ଜମ୍ମୁ-କାଶ୍ମୀର କୁଲଗାଓଁରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ, ଜଣେ ଜବାନ ସହିଦ
କୁଲଗାଓଁ ୬।୭: ଜମ୍ମୁ-କାଶ୍ମୀର କୁଲଗାଓଁର ମୋଦରଘମ ଅଞ୍ଚଳରେ ମିଳିତ ଫୋର୍ସ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ସଂଘର୍ଷରେ ସେନାର ଜଣେ ଜବାନ ସହିଦ ହୋଇଥିବା ବେଳେ ଆଉଜଣେ ଆହତ ହୋଇଛନ୍ତି। ଆହତ ଜବାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁଲଗାଓଁ ଅଞ୍ଚଳରେ ଜଣେ ଆତଙ୍କବାଦୀ ଆତ୍ମଗୋପନ କରିଥିବାର ଗୁଇନ୍ଦା ଇନ-ପୁଟ୍ ମିଳିଥିଲା। ଏହି ସୂଚନା ଅନୁସାରେ ସୁରକ୍ଷା ବଳ ମୋଦରଘମ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କୁହାଯାଉଛି ସେନା ୨ରୁ ୩ ଜଣ ଆତଙ୍କବାଦୀଙ୍କୁ ଘେରି ରଖିଛନ୍ତି। ଏହି ସଂଘର୍ଷରେ ସେନାର ୨ ଜଣ ଜବାନ ଆହତ ହୋଇଥିଲେ। ଆହତ ଜବାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ବେଳେ ଜଣେ ଜବାନଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଅଧିକାରୀମାନେ ସୂଚିତ କରିଥିଲେ ଯେ ଶନିବାର ଜମ୍ମୁ-କାଶ୍ମୀର କଠୁଆ ଓ ଉଦ୍ଦମପୁର ଜିଲ୍ଲାରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ଆସିଷ୍ଟାଣ୍ଟ ସବଇନିସପେକ୍ଟରଙ୍କ ସହିତ ସୀମା ସୁରକ୍ଷା ବଳ (ବିଏସଏଫ)ର ୨ ଜଣ ଜବାନ ପ୍ରାଣ ହରାଇଥିଲେ।
କୁଲଗାଓଁ ୬।୭: ଜମ୍ମୁ-କାଶ୍ମୀର କୁଲଗାଓଁର ମୋଦରଘମ ଅଞ୍ଚଳରେ ମିଳିତ ଫୋର୍ସ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ସଂଘର୍ଷରେ ସେନାର ଜଣେ ଜବାନ ସହିଦ ହୋଇଥିବା ବେଳେ ଆଉଜଣେ ଆହତ ହୋଇଛନ୍ତି। ଆହତ ଜବାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁଲଗାଓଁ ଅଞ୍ଚଳରେ ଜଣେ ଆତଙ୍କବାଦୀ ଆତ୍ମଗୋପନ କରିଥିବାର ଗୁଇନ୍ଦା ଇନ-ପୁଟ୍ ମିଳିଥିଲା। ଏହି ସୂଚନା ଅନୁସାରେ ସୁରକ୍ଷା ବଳ ମୋଦରଘମ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
କୁହାଯାଉଛି ସେନା ୨ରୁ ୩ ଜଣ ଆତଙ୍କବାଦୀଙ୍କୁ ଘେରି ରଖିଛନ୍ତି। ଏହି ସଂଘର୍ଷରେ ସେନାର ୨ ଜଣ ଜବାନ ଆହତ ହୋଇଥିଲେ। ଆହତ ଜବାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ବେଳେ ଜଣେ ଜବାନଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଅଧିକାରୀମାନେ ସୂଚିତ କରିଥିଲେ ଯେ ଶନିବାର ଜମ୍ମୁ-କାଶ୍ମୀର କଠୁଆ ଓ ଉଦ୍ଦମପୁର ଜିଲ୍ଲାରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ଆସିଷ୍ଟାଣ୍ଟ ସବଇନିସପେକ୍ଟରଙ୍କ ସହିତ ସୀମା ସୁରକ୍ଷା ବଳ (ବିଏସଏଫ)ର ୨ ଜଣ ଜବାନ ପ୍ରାଣ ହରାଇଥିଲେ।