ଜମ୍ମୁରେ ପାକିସ୍ତାନର ୮ ମିସାଇଲ୍ ଧ୍ବଂସ କଲା S-400

ନୂଆଦିଲ୍ଲୀ,୮।୫: ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ, ଗୁରୁବାର ଆନ୍ତର୍ଜାତୀୟ ସୀମା ପାରରୁ ଜମ୍ମୁର ଏୟାରଷ୍ଟ୍ରିପ ସମେତ ଏକାଧିକ ସ୍ଥାନକୁ ରକେଟ ଦ୍ୱାରା ଟାର୍ଗେଟ କରାଯାଇଛି। ଏହାପରେ ଭାରତୟର ସୁରକ୍ଷା ଏଜେନ୍ସି ଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନରୁ ଜମ୍ମୁ ସିଭିଲ ଏୟାରପୋର୍ଟ, ସମ୍ବା, ଆରଏସ ପୁରା, ଆରନିଆ ଏବଂ ଆଖପାଖ ଅଞ୍ଚଳକୁ ଲକ୍ଷ୍ୟ କରି ଆଠଟି ମିସାଇଲ ନିକ୍ଷେପ କରାଯାଇଥିଲା। ସମସ୍ତ ମିସାଇଲକୁ […] The post ଜମ୍ମୁରେ ପାକିସ୍ତାନର ୮ ମିସାଇଲ୍ ଧ୍ବଂସ କଲା S-400 appeared first on Dharitri Odia News.

ଜମ୍ମୁରେ ପାକିସ୍ତାନର ୮ ମିସାଇଲ୍ ଧ୍ବଂସ କଲା S-400

ନୂଆଦିଲ୍ଲୀ,୮।୫: ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ, ଗୁରୁବାର ଆନ୍ତର୍ଜାତୀୟ ସୀମା ପାରରୁ ଜମ୍ମୁର ଏୟାରଷ୍ଟ୍ରିପ ସମେତ ଏକାଧିକ ସ୍ଥାନକୁ ରକେଟ ଦ୍ୱାରା ଟାର୍ଗେଟ କରାଯାଇଛି।

ଏହାପରେ ଭାରତୟର ସୁରକ୍ଷା ଏଜେନ୍ସି ଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନରୁ ଜମ୍ମୁ ସିଭିଲ ଏୟାରପୋର୍ଟ, ସମ୍ବା, ଆରଏସ ପୁରା, ଆରନିଆ ଏବଂ ଆଖପାଖ ଅଞ୍ଚଳକୁ ଲକ୍ଷ୍ୟ କରି ଆଠଟି ମିସାଇଲ ନିକ୍ଷେପ କରାଯାଇଥିଲା। ସମସ୍ତ ମିସାଇଲକୁ S-400 ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ସଫଳତାର ସହ ଧ୍ବଂସ କରାଯାଇଛି।

ଜମ୍ମୁ ଏୟାରପୋର୍ଟ ଆଖପାଖରେ ବାୟୁ ପ୍ରତିରକ୍ଷା ସାଇରନ ବାଜିଥିଲା ଏବଂ ଅଞ୍ଚଳରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଲାଗୁ କରାଯାଇଥିଲା। ଜମ୍ମୁ ସହରରେ ମୋବାଇଲ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

The post ଜମ୍ମୁରେ ପାକିସ୍ତାନର ୮ ମିସାଇଲ୍ ଧ୍ବଂସ କଲା S-400 appeared first on Dharitri Odia News.