ଜମ୍ମୁ କାଶ୍ମୀରରେ ବଡ଼ ଧରଣର ଏନକାଉଣ୍ଟର, ୫ ଆତଙ୍କବାଦୀ ସଫା
ଜମ୍ମୁ କାଶ୍ମୀରରେ ବଡ଼ ଧରଣର ଏନକାଉଣ୍ଟର । ଆତଙ୍କବାଦୀ-ସୁରକ୍ଷାକର୍ମୀ ଭୀଷଣ ଗୁଳି ବିନିମୟ । ଦୁଇଟି ପୃଥକ ଏନକାଉଣ୍ଟରରେ ୫ ଆତଙ୍କବାଦୀ ସଫା । ବାରମୁଲ୍ଲାରେ ୩ ଜଣ ଏବଂ କଠୁଆରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ ରାତିରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଆତଙ୍କବାଦୀ ଲୁଚି ରହିଥିବା ଠୋସ୍ ସୂଚନା ପାଇବା ପରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଜମ୍ମୁ କାଶ୍ମୀର ପୋଲିସ ଓ ସେନା । ସର୍ଚ୍ଚ ଅପରେସନ […] The post ଜମ୍ମୁ କାଶ୍ମୀରରେ ବଡ଼ ଧରଣର ଏନକାଉଣ୍ଟର, ୫ ଆତଙ୍କବାଦୀ ସଫା appeared first on KNews Odisha.

ଜମ୍ମୁ କାଶ୍ମୀରରେ ବଡ଼ ଧରଣର ଏନକାଉଣ୍ଟର । ଆତଙ୍କବାଦୀ-ସୁରକ୍ଷାକର୍ମୀ ଭୀଷଣ ଗୁଳି ବିନିମୟ । ଦୁଇଟି ପୃଥକ ଏନକାଉଣ୍ଟରରେ ୫ ଆତଙ୍କବାଦୀ ସଫା । ବାରମୁଲ୍ଲାରେ ୩ ଜଣ ଏବଂ କଠୁଆରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ ରାତିରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଆତଙ୍କବାଦୀ ଲୁଚି ରହିଥିବା ଠୋସ୍ ସୂଚନା ପାଇବା ପରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଜମ୍ମୁ କାଶ୍ମୀର ପୋଲିସ ଓ ସେନା ।
ସର୍ଚ୍ଚ ଅପରେସନ ବେଳେ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେନା ଗୁଳିରେ ଦୁଇଟି ପୃଥକ ଏନକାଉଣ୍ଟରେ ୫ ଆତଙ୍କୀ ନିହତ ହୋଇଛନ୍ତି । ଅନ୍ୟପଟେ କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ଜଣେ ଆର୍ମୀ ଅଫିସର ଓ ଜଣେ ଯବାନ ସହିଦ ହୋଇଛନ୍ତି । ଆର୍ମୀ ଅଫିସର ଜେସିଓ ନାଏବ ସୁବେଦାର ବିପିନ କୁମାର ଓ ସିପାହୀ ଅରବିନ୍ଦ ସିଂ ସହିଦ ହୋଇଛନ୍ତି । ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଏବେ ବି ଅପରେସନ ଜାରି ରହିଛି । ଅନ୍ୟପଟେ ଆତଙ୍କବାଦୀଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
The post ଜମ୍ମୁ କାଶ୍ମୀରରେ ବଡ଼ ଧରଣର ଏନକାଉଣ୍ଟର, ୫ ଆତଙ୍କବାଦୀ ସଫା appeared first on KNews Odisha.