ଜମୁଛି ବିଜେଡି ର ପ୍ରଚାର, ଲୋକାଭିମୁଖୀ ଯୋଜନା କୁ ନେଇ ଜନତା ଙ୍କ ପାଖରେ ବିଧାୟକ ପ୍ରାର୍ଥୀ।
କଳାହାଣ୍ଡି:୧୫/୦୪ ଖରା ର ପାରଦ ଠାରୁ ବଳି ପଡିଛି ନିର୍ବାଚନୀ ଉଷ୍ମତା, ୪୦ ଡିଗ୍ରୀ ପ୍ରବଳ ଖରା ଠାରୁ କୁ ଖାତିର ନକରି ଦଲୀୟ ବିଧାୟକ ପ୍ରାର୍ଥୀ ମାନେ ପ୍ରଚାର ମୈଦାନ ରେ ଅବତୀର୍ଣ୍ଣ ହୋଇ ନିଜ ସପକ୍ଷରେ ନିଜ ସରକାର ଙ୍କ ଯୋଜନା ର ଦ୍ୱାହି ଓ ପ୍ରତିଶ୍ରୁତି ଦେଇ ଜନତା ଙ୍କୁ ସମର୍ଥନ ମାଗୁଛନ୍ତି। ସୋମବାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ର ଗମ୍ଭାରୀଗୁଡା ପଞ୍ଚାୟତ ଗମ୍ଭାରୀଗୁଡା,ଓଲମା,ଚିକିଲି ଗ୍ରାମ ରେ ବିଜେଡି […] The post ଜମୁଛି ବିଜେଡି ର ପ୍ରଚାର, ଲୋକାଭିମୁଖୀ ଯୋଜନା କୁ ନେଇ ଜନତା ଙ୍କ ପାଖରେ ବିଧାୟକ ପ୍ରାର୍ଥୀ। appeared first on Odisha.News.

କଳାହାଣ୍ଡି:୧୫/୦୪
ଖରା ର ପାରଦ ଠାରୁ ବଳି ପଡିଛି ନିର୍ବାଚନୀ ଉଷ୍ମତା, ୪୦ ଡିଗ୍ରୀ ପ୍ରବଳ ଖରା ଠାରୁ କୁ ଖାତିର ନକରି ଦଲୀୟ ବିଧାୟକ ପ୍ରାର୍ଥୀ ମାନେ ପ୍ରଚାର ମୈଦାନ ରେ ଅବତୀର୍ଣ୍ଣ ହୋଇ ନିଜ ସପକ୍ଷରେ ନିଜ ସରକାର ଙ୍କ ଯୋଜନା ର ଦ୍ୱାହି ଓ ପ୍ରତିଶ୍ରୁତି ଦେଇ ଜନତା ଙ୍କୁ ସମର୍ଥନ ମାଗୁଛନ୍ତି। ସୋମବାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ର ଗମ୍ଭାରୀଗୁଡା ପଞ୍ଚାୟତ ଗମ୍ଭାରୀଗୁଡା,ଓଲମା,ଚିକିଲି ଗ୍ରାମ ରେ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ ସମର୍ଥକ ଭୋଟ ପ୍ରଚାର ସମୟ ରେ ଗ୍ରାମବାସୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଦେଇଛନ୍ତି।ବିଧାୟକ ପ୍ରାର୍ଥୀ ସିଂଦେଓ ରାଜ୍ୟ ସରକାରଙ୍କ ବିକାଶ କୁ ତ୍ୱରାନ୍ୱିତ କରିବା ପାଇଁ ଡବଲ ଶଙ୍ଖ ରେ ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କୁ ବିଜୟୀ କରିବାକୁ ଅନୁରୋଧ କରିଛନ୍ତି। ପ୍ରଚାର ରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପ୍ରଚାର ମଙ୍ଗ ଧରିଥିବା ବେଳେ,ଧର୍ମଗଡ ବିଧାନସଭା ସଭାପତି ମାନସ ରଞ୍ଜନ ବାଗ, ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା,ମହେଶ ଗୁପ୍ତା,ମଙ୍ଗଲୁ ଚରଣ ଭାଟି, ଅଜୟ ସାହୁ, ସଞ୍ଜୟ ସିଙ୍ଘଲ,ପ୍ରମୋଦ ଅଗ୍ରୱାଲ, ବିଶ୍ୱନାଥ ପଟ୍ଟନାୟକ, ବନମାଳୀ ପ୍ରଧାନୀ,କାହ୍ନ ଯୋଶୀ ପ୍ରମୁଖ ସାମିଲ ରହି ବିଜେଡି ବିଧାୟକ ପ୍ରାର୍ଥୀ ସିଂଦେଓ ଙ୍କୁ ଜନ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି।
The post ଜମୁଛି ବିଜେଡି ର ପ୍ରଚାର, ଲୋକାଭିମୁଖୀ ଯୋଜନା କୁ ନେଇ ଜନତା ଙ୍କ ପାଖରେ ବିଧାୟକ ପ୍ରାର୍ଥୀ। appeared first on Odisha.News.