ଜଲାପୁଟ ଜଳଭଣ୍ଡାରରେ ଓଲଟିଲା ଡଙ୍ଗା, ନିଖୋଜ ହେଲେ ଦମ୍ପତି
କୋରାପୁଟ: କୋରାପୁଟ ଜଲାପୁଟ ଜଳଭଣ୍ଡାରରେ ଓଲଟିଲା ଡଙ୍ଗା।ଭାରସାମ୍ୟ ହରାଇ ଓଲଟିଲା ଡଙ୍ଗା। ବର୍ତ୍ତମାନ ସୁଧା ନିଖୋଜ ଦମ୍ପତିଙ୍କ ପରିଚୟ ମିଳିପାରିନାହିଁ। ସ୍ୱାମୀ ସ୍ତ୍ରୀ ନିଖୋଜ ଅଛନ୍ତି। ନନ୍ଦପୁର ବ୍ଲକ ଜବାଗଡ଼ ଗ୍ରାମର ସ୍ୱାମୀ କୃଷ୍ଣ ପାଡିକି ଏବଂ ପ୍ରତିମା ପାଡିକି ଉଭୟ ଜଲାପୁଟ ଜଳ ଭଣ୍ଡାର ପାର ହୋଇ ଚାଶ ଜମିରୁ ସୁଆଁ ଅମଳ କରି କିଛି ବସ୍ତା ସୁଆଁ ନେଇ ଦେଶୀ ଡଙ୍ଗାରେ ଘରକୁ ଫେରିବା ସମୟରେ ମଝି ନଇଁ ରେ ଡ଼ଙ୍ଗାଟି ବୁଡି ଯାଇଥିଲା।ପରିବାର […]

କୋରାପୁଟ: କୋରାପୁଟ ଜଲାପୁଟ ଜଳଭଣ୍ଡାରରେ ଓଲଟିଲା ଡଙ୍ଗା।ଭାରସାମ୍ୟ ହରାଇ ଓଲଟିଲା ଡଙ୍ଗା। ବର୍ତ୍ତମାନ ସୁଧା ନିଖୋଜ ଦମ୍ପତିଙ୍କ ପରିଚୟ ମିଳିପାରିନାହିଁ। ସ୍ୱାମୀ ସ୍ତ୍ରୀ ନିଖୋଜ ଅଛନ୍ତି। ନନ୍ଦପୁର ବ୍ଲକ ଜବାଗଡ଼ ଗ୍ରାମର ସ୍ୱାମୀ କୃଷ୍ଣ ପାଡିକି ଏବଂ ପ୍ରତିମା ପାଡିକି ଉଭୟ ଜଲାପୁଟ ଜଳ ଭଣ୍ଡାର ପାର ହୋଇ ଚାଶ ଜମିରୁ ସୁଆଁ ଅମଳ କରି କିଛି ବସ୍ତା ସୁଆଁ ନେଇ ଦେଶୀ ଡଙ୍ଗାରେ ଘରକୁ ଫେରିବା ସମୟରେ ମଝି ନଇଁ ରେ ଡ଼ଙ୍ଗାଟି ବୁଡି ଯାଇଥିଲା।ପରିବାର ବର୍ଗ ଘରକୁ ସ୍ୱାମୀ ସ୍ତ୍ରୀ ନଫେରିବାରୁ ନଇଁ ନିକଟକୁ ଯାଇ ଦେଖନ୍ତି ଡ଼ଙ୍ଗାର କାତ ଏବଂ ଚପଲ ଭାସୁଛି ବୋଲି ।ସଙ୍ଗେ ସଙ୍ଗେ ଗ୍ରାମବାସି ଆସି ଖୋଜା ଖୋଜି କରିବା ସ୍ଵତେ କୌଣସି ପତା ମିଳି ନଥିଲା।
ପୋଲିସ ଏବଂ ଅଗ୍ନିସମବାହିନୀଙ୍କୁ ଖବର ଦେବ ପରେ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଜଳଭଣ୍ଡାର ରେ ଖୋଜା ଖୋଜି ଆରମ୍ଭ କରାଯଇଥିଲା। ଏବଂ ରାତି ହୋଇଯିବାରୁ ଅପ୍ରେସନକୁ ବନ୍ଦ କରାଯଇଛି। ଆସନ୍ତା କାଲି ସକାଳୁ ପୁଣି ଅପରେସନ ଆରମ୍ବ କରାଯିବା ନେଇ ପୋଲିସ ସୂଚନା ଦେଇଛି।