ଜମ୍ମୁ-ଯୋଧପୁରରୁ ଭୁଜ-ରାଜକୋଟ...ସୀମାନ୍ତରେ ଏୟାର ଇଣ୍ଡିଆ-ଇଣ୍ଡିଗୋର ଅନେକ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ ୧୩/୦୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଏୟାର ଇଣ୍ଡିଆ-ଇଣ୍ଡିଗୋ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ପାଇଁ ଉଭୟ କିଛି ସହରକୁ ଉଡ଼ାଣ ବାତିଲ କରିଛନ୍ତି। ଇଣ୍ଡିଗୋ କହିଛି ଯେ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି, ଚଣ୍ଡିଗଡ଼ ଏବଂ ରାଜକୋଟ ସମେତ କିଛି ସହରକୁ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏୟାର ଇଣ୍ଡିଆ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ବିମାନ ବାତିଲ ସମ୍ପର୍କରେ ଏକ ଅପଡେଟ୍ ଦେଇଛି।ଏହି ପରିସ୍ଥିତିରେ ଭାରତ ଆଲର୍ଟ ମୋଡ୍‌ରେ ରହିଛି । ବର୍ଡର ଅଞ୍ଚଳ ଦେଇ ଚଳାଚଳ କରୁଥିବା ସମସ୍ତ ବିମାନ ପାଇଁ କମ୍ପାନୀ ଗୁଡିକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।  ଜାମ୍ମୁ କାଶ୍ମୀରର  ୮ଟି ପ୍ରମୁଖ  ସହରରେ ଉଡାଣ ଭରୁଥିବା ବିମାନକୁ ରଦ୍ଦ କରାଯିବା ନେଇ ଘୋଷଣା କରିଛି ଏୟାର ଇଣ୍ଡିଆ । #TravelAdvisoryIn view of the latest developments and keeping your safety in mind, flights to and from Jammu, Leh, Jodhpur, Amritsar, Bhuj, Jamnagar, Chandigarh and Rajkot are cancelled for Tuesday, 13th May.We are monitoring the situation and will keep you updated.For more…— Air India (@airindia) May 12, 2025ଜମ୍ମୁ-ଯୋଧପୁରରୁ ଭୁଜ-ରାଜକୋଟ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଛି । ପ୍ରଭାବିତ ବିମାନବନ୍ଦରରେ ଜାମ୍ମୁ, ଲେହ, ଯୋଧ

ଜମ୍ମୁ-ଯୋଧପୁରରୁ ଭୁଜ-ରାଜକୋଟ...ସୀମାନ୍ତରେ ଏୟାର ଇଣ୍ଡିଆ-ଇଣ୍ଡିଗୋର ଅନେକ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ ୧୩/୦୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଏୟାର ଇଣ୍ଡିଆ-ଇଣ୍ଡିଗୋ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ପାଇଁ ଉଭୟ କିଛି ସହରକୁ ଉଡ଼ାଣ ବାତିଲ କରିଛନ୍ତି। ଇଣ୍ଡିଗୋ କହିଛି ଯେ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି, ଚଣ୍ଡିଗଡ଼ ଏବଂ ରାଜକୋଟ ସମେତ କିଛି ସହରକୁ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏୟାର ଇଣ୍ଡିଆ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ବିମାନ ବାତିଲ ସମ୍ପର୍କରେ ଏକ ଅପଡେଟ୍ ଦେଇଛି।

ଏହି ପରିସ୍ଥିତିରେ ଭାରତ ଆଲର୍ଟ ମୋଡ୍‌ରେ ରହିଛି । ବର୍ଡର ଅଞ୍ଚଳ ଦେଇ ଚଳାଚଳ କରୁଥିବା ସମସ୍ତ ବିମାନ ପାଇଁ କମ୍ପାନୀ ଗୁଡିକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।  ଜାମ୍ମୁ କାଶ୍ମୀରର  ୮ଟି ପ୍ରମୁଖ  ସହରରେ ଉଡାଣ ଭରୁଥିବା ବିମାନକୁ ରଦ୍ଦ କରାଯିବା ନେଇ ଘୋଷଣା କରିଛି ଏୟାର ଇଣ୍ଡିଆ । 


ଜମ୍ମୁ-ଯୋଧପୁରରୁ ଭୁଜ-ରାଜକୋଟ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଛି । ପ୍ରଭାବିତ ବିମାନବନ୍ଦରରେ ଜାମ୍ମୁ, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟ ରହିଛି ।  ସୋମବାର ସନ୍ଧ୍ୟାରେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏୟାରଲାଇନ୍ସ ଏହି ଘୋଷଣା କରିଛି, ସୁରକ୍ଷାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି ।