ଜରୁରୀକାଳୀନ ବୈଠକ ଡକାଇଲା ବିସିସିଆଇ, ବୋର୍ଡ ନେବ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ରେ ସଚିବ ଓ କୋଷାଧ୍ୟକ୍ଷ ପଦ ଖାଲି ପଡ଼ିଛି। ଏହି ଦୁଇ ପଦ ପାଇଁ ନିର୍ବାଚନ କରାଇବାକୁ ଯାଉଛି ବିସିସିଆଇ। ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଅଚଲ କୁମାର ଜ୍ୟୋତିଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିବା ପାଇଁ ବିସିସିଆଇ ଜରୁରୀକାଳୀନ ବୈଠକ ଡକାଇଛି। ନିକଟରେ ଜୟ ଶାହ(ସଚିବ) ଓ ଆଶିଷ ସେଲାର(କୋଷାଧ୍ୟକ୍ଷ) ପଦ ଛାଡ଼ିବା ପରେ ଏହା ଖାଲି ରହିଛି। ଶାହ ଡିସେମ୍ବର ୧ରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଚେୟାରମ୍ୟାନ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଶେଲାର ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। Also read: ବିବାଦର ଅନ୍ତ ଘଟିଲା, ହାଇବ୍ରିଡ ମଡେଲରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫିନିର୍ବାଚିତ ପଦାଧିକାରୀଙ୍କ ଇସ୍ତଫା ପରଠୁ ବୋର୍ଡ ନିକଟରେ ସ୍ଵତନ୍ତ୍ର ସାଧାରଣ ବୈଠକ ଡକାଇବା ଓ ପଦରେ ନିଯୁକ୍ତ ପାଇଁ ୪୫ ଦିନର ସମୟ ରହିଥାଏ। ପିଟିଆଇ ଅନୁଯାୟୀ, ବିସିସିଆଇର ସଚିବ ଓ କୋଷାଧ୍ୟକ୍ଷ ପଦ ଖାଲି ଥିବାରୁ ଏହି ପଦରେ ନିଯୁକ୍ତି ଜରୁରୀ। ଏହି ସମ୍ବନ୍ଧରେ ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଅଚଲ କୁମାର ଜ୍ୟୋତିଙ୍କୁ ସ୍ଵତନ୍ତ୍ର ବୈଠକରେ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି କରିପାରେ ବିସିସିଆଇ। ୭୧ ବର୍ଷୀୟ ଜ୍ୟୋତି ହେଉଛନ୍ତି ୧୯୭୫ ବ୍ୟାଚ୍ର ଗୁଜରାଟ କ୍ୟାଡରର ଅବସର ପ୍ରାପ୍ତ ଆଇଏଏସ ଅଧିକାରୀ। ସେ ୨୦୧୭ ଜୁ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ରେ ସଚିବ ଓ କୋଷାଧ୍ୟକ୍ଷ ପଦ ଖାଲି ପଡ଼ିଛି। ଏହି ଦୁଇ ପଦ ପାଇଁ ନିର୍ବାଚନ କରାଇବାକୁ ଯାଉଛି ବିସିସିଆଇ। ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଅଚଲ କୁମାର ଜ୍ୟୋତିଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିବା ପାଇଁ ବିସିସିଆଇ ଜରୁରୀକାଳୀନ ବୈଠକ ଡକାଇଛି। ନିକଟରେ ଜୟ ଶାହ(ସଚିବ) ଓ ଆଶିଷ ସେଲାର(କୋଷାଧ୍ୟକ୍ଷ) ପଦ ଛାଡ଼ିବା ପରେ ଏହା ଖାଲି ରହିଛି। ଶାହ ଡିସେମ୍ବର ୧ରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ଚେୟାରମ୍ୟାନ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଶେଲାର ମହାରାଷ୍ଟ୍ର ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
Also read: ବିବାଦର ଅନ୍ତ ଘଟିଲା, ହାଇବ୍ରିଡ ମଡେଲରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି
ନିର୍ବାଚିତ ପଦାଧିକାରୀଙ୍କ ଇସ୍ତଫା ପରଠୁ ବୋର୍ଡ ନିକଟରେ ସ୍ଵତନ୍ତ୍ର ସାଧାରଣ ବୈଠକ ଡକାଇବା ଓ ପଦରେ ନିଯୁକ୍ତ ପାଇଁ ୪୫ ଦିନର ସମୟ ରହିଥାଏ। ପିଟିଆଇ ଅନୁଯାୟୀ, ବିସିସିଆଇର ସଚିବ ଓ କୋଷାଧ୍ୟକ୍ଷ ପଦ ଖାଲି ଥିବାରୁ ଏହି ପଦରେ ନିଯୁକ୍ତି ଜରୁରୀ। ଏହି ସମ୍ବନ୍ଧରେ ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଅଚଲ କୁମାର ଜ୍ୟୋତିଙ୍କୁ ସ୍ଵତନ୍ତ୍ର ବୈଠକରେ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି କରିପାରେ ବିସିସିଆଇ। ୭୧ ବର୍ଷୀୟ ଜ୍ୟୋତି ହେଉଛନ୍ତି ୧୯୭୫ ବ୍ୟାଚ୍ର ଗୁଜରାଟ କ୍ୟାଡରର ଅବସର ପ୍ରାପ୍ତ ଆଇଏଏସ ଅଧିକାରୀ। ସେ ୨୦୧୭ ଜୁଲାଇରୁ ୨୦୧୮ ଜାନୁଆରୀ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଆୟୋଗ ଭାବେ କାମ କରିଛନ୍ତି। ବର୍ତ୍ତମାନ ଆସାମର ଦେବଜିତ ସୈକିୟା ବୋର୍ଡର ଅନ୍ତରୀଣ ସଚିବ ଦାୟିତ୍ଵ ସମ୍ଭାଳିଥିବା ବେଳେ କୋଷାଧ୍ୟକ୍ଷ ପଦ ଖାଲି ପଡ଼ିଛି।
Also read: ସୁପର ଫ୍ଲପ୍ ହେଉଥିବା ସ୍ଵୀକାର କଲେ ରୋହିତ ଶର୍ମା, ଆଗାମୀ ୨ଟି ମ୍ୟାଚ୍ରେ କରିବେ ଏହି କାମ
ଚଳିତ ବର୍ଷ ବିସିସିଆଇର ରାଜସ୍ଵରେ ବେଶ ବୃଦ୍ଧି ଘଟିଛି। ଏଥିରେ ପ୍ରାୟ ୪୨୦୦ କୋଟି ଟଙ୍କା ବଢି ଆୟ ୨୦ ହଜାର ୬୮୬ କୋଟି ଟଙ୍କାରେ ପହଞ୍ଚିଛି। ବିସିସିଆଇର ରାଜସ୍ଵର ଏକ ବଡ଼ ଭାଗ ଆଇପିଏଲ୍ର ମିଡିଆ ରାଇଟ୍ସ ଓ ଦ୍ଵିପାକ୍ଷିକ କ୍ରିକେଟ୍ ରାଇଟ୍ସରୁ ଆସିଥାଏ।ଭାରତ ଦୁନିଆର ସବୁଠୁ ବଡ଼ କ୍ରିକେଟ୍ ବଜାର। ଏଥିପାଇଁ ଏହି ଶକ୍ତିଶାଳୀ ବୋର୍ଡକୁ ଆଇସିସିଠୁ ରାଜସ୍ଵର ଏକ ବଡ଼ ଅଂଶ ମିଳିଥାଏ।