତ ଆରମ୍ଭ କରିଥିଲେ। ଏହା ପରେ ଦୁନିଆ ହେ ଦିଲ୍‌ ୱାଲୋ କି, ରାମ ତେରି ଗଙ୍ଗା ମେଲି ହୋ ଗୟୀ, ତୁମ୍‌ ସେ ମିଲ୍‌କେ ଭଳି ହିନ୍ଦୀ ଗୀତ ପରିବେଷଣ କରିଥିଲେ। ଏଥିସହ ମା’ ତୁମେ ମମତାର ସୀମାହୀନ ସାଗର, ଶୋଇଯା ମାମା, ସିନ୍ଦୂର ମଥା ମରେ ତୋର ଭଳି ଓଡ଼ିଆ ମନଛୁଅଁା ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ମତୁଆଲା କରିଥିଲେ।

ସେହିପରି ସୁରେଶ ଓଲିଉଡ୍‌ କଣ୍ଠଶିଳ୍ପୀ ସୋହିନୀ ମିଶ୍ରଙ୍କ ସହ ଅନେକ ସଙ୍ଗୀତ ପରିବେଷଣ କରିଥିଲେ। ଶୀତୁଆ ସନ୍ଧ୍ୟାରେ ମଞ୍ଚ ନିକଟରେ ଉପସ୍ଥିତ ଦର୍ଶକ ଉଭୟଙ୍କ ଗୀତରେ ଝୁମିଥିଲେ। ଅପରପକ୍ଷରେ ସ୍ଲୋଭାକିଆ ରାଷ୍ଟ୍ରର ଆଇସିସିଆର ଗ୍ରୁପର୍‌ କଳାକାରମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ଶାସ୍ତ୍ରମ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ରାଜସ୍ଥାନୀ ନୃତ୍ୟ, ଜ୍ୟାକ୍‌ସନ୍‌ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ନାଟକ ପରିବେଷିତ ହୋଇଥିଲା। ଏହି ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅପରପକ୍ଷରେ ବାଲିଯାତ୍ରା ପଡିଆ ଅକ୍ଷୟ ମହାନ୍ତି ମଞ୍ଚରେ ବିଘ୍ନନ ବ୍ୟାଣ୍ଡ୍‌ ପକ୍ଷରୁ ଗୀତା ପରିବେଷଣ କରାଯାଇଥିଲା। ପରେ ଜଗତ୍‌ସିଂହପୁର ନୃତ୍ୟଧ୍ୱନି ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଅଭିନୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ବିନୋଦ ବିହାରୀ କଳା ପରିଷଦ ପକ୍ଷରୁ ଗୀତିନାଟ୍ୟ, ଇଜେଡ୍‌ସିସି ପକ୍ଷରୁ ଡୋଗରୀ ନୃତ୍ୟ, ପୁରୀର ପ୍ରଶାନ୍ତି ନୃତ୍ୟ ସଙ୍ଗୀତ ପରିଷଦ ପକ୍ଷରୁ ମାହାରୀ ନୃତ୍ୟ ପରିବେଷିତ ହୋଇଥିଲା।

The post ଜମୁଛି ବାଲିଯାତ୍ରା: ଶୀତୁଆ ସନ୍ଧ୍ୟାରେ ମତୁଆଲା କଲା ସୁରେଶ, ସୋହିନୀଙ୍କ ଗୀତ appeared first on Dharitri Odia News.