ଜରୁରୀ ଅବତରଣ ବେଳେ ପାକ୍‌ ହେଲିକପ୍ଟର ଦୁର୍ଘଟଣା

ଇସ୍‌ଲାମାବାଦ,୨୮ା୯: ପାକିସ୍ତାନର ଖାଇବର ପଖ୍‌ତୁନଖ୍ବା ପ୍ରଦେଶର ଉତ୍ତର ଓ୍ବାଜିରିସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୮ ଜଣ ଆହତ ହୋଇଛନ୍ତି। ଏକ ତୈଳ କମ୍ପାନୀର କର୍ମଚାରୀମାନଙ୍କୁ ନେଇ ଯାଉଥିବା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଜରୁରୀ ଅବତରଣ ଉଦ୍ୟମ ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରର ୨ ପାଇଲଟ ଏବଂ ଜଣେ କ୍ରିଉ ସଦସ୍ୟ ବିଦେଶୀ ହୋଇଥିବା ବେଳେ ସେମାନଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଆହତମାନଙ୍କୁ ସେନା […] The post ଜରୁରୀ ଅବତରଣ ବେଳେ ପାକ୍‌ ହେଲିକପ୍ଟର ଦୁର୍ଘଟଣା appeared first on Dharitri Odia News.

ଜରୁରୀ ଅବତରଣ ବେଳେ ପାକ୍‌ ହେଲିକପ୍ଟର ଦୁର୍ଘଟଣା

ଇସ୍‌ଲାମାବାଦ,୨୮ା୯: ପାକିସ୍ତାନର ଖାଇବର ପଖ୍‌ତୁନଖ୍ବା ପ୍ରଦେଶର ଉତ୍ତର ଓ୍ବାଜିରିସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୮ ଜଣ ଆହତ ହୋଇଛନ୍ତି।

ଏକ ତୈଳ କମ୍ପାନୀର କର୍ମଚାରୀମାନଙ୍କୁ ନେଇ ଯାଉଥିବା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଜରୁରୀ ଅବତରଣ ଉଦ୍ୟମ ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରର ୨ ପାଇଲଟ ଏବଂ ଜଣେ କ୍ରିଉ ସଦସ୍ୟ ବିଦେଶୀ ହୋଇଥିବା ବେଳେ ସେମାନଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଆହତମାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ରର କୌଣସି ସୂଚନା ମିଳିନାହିଁ।

The post ଜରୁରୀ ଅବତରଣ ବେଳେ ପାକ୍‌ ହେଲିକପ୍ଟର ଦୁର୍ଘଟଣା appeared first on Dharitri Odia News.