ଜାଗର ଯାତ୍ରା ପୂର୍ବରୁ କପିଳାସରେ ଅଘଟଣ, ଦୋକାନ ଓ ଲୋକଙ୍କ ଉପରେ ମାଡ଼ିଗଲା ପୋଲିସ ଭ୍ୟାନ୍

ଢେଙ୍କାନାଳ: ଦୋକାନ ଓ ଲୋକଙ୍କ ଉପରେ ମାଡ଼ିଗଲା ପୋଲିସ ଭ୍ୟାନ୍ । ଢ଼େଙ୍କାନାଳର ପ୍ରମୁଖ ଶୈବପୀଠ କପିଳାଶରେ ପୋଲିସ ଫୋର୍ସକୁ ଛାଡ଼ି ଫେରୁଥିବା ଭ୍ୟାନ୍ ଭାରସାମ୍ୟ ହରାଇ ଏକ ଦୋକାନ ଓ ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଦୁଇଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସର ବଡ଼ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି ।   ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ଢେଙ୍କାନାଳର କପିଳାଶରେ ଆସନ୍ତା କାଲି ଜାଗର ଯାତ୍ରା ଥିବାବେଳେ ଆଜି ଏହି ପୀଠରେ ଘଟିଛି ଏକ ଦୁର୍ଘଟଣା ।  ଜାଗର ଯାତ୍ରା ପରିଚାଳନା ପାଇଁ ପୋଲିସ ଫୋର୍ସଙ୍କୁ ଛାଡି   କପିଳାସ ମନ୍ଦିର ପାଖରୁ ବାରବାଙ୍କ ରାସ୍ତାଦେଇ ତଳକୁ ଆସୁଥିବା ଏକ ପୋଲିସ ଭ୍ୟାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବାରବାଙ୍କ ରାସ୍ତାରେ ଭାରସାମ୍ୟ ହରାଇ ପୋଲିସ ଭ୍ୟାନଟି  ତଳେ ବୁଲାଣି ପାଖରେ ଥିବା ଦୋକାନ ଓ ଲୋକଙ୍କ ଉପରେ ମାଡି ଯାଇଛି। ଫଳରେ ଦୁଇଜଣ ଯାତ୍ରୀ ଆହତ ହୋଇଥିବା   ଜଣାପଡିଛି । ସେମାନ ଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତିି କରାଯାଇଛି । ଆହତ ଯାତ୍ରୀଙ୍କ ପରିଚୟ ମିଳିପାରିନାହିଁ।  Also read: ବାହା ହେବାକୁ ମନା କଲେ ଥାନା ବାବୁ, ନ୍ୟାୟ ପାଇଁ

ଜାଗର ଯାତ୍ରା ପୂର୍ବରୁ କପିଳାସରେ ଅଘଟଣ, ଦୋକାନ ଓ ଲୋକଙ୍କ ଉପରେ ମାଡ଼ିଗଲା ପୋଲିସ ଭ୍ୟାନ୍

ଢେଙ୍କାନାଳ: ଦୋକାନ ଓ ଲୋକଙ୍କ ଉପରେ ମାଡ଼ିଗଲା ପୋଲିସ ଭ୍ୟାନ୍ । ଢ଼େଙ୍କାନାଳର ପ୍ରମୁଖ ଶୈବପୀଠ କପିଳାଶରେ ପୋଲିସ ଫୋର୍ସକୁ ଛାଡ଼ି ଫେରୁଥିବା ଭ୍ୟାନ୍ ଭାରସାମ୍ୟ ହରାଇ ଏକ ଦୋକାନ ଓ ଲୋକଙ୍କ ଉପରକୁ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଦୁଇଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସର ବଡ଼ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି ।   

ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ଢେଙ୍କାନାଳର କପିଳାଶରେ ଆସନ୍ତା କାଲି ଜାଗର ଯାତ୍ରା ଥିବାବେଳେ ଆଜି ଏହି ପୀଠରେ ଘଟିଛି ଏକ ଦୁର୍ଘଟଣା ।  ଜାଗର ଯାତ୍ରା ପରିଚାଳନା ପାଇଁ ପୋଲିସ ଫୋର୍ସଙ୍କୁ ଛାଡି   କପିଳାସ ମନ୍ଦିର ପାଖରୁ ବାରବାଙ୍କ ରାସ୍ତାଦେଇ ତଳକୁ ଆସୁଥିବା ଏକ ପୋଲିସ ଭ୍ୟାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବାରବାଙ୍କ ରାସ୍ତାରେ ଭାରସାମ୍ୟ ହରାଇ ପୋଲିସ ଭ୍ୟାନଟି  ତଳେ ବୁଲାଣି ପାଖରେ ଥିବା ଦୋକାନ ଓ ଲୋକଙ୍କ ଉପରେ ମାଡି ଯାଇଛି। ଫଳରେ ଦୁଇଜଣ ଯାତ୍ରୀ ଆହତ ହୋଇଥିବା   ଜଣାପଡିଛି । ସେମାନ ଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତିି କରାଯାଇଛି । ଆହତ ଯାତ୍ରୀଙ୍କ ପରିଚୟ ମିଳିପାରିନାହିଁ।  

Also read: ବାହା ହେବାକୁ ମନା କଲେ ଥାନା ବାବୁ, ନ୍ୟାୟ ପାଇଁ ଥାନାରେ ହୋମଗାର୍ଡ,ଆପୋଷ ବୁଝାମଣା ପାଇଁ ଉଦ୍ୟମ

ତେବେ ଦୋକାନ ଉପରେ ପୁଲିସ ଭ୍ୟା ନ ମାଡି ଯାଇଥିବାରୁ ଦୋକାନ ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ମାତ୍ର ପୋଲିସ ପଦାଧିକାରୀ ଓ ପୋଲିସ ଫୋର୍ସ ପହଞ୍ଚି ବୁଝାସୁଝା ପରେ ପରିସ୍ଥିତି ସ୍ୱାଭାବିକ ରହିଛି। ତେବେ ଏହି ଭ୍ୟାନଟି ଖାଲି ଫେରୁଥିବାବେଳେ କୌଣସି ପୋଲିସ କର୍ମଚାରୀଙ୍କର କ୍ଷୟ କ୍ଷତି ହୋଇନଥିବା ଜଣାପଡ଼ିଛି ।