ଜଳୁଛି ଓଡ଼ିଶା, ସକାଳ ସାଢେ ୫ଟା ସୁଦ୍ଧା ୩୧ ଛୁଇଁଲା ପାରା
ଭୁବନେଶ୍ୱର,୩୦।୫: କିଛିଦିନ ତାତିରେ ବ୍ରେକ୍ ଲାଗିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଅସହ୍ୟ ତାତି । ମଙ୍ଗଳବାର ରାଜ୍ୟରେ ତାତି ୪୬ ଛୁଇଁଥିବାବେଳେ ଆଜି ସକାଳ ସାଡେ ୮ଟା ସୁଦ୍ଧା ପାରା ୩୯ ଛୁଇଁଛି। ଏହିକ୍ରମରେ ଭବାନୀପାଟଣାରେ ତାତି ୩୯ଡିଗ୍ରୀ ରେକର୍ଡ କରାଯିବା ସହ ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଗୁରୁବାର ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀର ଆଦ୍ରତା ୮୭ ପ୍ରତିଶତ ରହିଛି । […] The post ଜଳୁଛି ଓଡ଼ିଶା, ସକାଳ ସାଢେ ୫ଟା ସୁଦ୍ଧା ୩୧ ଛୁଇଁଲା ପାରା appeared first on Dharitri Odia News.
ଭୁବନେଶ୍ୱର,୩୦।୫: କିଛିଦିନ ତାତିରେ ବ୍ରେକ୍ ଲାଗିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଅସହ୍ୟ ତାତି । ମଙ୍ଗଳବାର ରାଜ୍ୟରେ ତାତି ୪୬ ଛୁଇଁଥିବାବେଳେ ଆଜି ସକାଳ ସାଡେ ୮ଟା ସୁଦ୍ଧା ପାରା ୩୯ ଛୁଇଁଛି। ଏହିକ୍ରମରେ ଭବାନୀପାଟଣାରେ ତାତି ୩୯ଡିଗ୍ରୀ ରେକର୍ଡ କରାଯିବା ସହ ସବୁଠାରୁ ଉତ୍ତପ୍ତ ସହର ହୋଇଛି।
ଗୁରୁବାର ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀର ଆଦ୍ରତା ୮୭ ପ୍ରତିଶତ ରହିଛି । ଆଜି ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଓ ଢେଙ୍କାନାଳରେ ଗୁଳୁଗୁଳି ହେବବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
The post ଜଳୁଛି ଓଡ଼ିଶା, ସକାଳ ସାଢେ ୫ଟା ସୁଦ୍ଧା ୩୧ ଛୁଇଁଲା ପାରା appeared first on Dharitri Odia News.