ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା; ଖାଇକୁ ଖସିଲା ସେନା ବସ୍, ୬ ଗୁରୁତର

କାଶ୍ମୀର: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉଦମପୁର ଜିଲ୍ଲାରେ ଖାଇକୁ ଖସିଲା ସେନା ଗାଡ଼ି । ଏଥିରେ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେନା ଅଧିକାରୀଙ୍କ ସୂଚନା ମୁତାବକ, ରବିବାର ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଉଦମପୁର ଜିଲ୍ଲାରେ  ଜାମ୍ମୁ ଠାରୁ ୬୫ କିଲୋମିଟର ଦୂର କସ୍ବେର ଚୋପଡ଼ା ବଜାର ନିକଟରେ ଏହି ଦୁର୍ଘଟଣା ହୋଇଛି । ଏକ ସେନା ବସ୍ ଯବାନଙ୍କୁ ନେଇ କ୍ୟାମ୍ପକୁ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡ଼ିଥିଲା । ଏଥିରେ ୬ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ କରିଥିଲା । ୬ ଗୁରୁତରଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।   

ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା; ଖାଇକୁ ଖସିଲା ସେନା ବସ୍, ୬ ଗୁରୁତର

କାଶ୍ମୀର: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉଦମପୁର ଜିଲ୍ଲାରେ ଖାଇକୁ ଖସିଲା ସେନା ଗାଡ଼ି । ଏଥିରେ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସେନା ଅଧିକାରୀଙ୍କ ସୂଚନା ମୁତାବକ, ରବିବାର ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଉଦମପୁର ଜିଲ୍ଲାରେ  ଜାମ୍ମୁ ଠାରୁ ୬୫ କିଲୋମିଟର ଦୂର କସ୍ବେର ଚୋପଡ଼ା ବଜାର ନିକଟରେ ଏହି ଦୁର୍ଘଟଣା ହୋଇଛି । ଏକ ସେନା ବସ୍ ଯବାନଙ୍କୁ ନେଇ କ୍ୟାମ୍ପକୁ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡ଼ିଥିଲା । ଏଥିରେ ୬ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ କରିଥିଲା । ୬ ଗୁରୁତରଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।