ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଲା ବଡ ଅପଡେଟ

ଶ୍ରୀନଗର,୧୨।୮: ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଏକ ଅପଡେଟ ଆସିଛି। ଯଦି ସବୁକିଛି ଠିକ ରହିବ ତେବେ ଶୀଘ୍ର ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ଯଦିଓ ନିର୍ବାଚନ ଆୟୋଗର ଆକଳନରୁ ଜଣାପଡିଛି ଯେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ କରିବା ବର୍ତ୍ତମାନର ସୁରକ୍ଷା ପରିସ୍ଥିତିରେ ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ, କିନ୍ତୁ ନିର୍ବାଚନ ଆୟୋଗ ବିଭିନ୍ନ ସମୟରେ ନିର୍ବାଚନ କରିବାର ବିକଳ୍ପ ଉପରେ ଦୃଷ୍ଟି ରଖିଛନ୍ତି। ସୂଚନାନୁସାରେ, ଉତ୍ତର କଶ୍ମୀରରେ ପ୍ରଥମେ […] The post ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଲା ବଡ ଅପଡେଟ appeared first on Dharitri Odia News.

ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଲା ବଡ ଅପଡେଟ

ଶ୍ରୀନଗର,୧୨।୮: ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଏକ ଅପଡେଟ ଆସିଛି। ଯଦି ସବୁକିଛି ଠିକ ରହିବ ତେବେ ଶୀଘ୍ର ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ଯଦିଓ ନିର୍ବାଚନ ଆୟୋଗର ଆକଳନରୁ ଜଣାପଡିଛି ଯେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ କରିବା ବର୍ତ୍ତମାନର ସୁରକ୍ଷା ପରିସ୍ଥିତିରେ ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ, କିନ୍ତୁ ନିର୍ବାଚନ ଆୟୋଗ ବିଭିନ୍ନ ସମୟରେ ନିର୍ବାଚନ କରିବାର ବିକଳ୍ପ ଉପରେ ଦୃଷ୍ଟି ରଖିଛନ୍ତି।
ସୂଚନାନୁସାରେ, ଉତ୍ତର କଶ୍ମୀରରେ ପ୍ରଥମେ ନିର୍ବାଚନ ହୋଇପାରେ। ଏହା ପରେ ଉତ୍ତର ଏବଂ ଦକ୍ଷିଣ କାଶ୍ମୀର, ପରେ କେନ୍ଦ୍ରୀୟ କାଶ୍ମୀର ଏବଂ ଜମ୍ମୁରେ ଭୋଟ ପ୍ରକ୍ରିୟା ଶେଷ ହୋଇପାରେ। ଇକୋନୋମିକ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ସପ୍ତାହରେ ଜମ୍ମୁ କଶ୍ମୀର ପ୍ରଶାସନ ଏବଂ ସୁରକ୍ଷା ବିଭାଗ ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ। ଏଥିରେ କୁହାଯାଇଛି ନିର୍ବାଚନ ପାଇଁ କେଉଁ କେଉଁ ବିକଳ୍ପ ରହିପାରିବ।

ଏହି ରିପୋର୍ଟ ଅନୁଯାୟୀ ଜମ୍ମୁ କଶ୍ମୀରରେ ନିର୍ବାଚନ ୪-୫ ପର୍ଯ୍ୟାୟରେ ହୋଇପାରେ। ଏହା ବ୍ୟତୀତ ନିର୍ବାଚନ ଆୟୋଗର ମୁଖ୍ୟ ରାଜୀବ କୁମାରଙ୍କ ନେତୃତ୍ୱରେ ସମଗ୍ର ଆୟୋଗ ୮ ରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଶ୍ରୀନଗର ଏବଂ ଜମ୍ମୁ ଗସ୍ତରେ ଆସିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ଗତ ବିଧାନସଭା ନିର୍ବାଚନ ୨୦୧୪ରେ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା।

The post ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଲା ବଡ ଅପଡେଟ appeared first on Dharitri Odia News.