ଜଳିଲା ସାଢ଼େ ୬ ଫୁଟ୍‌ର ଦୀପ

ବାସୁଦେବପୁର,୨୨ା୧(ନାରାୟଣ ପ୍ରସାଦ ବାରିକ୍‌):ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଭଦ୍ରକ ଜିଲାର ବାସୁଦେବପୁର ସହର ମଧ୍ୟରେ ବ୍ଲକରୋଡ୍‌ ପୂଜା ମଣ୍ଡପ ସାମ୍ନାରେ ସାଢ଼େ ୬ ଫୁଟ୍‌ର ଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ଏହି ବିଶାଳ ଦୀପ ବ୍ଲକ କାଳୀ କମିଟି ଆନୁକୂଲ୍ୟରେ ତଥା ଭକ୍ତଙ୍କ ସହଯୋଗରେ ନିର୍ମିତ ହୋଇଛି । ଭକ୍ତମାନେ ବହୁ ସଂଖ୍ୟାରେ ଯୋଗଦେଇ ଏହି ଦୀପରେ ତେଲ, ଘିଅ ଅର୍ପଣ କରିଥିଲେ। ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବ୍ଲକ ଅଧ୍ୟକ୍ଷ […] The post ଜଳିଲା ସାଢ଼େ ୬ ଫୁଟ୍‌ର ଦୀପ appeared first on Dharitri Odia News.

ଜଳିଲା ସାଢ଼େ ୬ ଫୁଟ୍‌ର ଦୀପ

ବାସୁଦେବପୁର,୨୨ା୧(ନାରାୟଣ ପ୍ରସାଦ ବାରିକ୍‌):ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଭଦ୍ରକ ଜିଲାର ବାସୁଦେବପୁର ସହର ମଧ୍ୟରେ ବ୍ଲକରୋଡ୍‌ ପୂଜା ମଣ୍ଡପ ସାମ୍ନାରେ ସାଢ଼େ ୬ ଫୁଟ୍‌ର ଦୀପ ପ୍ରଜ୍ଜ୍ୱଳନ କରାଯାଇଛି।
ଏହି ବିଶାଳ ଦୀପ ବ୍ଲକ କାଳୀ କମିଟି ଆନୁକୂଲ୍ୟରେ ତଥା ଭକ୍ତଙ୍କ ସହଯୋଗରେ ନିର୍ମିତ ହୋଇଛି । ଭକ୍ତମାନେ ବହୁ ସଂଖ୍ୟାରେ ଯୋଗଦେଇ ଏହି ଦୀପରେ ତେଲ, ଘିଅ ଅର୍ପଣ କରିଥିଲେ। ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ସାମାଜିକ କର୍ମୀ ଦୀନବନ୍ଧୁ ପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଦୀପରେ ତେଲ, ଘିଅ ଅର୍ପଣ କରିଥିଲେ।
ସେହିପରି ବାଲିନଗରସ୍ଥିତ ପଞ୍ଚମୁଖୀ ହନୁମାନ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ବାସୁଦେବପୁରର ହନୁମାନ ବାଟିକା ପରିସରରେ ଶ୍ରୀରାମଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିବା ସହ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କୁ ଦର୍ଶନ କରିଥିଲେ। ବଚ୍ଛଦା ରାମମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବାସୁଦେବପୁର ନୀଳମଣି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ ଦୀପଦାନ କରାଯାଇଛି।

 

The post ଜଳିଲା ସାଢ଼େ ୬ ଫୁଟ୍‌ର ଦୀପ appeared first on Dharitri Odia News.