ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ବେଲୁନ: ଲୋକେ ଭୟଭୀତ,ଆଲର୍ଟରେ ସୁରକ୍ଷା ଏଜେନ୍ସି
ଜମ୍ମୁ,୧୨।୩: ବୁଧବାର (୧୨ ମାର୍ଚ୍ଚ) ସକାଳେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲାର ଘଗୱାଲ ସେକ୍ଟରରେ ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଏକ ସନ୍ଦିଗ୍ଧ ବେଲୁନ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି ବେଲୁନଟି ପାଲୌନା ଗାଁର କ୍ଷେତରେ ପଡ଼ିଥିବା ଦେଖିବାକୁ ମିଳିଥିଲା ଯାହା ଉପରେ ପାକିସ୍ତାନର ନାମ ଏବଂ ପତାକା ଲେଖାଯାଇଥିଲା। କ୍ଷେତରେ କାମ କରୁଥିବା ଜଣେ ମହିଳା ଏହା ଦେଖି ତୁରନ୍ତ ସ୍ଥାନୀୟ ଲୋକ ଏବଂ ଘଗୱାଲ ପୋଲିସ ପୋଷ୍ଟକୁ […] The post ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ବେଲୁନ: ଲୋକେ ଭୟଭୀତ,ଆଲର୍ଟରେ ସୁରକ୍ଷା ଏଜେନ୍ସି appeared first on Dharitri Odia News.
ଜମ୍ମୁ,୧୨।୩: ବୁଧବାର (୧୨ ମାର୍ଚ୍ଚ) ସକାଳେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲାର ଘଗୱାଲ ସେକ୍ଟରରେ ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଏକ ସନ୍ଦିଗ୍ଧ ବେଲୁନ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି ବେଲୁନଟି ପାଲୌନା ଗାଁର କ୍ଷେତରେ ପଡ଼ିଥିବା ଦେଖିବାକୁ ମିଳିଥିଲା ଯାହା ଉପରେ ପାକିସ୍ତାନର ନାମ ଏବଂ ପତାକା ଲେଖାଯାଇଥିଲା। କ୍ଷେତରେ କାମ କରୁଥିବା ଜଣେ ମହିଳା ଏହା ଦେଖି ତୁରନ୍ତ ସ୍ଥାନୀୟ ଲୋକ ଏବଂ ଘଗୱାଲ ପୋଲିସ ପୋଷ୍ଟକୁ ଜଣାଇଥିଲେ। ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ବେଲୁନଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଏପରି ବେଲୁନ ମିଳିଥିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏପରି ଘଟଣାକୁ ଗମ୍ଭୀରତାର ସହ ନେଉଛନ୍ତି।
ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ତଦନ୍ତ କରୁଛନ୍ତି ଯେ ଏହି ବେଲୁନ କେଉଁଠାରୁ ଆସିଲା ଏବଂ ଏହା ପଛରେ କୌଣସି ଷଡ଼ଯନ୍ତ୍ର ଅଛି କି ନାହିଁ। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହାୟତାରେ ଆତଙ୍କବାଦୀ ସଂଗଠନଗୁଡ଼ିକ ଜମ୍ମୁ-କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅନେକ ଉପାୟ ବ୍ୟବହାର କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ, ଦେଖାଯାଇଛି ଯେ ଆତଙ୍କବାଦୀ ସଂଗଠନଗୁଡ଼ିକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଡ୍ରଗ୍ସ ଏବଂ ନଗଦ ଚୋରା ଚାଲାଣ ପାଇଁ ଡ୍ରୋନ ବ୍ୟବହାର କରୁଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ଭୟ କରୁଛନ୍ତି ଯେ ଏପରି ବେଲୁନଗୁଡ଼ିକ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ କିଛି ମନସ୍ତାତ୍ତ୍ୱିକ ରଣନୀତି କିମ୍ବା ଭ୍ରାମକ କାର୍ଯ୍ୟକଳାପର ଏକ ଅଂଶ ହୋଇପାରେ
The post ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ବେଲୁନ: ଲୋକେ ଭୟଭୀତ,ଆଲର୍ଟରେ ସୁରକ୍ଷା ଏଜେନ୍ସି appeared first on Dharitri Odia News.