ଜଳକାରୁ ଡଲ୍ଫିନ୍ ଉଦ୍ଧାର
ରୂପସା, ୧୯।୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଗୋଠଗଡ଼ିଆ ନିକଟ ଦେଇ ପ୍ରବାହିତ ଜଳକା ନଦୀରୁ ଗୁରୁବାର ଏକ ଡଲଫିନ ଉଦ୍ଧାର ହୋଇଛି। ସକାଳେ ସ୍ଥାନୀୟ ଅଞ୍ଚଳର କିଛି ପିଲା ନଦୀପାଖକୁ ଶୌଚ ପାଇଁ ଯାଇଥିବା ବେଳେ ନଦୀରେ ଉକ୍ତ ମାଛ ପହଁରୁଥିବା ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀ ଏହି ମାଛକୁ କୌଣସି ହିଂସ୍ର ଜନ୍ତୁ ଭାବି ଭୟଭୀତ ହୋଇପଡିଥିଲେ। ଏହାପରେ କୌତୁହଳ ସହକାରେ ସେହି ମାଛକୁ ଜାଲ ସାହାଯ୍ୟରେ ଧରାଯାଇଥିଲା। ପରେ ଏହାକୁ […] The post ଜଳକାରୁ ଡଲ୍ଫିନ୍ ଉଦ୍ଧାର appeared first on Dharitri Odia News.
ରୂପସା, ୧୯।୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଗୋଠଗଡ଼ିଆ ନିକଟ ଦେଇ ପ୍ରବାହିତ ଜଳକା ନଦୀରୁ ଗୁରୁବାର ଏକ ଡଲଫିନ ଉଦ୍ଧାର ହୋଇଛି। ସକାଳେ ସ୍ଥାନୀୟ ଅଞ୍ଚଳର କିଛି ପିଲା ନଦୀପାଖକୁ ଶୌଚ ପାଇଁ ଯାଇଥିବା ବେଳେ ନଦୀରେ ଉକ୍ତ ମାଛ ପହଁରୁଥିବା ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀ ଏହି ମାଛକୁ କୌଣସି ହିଂସ୍ର ଜନ୍ତୁ ଭାବି ଭୟଭୀତ ହୋଇପଡିଥିଲେ। ଏହାପରେ କୌତୁହଳ ସହକାରେ ସେହି ମାଛକୁ ଜାଲ ସାହାଯ୍ୟରେ ଧରାଯାଇଥିଲା। ପରେ ଏହାକୁ ନଳବାହାର ଚନ୍ଦନ ପୋଖରୀରେ ଛଡ଼ାଯାଇଥିଲା। ଖବରପାଇ ବାଲେଶ୍ୱର ବନବିଭାଗ ଅଧିକାରୀ ପହଞ୍ଚତ୍ ଉକ୍ତ ପୋଖରୀରୁ ମାଛକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଥିଲେ। ଏ ସମ୍ପର୍କରେ ବନବିଭାଗ ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା କହିଛନ୍ତି, ଡଲଫିନ ଛଡାଯାଇଥିବା ପୋଖରୀ ନିକଟରେ ଏକ ଟିମ୍ ଜଗି ରହିଛି। ଶୁକ୍ରବାର ପୋଖରୀ ମଧ୍ୟରୁ ଉଦ୍ଧାର କରାଯିବ। ଡଲଫିନକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ପ୍ରବଳ ଭିଡ଼ ଲାଗିରହିଛି।
The post ଜଳକାରୁ ଡଲ୍ଫିନ୍ ଉଦ୍ଧାର appeared first on Dharitri Odia News.