ଜଷ୍ଟିସ ବି.ଆର. ଗଭାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି
ନନ୍ଦିଘୋଷ ବ୍ୟୁରୋ : ଜଷ୍ଟିସ ବି.ଆର. ଗଭାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ୫୨ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ... The post ଜଷ୍ଟିସ ବି.ଆର. ଗଭାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି appeared first on .
ନନ୍ଦିଘୋଷ ବ୍ୟୁରୋ : ଜଷ୍ଟିସ ବି.ଆର. ଗଭାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ୫୨ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଗଭାଇ। ଜଷ୍ଟିସ ଗଭାଇଙ୍କ ନାମକୁ ସୁପାରିସ କଲେ ସିଜେଆଇ ସଞ୍ଜୀବ ଖାନ୍ନା। ତାଙ୍କ ନାମକୁ ଆଇନ ମନ୍ତ୍ରାଳୟ ନିକଟକୁ ନାଁ ପଠାଇଲେ ସିଜେଆଇ ଖାନ୍ନା। ଆସନ୍ତା ମେ ୧୪ରେ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ ଗଭାଇ।
ଜଷ୍ଟିସ ଭୂଷଣ ରାମକ୍ରିଷ୍ଣା ଗଭାଇ ଦୀର୍ଘ ଦିନ ଧରି ବିଚାରପତି ଅଛନ୍ତି। ଆସନ୍ତା ମେ ୧୩ରେ ଅବସର ନେବେ ସିଜେଆଇ ସଞ୍ଜୀବ ଖାନ୍ନା। ତା ପରଦିନ ନୂଆ ସିଜେଆଇ ଭାବେ ଶପଥ ନେବେ ଗଭାଇ। ପରବର୍ତ୍ତୀ ସିଜେଆଇ କିଏ ହେବେ ସେନେଇ ଜଷ୍ଟିସ ଖାନ୍ନାଙ୍କୁ ପ୍ରସ୍ତାବ ମାଗିଥିଲା କେନ୍ଦ୍ର ଆଇନ ମନ୍ତ୍ରାଳୟ। ତେବେ ଜଷ୍ଟିସ ଗଭାଇ କେବଳ ୬ ମାସ ଲାଗି ସିଜେଆଇ ପଦ ସମ୍ଭାଳିବେ। ଆସନ୍ତା ନଭେମ୍ବର ୨୫ରେ ତାଙ୍କ କାର୍ଯ୍ଯକାଳ ଶେଷ ହେବ।
The post ଜଷ୍ଟିସ ବି.ଆର. ଗଭାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି appeared first on .