ଜର୍ମାନୀ: ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍, ୨ ମୃତ, ୬୮ ଆହତ
ଜର୍ମାନ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍ । କାର୍ ଧକ୍କାରେ ୨ ମୃତ, ୬୮ ଆହତ । ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।ରାଜଧାନୀ ବର୍ଲିନଠାରୁ ୧୩୦ କିଲୋମିଟର ଦୂରରେ ଥିବା ମାଗଦେବର୍ଗ ସହରରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଜର୍ମାନ ପୋଲିସ ଜଣେ ଷଡଯନ୍ତ୍ରକାରୀ ସାଉଦି ନାଗରିକକୁ ଗିରଫ କରିଛି । ସୂଚନା ଅନୁସାରେ, ଗତକାଲି ଜର୍ମାନୀର ମାଗଡେବର୍ଗରେ ଥିବା ଜନଗହଳିପୂର୍ଣ୍ଣ ମାର୍କେଟରେ ଦ୍ରୁତ ଗତିରେ […] The post ଜର୍ମାନୀ: ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍, ୨ ମୃତ, ୬୮ ଆହତ appeared first on KNews Odisha.

ଜର୍ମାନ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍ । କାର୍ ଧକ୍କାରେ ୨ ମୃତ, ୬୮ ଆହତ । ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।ରାଜଧାନୀ ବର୍ଲିନଠାରୁ ୧୩୦ କିଲୋମିଟର ଦୂରରେ ଥିବା ମାଗଦେବର୍ଗ ସହରରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଜର୍ମାନ ପୋଲିସ ଜଣେ ଷଡଯନ୍ତ୍ରକାରୀ ସାଉଦି ନାଗରିକକୁ ଗିରଫ କରିଛି ।
ସୂଚନା ଅନୁସାରେ, ଗତକାଲି ଜର୍ମାନୀର ମାଗଡେବର୍ଗରେ ଥିବା ଜନଗହଳିପୂର୍ଣ୍ଣ ମାର୍କେଟରେ ଦ୍ରୁତ ଗତିରେ ଆସୁଥିବା ଏକ କାର ଜାଣିଶୁଣି ଲୋକଙ୍କ ଉପରେ ମଡ଼ାଇ ଦେଇଥିଲା । ତେବେ ଖ୍ରୀଷ୍ଟମାସ ମାର୍କେଟରେ କାର ଆଟାକ ପାଇଁ ଷଡଯନ୍ତ୍ର କରିଥିବା ଜଣେ ୫୦ ବର୍ଷିୟ ଡାକ୍ତର ସାଉଦି ନାଗରିକ। ସେ ୬ ବର୍ଷ ହେଲା ଜର୍ମାନରେ ରହି ଆସୁଥିଲେ । ଉକ୍ତ ଘଟଣାରେ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ଦୁର୍ଘଟଣା ପରେ ଆମ୍ବୁଲାନସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ୬୮ ଜଣ ଆହତଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଅଛନ୍ତି । ଆଗକୁ ବଡଦିନ ଥିବାରୁ ଏହା କୌଣସି ଆତଙ୍କୀ ହାମଲା ଭାବି କାରରେ କୌଣସି ବିସ୍ଫୋଟକ ଥିବା ନେଇ ସନ୍ଦେହ କରିଥିଲା ପୋଲିସ । ମାତ୍ର ସର୍ଚ୍ଚ ଅପରେଶନ ପରେ କାରରୁ କୌଣସି ସେପରି ସାମଗ୍ରୀ ମିଳିନଥିବା ନେଇ ସ୍ପଷ୍ଟ କରିଛି ପୋଲିସ ।
ଜର୍ମାନରେ ଖ୍ରୀଷ୍ଟମାସ ମାର୍କେଟରେ ଏପରି ଆକ୍ରମଣ ଘଟଣା ନୂଆ ନୁହେଁ । ୮ ବର୍ଷ ତଳେ ବର୍ଲିନରେ ଏପରି ଏକ ଘଟଣାରେ ୧୨ଜଣଙ୍କ ମୃତ୍ୟୁ ଘଟିଥିଲା । ଇସଲାମିକ ଷ୍ଟେଟ ସହ ସଂପୃକ୍ତ ଆନିସ ଆମ୍ରି ଏହି କାଣ୍ଡ ଘଟାଇଥିଲା ।
The post ଜର୍ମାନୀ: ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍, ୨ ମୃତ, ୬୮ ଆହତ appeared first on KNews Odisha.