ଜରୁରୀକାଳୀନ ପରିସ୍ଥିତି ରେ ବନ୍ଦୀ ହୋଇଥିବା ସଙ୍ଗ୍ରାମୀ ଙ୍କୁ ମିଳିବ 20 ହଜାର ଟଙ୍କା ର ପେନସନ

ବୀରମହାରାଜପୁର : (ସୌମିତ୍ରି ମେହେର ) ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହଜାର ଟଙ୍କାର ପେନସନ ମିଳିବ । ଆଜି ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ଏଣୁ […] The post ଜରୁରୀକାଳୀନ ପରିସ୍ଥିତି ରେ ବନ୍ଦୀ ହୋଇଥିବା ସଙ୍ଗ୍ରାମୀ ଙ୍କୁ ମିଳିବ 20 ହଜାର ଟଙ୍କା ର ପେନସନ appeared first on Odisha.News.

ଜରୁରୀକାଳୀନ ପରିସ୍ଥିତି ରେ ବନ୍ଦୀ ହୋଇଥିବା ସଙ୍ଗ୍ରାମୀ ଙ୍କୁ ମିଳିବ 20 ହଜାର ଟଙ୍କା ର ପେନସନ

ବୀରମହାରାଜପୁର : (ସୌମିତ୍ରି ମେହେର )
ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହଜାର ଟଙ୍କାର ପେନସନ ମିଳିବ । ଆଜି ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ଏଣୁ ସୁବର୍ଣ୍ଣପୁର ଜିଲ୍ଲାର ଯେଉଁ ସଂଗ୍ରାମୀମାନେ ୨୫ ଜୁନ୍ ୧୯୭୫ ମସିହାରୁ ୨୧ ମାର୍ଚ୍ଚ ୧୯୭୭ ମସିହା ପର୍ଯ୍ୟନ୍ତ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ ସେମାନଙ୍କୁ ଏହି ପେନସନ ସୁବିଧା ଉପଲବ୍ଧ ହେବ। ଏହି ପେନସନ ଓ ଚିକିତ୍ସା ସୁବିଧା ୦୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ପାଇପାରିବେ। ଜିଲ୍ଳାରେ ଜୀବିତ ଥିବା ସଂଗ୍ରାମୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଜିଲ୍ଲାର ସମସ୍ତ ବିଡ଼ିଓ ମାନଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି, ସେମାନେ ସମ୍ପୃକ୍ତ ବ୍ଲକରେ ଥିବା ଜନ ପ୍ରତିନିଧି ତଥା ତୁଣମୂଳ ସ୍ତରଅଧିକାରୀଙ୍କ ସହ ସମନ୍ୱୟ ପୂର୍ବକ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ଥିବା ଉପରୋକ୍ତ ବର୍ଗର ସଂଗ୍ରାମୀ ତଥା ସେମାନଙ୍କ ପରିବାର ବର୍ଗ ନିଜ ବ୍ଲକର ବି ଡି ଓ ଙ୍କୁ ଯୋଗାଯୋଗ ସହ ସେମାନଙ୍କ ସମସ୍ତ ତଥ୍ୟ ଜାନୁୟାରୀ ୨୦ ମଧ୍ୟରେ ପ୍ରଦାନ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ସୂଚୀତ କରାଯାଇଛି।

The post ଜରୁରୀକାଳୀନ ପରିସ୍ଥିତି ରେ ବନ୍ଦୀ ହୋଇଥିବା ସଙ୍ଗ୍ରାମୀ ଙ୍କୁ ମିଳିବ 20 ହଜାର ଟଙ୍କା ର ପେନସନ appeared first on Odisha.News.