ଜମ୍ମୁ-କାଶ୍ମୀରରେ ଲ୍ୟାଣ୍ଡ୍ ମାଇନ୍ସ ବିସ୍ଫୋରଣ, ସେନାର ୬ ଯବାନ ଆହତ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାର ସୀମା ନିକଟବର୍ତ୍ତୀ ଏକ ଗାଁରେ ମଙ୍ଗଳବାର ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣରେ ପ୍ରାୟ ୬ ଯବାନ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଜବାନମାନେ ଗାଁ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପ୍ରାୟ ୧୦.୪୫ ସମୟରେ ନୌଶେରା ସେକ୍ଟରର ଖମ୍ବା ଦୁର୍ଗ ନିକଟରେ ଖଞ୍ଜାଯାଇଥିବା ଏକ ଲ୍ୟାଣ୍ଡ ମାଇନ ଉପରେ ଜଣେ ଯବାନ ଭୁଲବଶତଃ ଗୋଡ଼ ରଖିଦେଇଥିଲେ। ଯାହା ପରେ ଏହି ଦୁର୍ଘଟଣା ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି, ଏଲଓସି ନିକଟରେ ଆତଙ୍କୀ ଅନୁପ୍ରବେଶ ରୋକିବା ପାଇଁ ସୁରକ୍ଷା ଦୃଷ୍ଟିରୁ ଆଣ୍ଟି ଇନଫ୍ରିଲଟ୍ରେସନ ସିଷ୍ଟମ ଭାବରେ ଲ୍ୟାଣ୍ଡ୍ ମାଇନ୍ସ ବିଛା ଯାଇଥାଏ। ଅଧିକାରୀ କହିଛନ୍ତି ତୁରନ୍ତ ଆହତ ଯବାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାର ସୀମା ନିକଟବର୍ତ୍ତୀ ଏକ ଗାଁରେ ମଙ୍ଗଳବାର ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣରେ ପ୍ରାୟ ୬ ଯବାନ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଜବାନମାନେ ଗାଁ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପ୍ରାୟ ୧୦.୪୫ ସମୟରେ ନୌଶେରା ସେକ୍ଟରର ଖମ୍ବା ଦୁର୍ଗ ନିକଟରେ ଖଞ୍ଜାଯାଇଥିବା ଏକ ଲ୍ୟାଣ୍ଡ ମାଇନ ଉପରେ ଜଣେ ଯବାନ ଭୁଲବଶତଃ ଗୋଡ଼ ରଖିଦେଇଥିଲେ। ଯାହା ପରେ ଏହି ଦୁର୍ଘଟଣା ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି, ଏଲଓସି ନିକଟରେ ଆତଙ୍କୀ ଅନୁପ୍ରବେଶ ରୋକିବା ପାଇଁ ସୁରକ୍ଷା ଦୃଷ୍ଟିରୁ ଆଣ୍ଟି ଇନଫ୍ରିଲଟ୍ରେସନ ସିଷ୍ଟମ ଭାବରେ ଲ୍ୟାଣ୍ଡ୍ ମାଇନ୍ସ ବିଛା ଯାଇଥାଏ। ଅଧିକାରୀ କହିଛନ୍ତି ତୁରନ୍ତ ଆହତ ଯବାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।