ଜର୍ଜିଆ ସ୍କୁଲରେ ଗୁଳି ବିନିମୟ; ୪ ମୃତ, ୩୦ ଆହତ
ନୂଆଦିଲ୍ଲୀ ୦୫।୦୯: ଆମେରିକାର ଏକ ହାଇସ୍କୁଲରେ ଗୁଳି ବିନିମୟ। ଏଥିରେ ଅତି କମରେ ୪ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବ୍ୟତୀତ ୩୦ ଜଣ ଆହତ ହୋଇଥିଲେ। ଘଟଣାର ନିୟନ୍ତ୍ରଣରେ ଥିବା ସ୍କୁଲ ମୁଖପାତ୍ର କହିଛନ୍ତି ଯେ ଅପରାହ୍ନରେ ଛାତ୍ରମାନଙ୍କୁ ଛୁଟି ଦିଆଯାଇଥିଲା। ବର୍ତ୍ତମାନ ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ରିପୋର୍ଟ ଅନୁଯାୟୀ, ଏହି ଘଟଣା ଭାରତୀୟ ସମୟ ରାତି ୮ ଟା ସମୟରେ ଘଟିଥିଲା । ଏହି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏଥି ସହ ଗୁଳି ବିନିମୟରୁ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରୁ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣେ ସ୍କୁଲ ଛାତ୍ର ହୋଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପରିଚୟ ମିଳିପାରି ନାହିଁ।I have directed all available state resources to respond to the incident at Apalachee High School and urge all Georgians to join my family in praying for the safety of those in our classrooms, both in Barrow County and across the state. (1/2)— Governor Brian P. Kemp (@GovKemp) September 4, 2024ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ଜର୍ଜିଆର ଆପାଲାଚି ହାଇସ୍କୁଲ ଅଭିଭାବକମାନଙ୍କୁ ଏକ ବାର୍ତ୍ତା ପଠାଇ କହି
ନୂଆଦିଲ୍ଲୀ ୦୫।୦୯: ଆମେରିକାର ଏକ ହାଇସ୍କୁଲରେ ଗୁଳି ବିନିମୟ। ଏଥିରେ ଅତି କମରେ ୪ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବ୍ୟତୀତ ୩୦ ଜଣ ଆହତ ହୋଇଥିଲେ। ଘଟଣାର ନିୟନ୍ତ୍ରଣରେ ଥିବା ସ୍କୁଲ ମୁଖପାତ୍ର କହିଛନ୍ତି ଯେ ଅପରାହ୍ନରେ ଛାତ୍ରମାନଙ୍କୁ ଛୁଟି ଦିଆଯାଇଥିଲା। ବର୍ତ୍ତମାନ ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ଅନୁଯାୟୀ, ଏହି ଘଟଣା ଭାରତୀୟ ସମୟ ରାତି ୮ ଟା ସମୟରେ ଘଟିଥିଲା । ଏହି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏଥି ସହ ଗୁଳି ବିନିମୟରୁ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରୁ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣେ ସ୍କୁଲ ଛାତ୍ର ହୋଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପରିଚୟ ମିଳିପାରି ନାହିଁ।
I have directed all available state resources to respond to the incident at Apalachee High School and urge all Georgians to join my family in praying for the safety of those in our classrooms, both in Barrow County and across the state. (1/2)— Governor Brian P. Kemp (@GovKemp) September 4, 2024
ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ଜର୍ଜିଆର ଆପାଲାଚି ହାଇସ୍କୁଲ ଅଭିଭାବକମାନଙ୍କୁ ଏକ ବାର୍ତ୍ତା ପଠାଇ କହିଛି ଯେ ଗୁଳି ବିନିମୟ ଖବର ପାଇବା ପରେ ଜିଲ୍ଲାର ସମସ୍ତ ସ୍କୁଲ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବାବେଳେ ଏୟାର ଆମ୍ବୁଲାନ୍ସ ଯୋଗେ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏହା ବ୍ୟତୀତ ଅତିରିକ୍ତ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଏହା ସହ ଆମେରିକା ରାଜ୍ୟପାଳ କହିଛନ୍ତି ଜର୍ଜିଆର ସମସ୍ତ ବାସିନ୍ଦାଙ୍କୁ ଅନୁରୋଧ କରୁଛି କି ମୋ ପରିବାର ସହ ଯୋଡି ହୋଇ ସ୍କୁଲ୍ରେ ଥିବା ସମସ୍ତଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଏହି ଘଟଣା ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସୂଚନା ଦିଆଯାଇଛି। ହ୍ଵାଇଟ ହାଉସ ଏକ ବିବୃତ୍ତି ଜାରି କରି କହିଛି ଯେ ଆମେ ଅଧିକ ସୂଚନା ଗ୍ରହଣ କରୁଥିବାରୁ ପ୍ରଶାସନ ଫେଡେରାଲ, ରାଜ୍ୟ ତଥା ସ୍ଥାନୀୟ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବ।