ଜମ୍ମୁକାଶ୍ମୀରରେ ଲୁଚିଛନ୍ତି ଆତଙ୍କବାଦୀ ; ଗାଁର ଗଳିକନ୍ଦି ପଇଁତରା ମାରୁଛନ୍ତି ଯବାନ୍ ।

କନକ ବ୍ୟୁରୋ: ଜମ୍ମୁକାଶ୍ମୀରେ ଲୁଚିଛନ୍ତି ଆତଙ୍କୀ । ଶ୍ରୀନଗର, ରାଜପୋରା ଓ ସେପୋଁରରେ ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।ଘଂଚ ଜଙ୍ଗଲ, ଗାଁ ଭିତରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଉଛି । ଉଭୟ ପଟୁ ଗୁଳି ବିନିମୟରେ ୩ଜଣ ସେନା ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଗତ କିଛି ଦିନ ହେବ ଘାଟିରେ ମାତିଛନ୍ତି ଆତଙ୍କବାଦୀ । ୩ଦିନରେ ୫ଜଣ ଆତଙ୍କବାଦୀକୁ ନିପାତ କରିବା ସହ ଗତକାଲି ଡୋଡାରେ ଜଣେ ଆତଙ୍କୀଙ୍କୁ ମାରିଛି ସେନା । ଘଟଣାସ୍ଥଳରୁ ବିପୁଳମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ଜମ୍ମୁକାଶ୍ମୀରରେ ଲୁଚିଛନ୍ତି ଆତଙ୍କବାଦୀ ; ଗାଁର ଗଳିକନ୍ଦି ପଇଁତରା ମାରୁଛନ୍ତି ଯବାନ୍ ।

କନକ ବ୍ୟୁରୋ: ଜମ୍ମୁକାଶ୍ମୀରେ ଲୁଚିଛନ୍ତି ଆତଙ୍କୀ । ଶ୍ରୀନଗର, ରାଜପୋରା ଓ ସେପୋଁରରେ ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।ଘଂଚ ଜଙ୍ଗଲ, ଗାଁ ଭିତରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଉଛି । ଉଭୟ ପଟୁ ଗୁଳି ବିନିମୟରେ ୩ଜଣ ସେନା ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଗତ କିଛି ଦିନ ହେବ ଘାଟିରେ ମାତିଛନ୍ତି ଆତଙ୍କବାଦୀ ।

୩ଦିନରେ ୫ଜଣ ଆତଙ୍କବାଦୀକୁ ନିପାତ କରିବା ସହ ଗତକାଲି ଡୋଡାରେ ଜଣେ ଆତଙ୍କୀଙ୍କୁ ମାରିଛି ସେନା । ଘଟଣାସ୍ଥଳରୁ ବିପୁଳମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।