ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା: ଏହି ଦିନ ପୁଣି ଖୋଲାଯିବ ରତ୍ନଭଣ୍ଡାର, ଧାର୍ଯ୍ୟ ହେଲା ବାର, ସମୟ
ପୁରୀ,୧୬।୭: ଆସନ୍ତା ୧୮ ତାରିଖ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ। ଭିତର ଭଣ୍ଡାର ତାଲା ଖୋଲାଯାଇ ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସ୍ଥାନାନ୍ତରଣ ହେବ। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ। ସ୍ଥାନାନ୍ତରଣ ପରେ ଅସ୍ଥାୟୀ […] The post ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା: ଏହି ଦିନ ପୁଣି ଖୋଲାଯିବ ରତ୍ନଭଣ୍ଡାର, ଧାର୍ଯ୍ୟ ହେଲା ବାର, ସମୟ appeared first on Dharitri Odia News.
ପୁରୀ,୧୬।୭: ଆସନ୍ତା ୧୮ ତାରିଖ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ। ଭିତର ଭଣ୍ଡାର ତାଲା ଖୋଲାଯାଇ ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସ୍ଥାନାନ୍ତରଣ ହେବ। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ। ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ସିଲ କରାଯିବ। ତାଲାକୁ ଜଉମୁଦ ସିଲ କରାଯାଇ ଚାବି ଟ୍ରେଜେରୀରେ ରଖାଯିବ ବୋଲି ଜଷ୍ଟିସ ବିଶ୍ବନାଥ କହିଛନ୍ତି।
ମଙ୍ଗଳବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ପୁଣି କେବେ ଖୋଲାଯିବ ସେନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ରତ୍ନଭଣ୍ଡାର ଗୁରୁବାର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି।
The post ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା: ଏହି ଦିନ ପୁଣି ଖୋଲାଯିବ ରତ୍ନଭଣ୍ଡାର, ଧାର୍ଯ୍ୟ ହେଲା ବାର, ସମୟ appeared first on Dharitri Odia News.