ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି ସହିତ ଜମ୍ମୁ, ଶ୍ରୀନଗର, ଉଦ୍ଦମପୁର, ସାମ୍ବା, ରାଜୋରୀ ସମେତ ଅନେକ ଅଞ୍ଚଳରେ ବର୍ଷା ଜାରି ରହିଛି। ଆକାଶ ମେଘୁଆ ରହିଛି। ତାପମାତ୍ରା ମଧ୍ୟ ହ୍ରାସ ପାଇଛି। ପାହାଡ଼ିଆ ଅଞ୍ଚଳରେ ପୁଣି ଥରେ ଲୋକମାନଙ୍କୁ ଗରମ ପୋଷାକ ଆବଶ୍ୟକତା ପଡ଼ିଛି। ଜମ୍ମୁ-ଶ୍ରୀନଗର ରାଜପଥ (ଏନ୍‌ଏଚ୍‌-୪୪) ରେ ପାହାଡ଼ ଧସିବାରୁ ରାମ୍ବନରେ ରାସ୍ତା […] The post ଜମ୍ମୁ-କଶ୍ମୀରରେ ତୁଷାରପାତ appeared first on Dharitri Odia News.

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି ସହିତ ଜମ୍ମୁ, ଶ୍ରୀନଗର, ଉଦ୍ଦମପୁର, ସାମ୍ବା, ରାଜୋରୀ ସମେତ ଅନେକ ଅଞ୍ଚଳରେ ବର୍ଷା ଜାରି ରହିଛି। ଆକାଶ ମେଘୁଆ ରହିଛି। ତାପମାତ୍ରା ମଧ୍ୟ ହ୍ରାସ ପାଇଛି। ପାହାଡ଼ିଆ ଅଞ୍ଚଳରେ ପୁଣି ଥରେ ଲୋକମାନଙ୍କୁ ଗରମ ପୋଷାକ ଆବଶ୍ୟକତା ପଡ଼ିଛି।

ଜମ୍ମୁ-ଶ୍ରୀନଗର ରାଜପଥ (ଏନ୍‌ଏଚ୍‌-୪୪) ରେ ପାହାଡ଼ ଧସିବାରୁ ରାମ୍ବନରେ ରାସ୍ତା ବନ୍ଦ ହୋଇଯାଇଛି। ଏହି କାରଣରୁ ରାସ୍ତାର ଉଭୟ ପାର୍ଶ୍ୱରେ ଲମ୍ବା ଧାଡ଼ି ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଜମ୍ମୁ ଡିଭିଜନର ପୁଞ୍ଚ ଏବଂ ରାଜୋରୀକୁ କଶ୍ମୀର ଉପତ୍ୟକାର ଶୋପିଆନ ଜିଲା ସହିତ ସଂଯୋଗ କରୁଥିବା ମୋଗଲ ରୋଡ୍‌ ମଧ୍ୟ ପାଗ ଖରାପ ଥିବାରୁ ବନ୍ଦ ରହିଛି। ଶ୍ରୀନଗର-ଲେହ ରାସ୍ତାରେ ମଧ୍ୟ ଟ୍ରାଫିକ ନାହିଁ।

The post ଜମ୍ମୁ-କଶ୍ମୀରରେ ତୁଷାରପାତ appeared first on Dharitri Odia News.