ଜଷ୍ଟିସ୍ ବାଗଚୀ ସୁପ୍ରିମକୋର୍ଟର ନୂଆ ବିଚାରପତି, କାର୍ଯ୍ୟକାଳ ହେବ ସବୁଠୁ ଲମ୍ୱା, ୨୦୩୧ରେ ହେବେ CJI

ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟର ଜଜ୍ ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ସୁପ୍ରିମକୋର୍ଟର ନୂଆ ଜଜ୍ ହେବେ । ରାଷ୍ଟ୍ରପତି ତାଙ୍କର ନିଯୁକ୍ତିକୁ ନେଇ ଆଦେଶ ଜାରି କରିଛନ୍ତି । ଗୁରୁବାର ସୁପ୍ରିମକୋର୍ଟର ପାଞ୍ଚ ଜଜ୍‌ଙ୍କ କଲେଜିୟମ କେନ୍ଦ୍ର ସରକାରଙ୍କୁ ଜଜ୍ ବାଗଚୀ ନାଁ ସୁପାରିଶ କରିଥିଲା । ଜଷ୍ଟିସ୍ ବାଗଚୀଙ୍କ ସୁପ୍ରିମକୋର୍ଟରେ କାର୍ଯ୍ୟକାଳ ଦୀର୍ଘ ବର୍ଷର ହେବାକୁ ଯାଉଛି । ୨୦୩୧ ମେ ମାସରେ ଜଷ୍ଟିସ୍ ଭି ବିଶ୍ୱନାଥନଙ୍କ ଅବସର ପରେ ସେ ପ୍ରଧାନ ବିଚାରପତି ହେବେ ।ପୂର୍ବରୁ କୋଲକାତା ହାଇକୋର୍ଟ କୋଟାରୁ ଜଷ୍ଟିସ୍ ଅଲ୍‌ତମସ କବୀର ସୁପିମକୋର୍ଟର ଜଜ୍ ହୋଇଥିଲେ । ୨୦୧୩ ଜୁଲାଇ ୧୮ରେ ସେ ଭାରତର ପ୍ରଧାନ ବିଚାରପତି ଭାବେ ଅବସର ନେଇଥିଲେ । ଏହାପରେ କୋଲକାତା ହାଇକୋର୍ଟରୁ ଭାରତର କେହି ବି ପ୍ରଧାନ ବିଚାରପତି ହୋଇନଥାନ୍ତି । In exercise of the power conferred by the Constitution of India, the President of India, after consultation with Chief Justice of India, is pleased to appoint the following Judges in the Supreme Court of India and Jammu & Kashmir and Ladakh High Court:- pic.twitter.com/0fSGMXqk8j— Arjun Ram Meghwal (@arjunrammeghwal) March 10, 2025୨୦୩୧ ମାର୍ଚ୍ଚ ୨୫ରେ ଭି ବିଶ୍ୱନାଥନ୍ ଅବସର ନେବା ପରେ ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ୨୦୩୧ ଅକ୍ଟୋବର ୨

ଜଷ୍ଟିସ୍ ବାଗଚୀ ସୁପ୍ରିମକୋର୍ଟର ନୂଆ ବିଚାରପତି, କାର୍ଯ୍ୟକାଳ ହେବ ସବୁଠୁ ଲମ୍ୱା, ୨୦୩୧ରେ ହେବେ CJI

ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟର ଜଜ୍ ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ସୁପ୍ରିମକୋର୍ଟର ନୂଆ ଜଜ୍ ହେବେ । ରାଷ୍ଟ୍ରପତି ତାଙ୍କର ନିଯୁକ୍ତିକୁ ନେଇ ଆଦେଶ ଜାରି କରିଛନ୍ତି । ଗୁରୁବାର ସୁପ୍ରିମକୋର୍ଟର ପାଞ୍ଚ ଜଜ୍‌ଙ୍କ କଲେଜିୟମ କେନ୍ଦ୍ର ସରକାରଙ୍କୁ ଜଜ୍ ବାଗଚୀ ନାଁ ସୁପାରିଶ କରିଥିଲା । ଜଷ୍ଟିସ୍ ବାଗଚୀଙ୍କ ସୁପ୍ରିମକୋର୍ଟରେ କାର୍ଯ୍ୟକାଳ ଦୀର୍ଘ ବର୍ଷର ହେବାକୁ ଯାଉଛି । ୨୦୩୧ ମେ ମାସରେ ଜଷ୍ଟିସ୍ ଭି ବିଶ୍ୱନାଥନଙ୍କ ଅବସର ପରେ ସେ ପ୍ରଧାନ ବିଚାରପତି ହେବେ ।

ପୂର୍ବରୁ କୋଲକାତା ହାଇକୋର୍ଟ କୋଟାରୁ ଜଷ୍ଟିସ୍ ଅଲ୍‌ତମସ କବୀର ସୁପିମକୋର୍ଟର ଜଜ୍ ହୋଇଥିଲେ । ୨୦୧୩ ଜୁଲାଇ ୧୮ରେ ସେ ଭାରତର ପ୍ରଧାନ ବିଚାରପତି ଭାବେ ଅବସର ନେଇଥିଲେ । ଏହାପରେ କୋଲକାତା ହାଇକୋର୍ଟରୁ ଭାରତର କେହି ବି ପ୍ରଧାନ ବିଚାରପତି ହୋଇନଥାନ୍ତି । 

୨୦୩୧ ମାର୍ଚ୍ଚ ୨୫ରେ ଭି ବିଶ୍ୱନାଥନ୍ ଅବସର ନେବା ପରେ ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ୨୦୩୧ ଅକ୍ଟୋବର ୨ରେ ଅବସର ଗ୍ରହଣ କରିବେ । ତେବେ ଅବସର ନେବା ପୂର୍ବରୁ ଚାରି ମାସରୁ ଅଧିକ ସମୟ ଯାଏ ସେ ଭାରତର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ । ସେଜିଆଇ ପଦ ଗ୍ରହଣ କରିବା ପୂର୍ବରୁ ଜଷ୍ଟିସ୍ ବାଗଚୀଙ୍କ ପାଖରେ ସୁପ୍ରିମକୋର୍ଟରେ ଛଅ ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ଥିବ । 

ଜଷ୍ଟିସ୍ ବାଗଚୀ କୋଲକାତା ହାଇକୋର୍ଟ ଜଜ୍ ଭାବେ ଆରଜି କର ହସ୍ପିଟାଲରେ ଆର୍ଥିକ ଅନିୟମିତତା ଉପରେ ଶୁଣାଣି କରିଥିଲେ ଓ ଉଚ୍ଚ ସ୍ତରରେ ଦୁର୍ନୀତି ପ୍ରସଙ୍ଗକୁ ଉଠାଇ ଚର୍ଚ୍ଚାକୁ ଆସିଥିଲେ । ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାର ତଦନ୍ତ ବେଳେ ସିବିଆଇର ବ୍ୟବହାର ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଜଷ୍ଟିସ୍ ବାଗଚୀଙ୍କ ପଦୋନ୍ନତି ପରେ ସୁପ୍ରିମକୋର୍ଟରେ ସ୍ୱୀକୃତ ୩୪ ଜଜ୍‌ଙ୍କ ସଂଖ୍ୟା ପୂରା ହୋଇଛି ।