ଜଳକଷ୍ଟ ଭୋଗୁଛନ୍ତି ଗୁମୁରିଖୋଲ ଗ୍ରାମବାସୀ

ଖଜୁରିପଡ଼ା,୨୫ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପୀରିକୁଡି ପଞ୍ଚାୟତ ଗୁମୁରିଖୋଲ ଗ୍ରାମବାସୀ ବୈଶାଖ ମାସରେ ଜଳକଷ୍ଟ ଭୋଗୁଛନ୍ତି। ଏହି ଗାଁରେ ପିଇବା ପାଣି ଏକ ପ୍ରମୁଖ ସମସ୍ୟା ବୋଲି ଲୋକମାନେ କହିଛନ୍ତି। ଏହି ସମସ୍ୟା ଦୂର କରିବା ପାଇଁ କିଛି ବର୍ଷ ପୂର୍ବେ ଗାଁରେ ପାନୀୟ ଜଳ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କରି ପିଇବା ପାଣି ଯୋଗାଇ ଦିଆଯାଉଥିଲା। ପାଣି ଉଠା ଯାଉଥିବା କୂଅରେ ଯଥେଷ୍ଟ ପାଣି ବାହାରୁ ନ ଥିବାରୁ […] The post ଜଳକଷ୍ଟ ଭୋଗୁଛନ୍ତି ଗୁମୁରିଖୋଲ ଗ୍ରାମବାସୀ appeared first on Dharitri Odia News.

ଜଳକଷ୍ଟ ଭୋଗୁଛନ୍ତି ଗୁମୁରିଖୋଲ ଗ୍ରାମବାସୀ

ଖଜୁରିପଡ଼ା,୨୫ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପୀରିକୁଡି ପଞ୍ଚାୟତ ଗୁମୁରିଖୋଲ ଗ୍ରାମବାସୀ ବୈଶାଖ ମାସରେ ଜଳକଷ୍ଟ ଭୋଗୁଛନ୍ତି। ଏହି ଗାଁରେ ପିଇବା ପାଣି ଏକ ପ୍ରମୁଖ ସମସ୍ୟା ବୋଲି ଲୋକମାନେ କହିଛନ୍ତି। ଏହି ସମସ୍ୟା ଦୂର କରିବା ପାଇଁ କିଛି ବର୍ଷ ପୂର୍ବେ ଗାଁରେ ପାନୀୟ ଜଳ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କରି ପିଇବା ପାଣି ଯୋଗାଇ ଦିଆଯାଉଥିଲା। ପାଣି ଉଠା ଯାଉଥିବା କୂଅରେ ଯଥେଷ୍ଟ ପାଣି ବାହାରୁ ନ ଥିବାରୁ କିଛି ସମୟ ଆସି ବନ୍ଦ ହୋଇଯାଏ। ଯାହା ଫଳରେ ଗ୍ରାମବାସୀ ନିୟମିତ ପାଣି ପାଇବାରୁ ବଞ୍ଚିତ ହୁଅନ୍ତି। ଏ ନେଇ ଗ୍ରାମବାସୀ ଅଭିଯୋଗ କଲା ପରେ ଆଉ ଗୋଟେ କୂଅ ଖୋଳା ହେଲା। କିନ୍ତୁ ସେହି କୂଅ ଅଧା ନିର୍ମାଣ ହୋଇ ପଡ଼ିରହିଛି। ସେଥିରେ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଲାଇନ ଖୁମ୍ବ ପୋତା ଯାଇଛି। କିନ୍ତୁ ତାର ଟଣା ହୋଇ ନାହିଁ। ଏବେ ବୈଶାଖ ମାସ ତାପମାତ୍ରା ବଢ଼ିବା ସହିତ ଖରା ଗରମ ଗୁଳୁଗୁଳି ଦିନକୁଦିନ ବଢ଼ି ଯାଉଛି। ନଦୀ ନାଳ ଚୁଆ ସବୁ ଶୁଖି ଆସିଲାଣି। ଏହି ପରିପ୍ରେକ୍ଷୀରେ ଗୁମୁରିଖୋଲା ସମେତ ସାକାଡ଼ି ଗ୍ରାମବାସୀ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବା ଶ୍ରବଣ କୁମାର ବେହେରା, ସୁମନ ବେହେରା, ଜଗବନ୍ଧୁ ବେହେରା, ଗୋକୁଳ ବେହେରା, ପ୍ରମୋଦ ମଲ୍ଲିକ, କୃଷ୍ଣ ଚନ୍ଦ୍ର ମଲ୍ଲିକ ପ୍ରମୁଖ କହିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ଚନ୍ଦ୍ର ବେହେରା କହିଛନ୍ତି ଏହା ଉପରେ ତଦନ୍ତ କରି ପାଣି ସମସ୍ୟା ଦୂରୀକରଣ ଉପରେ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।

The post ଜଳକଷ୍ଟ ଭୋଗୁଛନ୍ତି ଗୁମୁରିଖୋଲ ଗ୍ରାମବାସୀ appeared first on Dharitri Odia News.