ଜମ୍ମୁ କଶ୍ମୀରର ପ୍ରଥମ ପର୍ଯ୍ୟାୟ ଭୋଟ୍ରେ ୬୦ ପ୍ରତିଶତ ମତଦାନ
ଶ୍ରୀନଗର: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ଜମ୍ମୁ କାଶ୍ମୀରରେ ପ୍ରାୟ ୬୦ ପ୍ରତିଶତ ମତଦାନ ହୋଇଛି। ୨୩ ଲକ୍ଷରୁ ଅଧିକ ଭୋଟର ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। କିସ୍ତୱାଡ଼ରେ ସର୍ବାଧିକ ୭୭ ପ୍ରତିଶତ ମତଦାନ ରେକର୍ଡ ହୋଇଥିବାବେଳେ ପୁଲୱାମାରେ ସର୍ବନିମ୍ନ ୪୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଭୋଟ୍ ଗ୍ରହଣ ବେଳେ କୌଣସି ପ୍ରକାର ହିଂସା […]

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ଜମ୍ମୁ କାଶ୍ମୀରରେ ପ୍ରାୟ ୬୦ ପ୍ରତିଶତ ମତଦାନ ହୋଇଛି। ୨୩ ଲକ୍ଷରୁ ଅଧିକ ଭୋଟର ୨୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। କିସ୍ତୱାଡ଼ରେ ସର୍ବାଧିକ ୭୭ ପ୍ରତିଶତ ମତଦାନ ରେକର୍ଡ ହୋଇଥିବାବେଳେ ପୁଲୱାମାରେ ସର୍ବନିମ୍ନ ୪୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଭୋଟ୍ ଗ୍ରହଣ ବେଳେ କୌଣସି ପ୍ରକାର ହିଂସା ଉପୁଜିନଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ମତରେ ଜମ୍ମୁ କାଶ୍ମୀର ଲୋକ ପ୍ରଥମ ଥର ପାଇଁ ଏହି ଗଣତନ୍ତ୍ରର ଉତ୍ସବକୁ ଅନୁଭବ କରୁଛନ୍ତି। ଉଲ୍ଳେଖଯୋଗ୍ୟ, ଭୋଟ୍ ଗ୍ରହଣ ହୋଇଥିବା ୨୪ଟି ଆସନ ମଧ୍ୟରୁ ୮ଟି ଆସନ ଜମ୍ମୁ ଅଞ୍ଚଳର ୩ଟି ଜିଲ୍ଲାରେ ଥିବାବେଳେ ୧୬ଟି ଆସନ କଶ୍ମୀରର ୪ଟି ଜିଲ୍ଲାରେ ଅବସ୍ଥିତ। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୩,୨୭,୫୮୦ ଜଣ ଭୋଟର ଥିଲେ। ସେମାନଙ୍କ ମଧ୍ୟରେ ୧୧,୭୬,୪୬୨ ପୁରୁଷ ଥିବାବେଳେ ୧୧,୫୧,୦୫୮ ଜଣ ମହିଳା ଭୋଟର ଏବଂ ୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ନିର୍ବାଚନ କମିସନ୍ ଭୋଟ୍ ଗ୍ରହଣ ପାଇଁ ୩୨୭୬ ବୁଥ୍ ବ୍ୟବସ୍ଥା ହୋଇଥିଲା।। ମୋଟ୍ ୧୪ ହଜାର ନିର୍ବାଚନ କର୍ମଚାରୀ ଏହି ଭୋଟିଂ ବୁଥ୍ ଦାୟିତ୍ବରେ ଥିଲେ। ସିପିଏମ୍ର ମହମ୍ମଦ ୟୁସୁଫ ତରିଗାମୀ, ଏଆଇସିସି ସାଧାରଣ ସମ୍ପାଦକ ଗୁଲାମ ଅହମଦ ମୀର, ଏନ୍ସିର ସକିନା ଇତୁ ଏବଂ ପିଡିପିର ସରତାଜ ମଦନୀ ଏବଂ ଅବଦୁଲ ରେହମାନ ହେଉଛନ୍ତି ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ।