ଜର୍ଜ ହାଇସ୍କୁଲ ୭୫ ମେଟ୍ରିକ୍ ବେଚ ପକ୍ଷରୁ ସମ୍ବଲପୁରୀ ଦିବସ ପାଳିତ

ସମ୍ବଲପୁର:ବରଗଡ଼ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସତ୍ୟ ନାରାୟଣ ପଣ୍ଡା ଙ୍କ ଆବାହକତ୍ବରେ ଓ ଗୋବିନ୍ଦ ଦାଶ ଙ୍କ ସଭାପତିତ୍ବରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ର ୭୫ ମେଟ୍ରିକ୍ ବେଚ ପକ୍ଷରୁ ସମ୍ବଲପୁରୀ ଦିବସ ପାଳିତ ହୋଇ ଯାଇଅଛି । ଦିବଙ୍ଗତ ୭୫ ବେଚ ର ସହପାଠୀ ମାନଙ୍କ ସକାଶେ ଏକ ମିନିଟ ନିରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆଗାମୀ ୨୦୨୫ ରେ ହେବାକୁ […] The post ଜର୍ଜ ହାଇସ୍କୁଲ ୭୫ ମେଟ୍ରିକ୍ ବେଚ ପକ୍ଷରୁ ସମ୍ବଲପୁରୀ ଦିବସ ପାଳିତ appeared first on Odisha.News.

ଜର୍ଜ ହାଇସ୍କୁଲ ୭୫ ମେଟ୍ରିକ୍ ବେଚ ପକ୍ଷରୁ ସମ୍ବଲପୁରୀ ଦିବସ ପାଳିତ

ସମ୍ବଲପୁର:ବରଗଡ଼ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସତ୍ୟ ନାରାୟଣ ପଣ୍ଡା ଙ୍କ ଆବାହକତ୍ବରେ ଓ ଗୋବିନ୍ଦ ଦାଶ ଙ୍କ ସଭାପତିତ୍ବରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ର ୭୫ ମେଟ୍ରିକ୍ ବେଚ ପକ୍ଷରୁ ସମ୍ବଲପୁରୀ ଦିବସ ପାଳିତ ହୋଇ ଯାଇଅଛି ।
ଦିବଙ୍ଗତ ୭୫ ବେଚ ର ସହପାଠୀ ମାନଙ୍କ ସକାଶେ ଏକ ମିନିଟ ନିରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଆଗାମୀ ୨୦୨୫ ରେ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତି ଉତ୍ସବ ଜାନୁଆରୀ ୧୯ ରବିବାର ଦିନ ପାଳନ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଥିବା ସତ୍ୟ ନାରାୟଣ ପଣ୍ଡା ସୂଚନା ପ୍ରଦାନ କରିଥିଲେ ।
ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ ପୂର୍ବକ ସମ୍ବଲପୁରୀ ଦିବସ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ଅବସରରେ ଶତୃଘ୍ନ ଦାଶ ଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା ।
ଏଥିରେ ସର୍ବଶ୍ରୀ ନିର୍ମଳ କିଶୋର କର, ଅଭୟ କୁମାର ଭୋଇ, କୃଷ୍ଣ ଚନ୍ଦ୍ର ପଣ୍ଡା, ଗୋପାଳ ଦାଶ,କୁନୁ ବଢେଇ,ଦେବୀ ପଟ୍ଟନାୟକ, ସୁନୀଲ ଦାଶ, ଅଶୋକ ପ୍ରଧାନ, ବାଳମୁକୁନ୍ଦ ଦାଶ, ଲଳିତ ବିଶୀ,ଫେଲୁ ସାମଲ ପ୍ରମୁଖ ଯୋଗଦେଇଥିଲେ।
ଶେଷରେ ତୁଳସୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

The post ଜର୍ଜ ହାଇସ୍କୁଲ ୭୫ ମେଟ୍ରିକ୍ ବେଚ ପକ୍ଷରୁ ସମ୍ବଲପୁରୀ ଦିବସ ପାଳିତ appeared first on Odisha.News.