ଜଳିଗଲା ଦୁଇ ବଖରା ଦୋକାନ ଘର: ୮ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ବାସୁଦେବପୁର: ନୟକାଣିଡ଼ିହି ଥାନା ଗଦଲା ଗାଁରେ ଅଘଟଣ। ଦୁଇ ବଖରା ଦୋକାନ ଘର ସହ ପାଖପାଖି ୮ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଛି। ଦୁଇଟି ବାଇକ ମଧ୍ୟ ଜଳିଯାଇଛି। ଦୋକାନରେ କେହି ନିଆଁ ଲଗାଇ ଦେଇଥିବା ବ୍ୟବସାୟୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ବିପନ୍ନ ବ୍ୟବସାୟୀ ଜଣକ ଗଦଳା ଗାଁର ଅଶୋକ କୁମାର ନାୟକ ବୋଲି ଜଣାପଡିଛି । ଅଶୋକ ଗତକାଲି  ରାତିରେ  ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ବିଳମ୍ବିତ ରାତିରେ ଦୋକାନରେ […]

ଜଳିଗଲା ଦୁଇ ବଖରା ଦୋକାନ ଘର: ୮ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ବାସୁଦେବପୁର: ନୟକାଣିଡ଼ିହି ଥାନା ଗଦଲା ଗାଁରେ ଅଘଟଣ। ଦୁଇ ବଖରା ଦୋକାନ ଘର ସହ ପାଖପାଖି ୮ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଛି। ଦୁଇଟି ବାଇକ ମଧ୍ୟ ଜଳିଯାଇଛି। ଦୋକାନରେ କେହି ନିଆଁ ଲଗାଇ ଦେଇଥିବା ବ୍ୟବସାୟୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ବିପନ୍ନ ବ୍ୟବସାୟୀ ଜଣକ ଗଦଳା ଗାଁର ଅଶୋକ କୁମାର ନାୟକ ବୋଲି ଜଣାପଡିଛି । ଅଶୋକ ଗତକାଲି  ରାତିରେ  ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ବିଳମ୍ବିତ ରାତିରେ ଦୋକାନରେ ନିଆଁ ଲାଗିଯାଇଥିଲା। ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖୁବ କମ ସମୟ ମଧ୍ୟରେ ଦୁଇ ବଖରା ଆଜବେଷ୍ଟସ ଦୋକାନ ଘର ସମେତ ଦୋକାନର ସମସ୍ତ ସାମଗ୍ରୀ ଜଳିଯାଇଥିଲା। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।