ଜଳଯୋଗାଣ ବନ୍ଦ: ୧୫ ଦିନ ହେଲା ଲୋକଙ୍କୁ ମିଳୁନି ପିଇବା ପାଣି

ବୋଡ଼େନ,୨୪।୨(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକର ଖଇରା ଗ୍ରାମକୁ ବାଗବାହାଲରୁ ବସୁଧା ଯୋଜନାରେ ଜଳଯୋଗାଣ ହେଉଥିଲା। ହେଲେ ୧୫ ଦିନରୁ ଅଧିକ ହେଲା ଠିକାଦାର ଡ୍ରେନ ନିର୍ମାଣ ସମୟରେ ଅବହେଳା ଯୋଗୁ ମନ୍ଦିର ପାଖରେ ମୁଖ୍ୟ ପାଇପ୍‌ ଫାଟି ଯିବାରୁ ଲୋକେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି। ପ୍ରକାଶ ଥାଉକି ଖଇରାର ସମସ୍ତ ନଳକୂପରେ ମାତ୍ରାଧିକ ଫ୍ଲୋରାଇଡ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଦୂଷିତ ପାଣି ପିଉଛନ୍ତି। ଏଣୁ […] The post ଜଳଯୋଗାଣ ବନ୍ଦ: ୧୫ ଦିନ ହେଲା ଲୋକଙ୍କୁ ମିଳୁନି ପିଇବା ପାଣି appeared first on Dharitri Odia News.

ଜଳଯୋଗାଣ ବନ୍ଦ: ୧୫ ଦିନ ହେଲା ଲୋକଙ୍କୁ ମିଳୁନି ପିଇବା ପାଣି

ବୋଡ଼େନ,୨୪।୨(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକର ଖଇରା ଗ୍ରାମକୁ ବାଗବାହାଲରୁ ବସୁଧା ଯୋଜନାରେ ଜଳଯୋଗାଣ ହେଉଥିଲା। ହେଲେ ୧୫ ଦିନରୁ ଅଧିକ ହେଲା ଠିକାଦାର ଡ୍ରେନ ନିର୍ମାଣ ସମୟରେ ଅବହେଳା ଯୋଗୁ ମନ୍ଦିର ପାଖରେ ମୁଖ୍ୟ ପାଇପ୍‌ ଫାଟି ଯିବାରୁ ଲୋକେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି।

ପ୍ରକାଶ ଥାଉକି ଖଇରାର ସମସ୍ତ ନଳକୂପରେ ମାତ୍ରାଧିକ ଫ୍ଲୋରାଇଡ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଦୂଷିତ ପାଣି ପିଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଯଥାଶୀଘ୍ର ସମସ୍ୟାର ସମାଧାନ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

The post ଜଳଯୋଗାଣ ବନ୍ଦ: ୧୫ ଦିନ ହେଲା ଲୋକଙ୍କୁ ମିଳୁନି ପିଇବା ପାଣି appeared first on Dharitri Odia News.