ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ସାଙ୍ଗମାନଙ୍କ ସହ କିପରି ସମୟ କାଟିବେ, ଆଜିର ରାଶିଫଳ

ମେଷ : ପିଲାଙ୍କ ବିବାହ ସମ୍ପର୍କିତ ବିଷୟକୁ କେନ୍ଦ୍ରକରି କଥା କଟାକଟି ଲାଗିପାରେ । ଆଶା କରୁଥିବା ଧନ ସକାଶେ କଳହ ଓ ବିତର୍କ ସୃଷ୍ଟି ହେବାର ସୂଚନା ରହିଛି । ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ବାଧ୍ୟବାଧକତାବଶତଃ ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ବୃଷ : କର୍ମକ୍ଷେତ୍ରରେ କୌଣସି ସମ୍ପର୍କକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ସୃଷ୍ଟି ହେବ । କର୍ମ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି […] The post ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ସାଙ୍ଗମାନଙ୍କ ସହ କିପରି ସମୟ କାଟିବେ, ଆଜିର ରାଶିଫଳ appeared first on KNews Odisha.

ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ସାଙ୍ଗମାନଙ୍କ ସହ କିପରି ସମୟ କାଟିବେ, ଆଜିର ରାଶିଫଳ
horoscope

ମେଷ : ପିଲାଙ୍କ ବିବାହ ସମ୍ପର୍କିତ ବିଷୟକୁ କେନ୍ଦ୍ରକରି କଥା କଟାକଟି ଲାଗିପାରେ । ଆଶା କରୁଥିବା ଧନ ସକାଶେ କଳହ ଓ ବିତର୍କ ସୃଷ୍ଟି ହେବାର ସୂଚନା ରହିଛି । ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ବାଧ୍ୟବାଧକତାବଶତଃ ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ ।

ବୃଷ : କର୍ମକ୍ଷେତ୍ରରେ କୌଣସି ସମ୍ପର୍କକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ସୃଷ୍ଟି ହେବ । କର୍ମ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ । ସାହିତ୍ୟ, କଳା, ସଙ୍ଗୀତ ଓ ରଚନାମତ୍କ କାର୍ଯ୍ୟରେ ପ୍ରଶଂସିତ ହେବେ । ଆପଣ ଖୁସି ମନୋଭାବ ନେଇ କାମକଲେ ମଧ୍ୟ ନିଜ ଲୋକମାନଙ୍କ ପକ୍ଷପାତିତାକୁ ଦେଖି ବ୍ୟସ୍ତ ହେବେ ।

ମିଥୁନ : ଆଜି ଆବଶ୍ୟକତାରୁ ଅଧିକ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବାକୁ ବାଧ୍ୟ ହେବେ । ନୂତନ ଉଦ୍ୟୋଗ କିମ୍ବା ପ୍ରକଳ୍ପ କାମରେ ବିଭିନ୍ନ ପ୍ରକାର ଯୋଜନା କରିବାରେ ମନ ଦେବେ । ସଭାସମିତିର ଆଲୋଚନାରେ ଦ୍ୱନ୍ଦ୍ୱରେ ପଡି ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝି ପାରିବେନି । ଆଜିର ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ ।

କର୍କଟ : ଆଜିର କର୍ମକ୍ଷେତ୍ରରେ ମିଥ୍ୟା ପ୍ରତିଶ୍ରୁତି ଦେଇ ପଶ୍ଚାନ୍ତେ ସମାଲୋଚିତ ହୋଇପାରନ୍ତି । ଅସ୍ଥିରତା ଲାଗି ରହିବା କାରଣରୁ ଭାବୁଥିବେ ଗୋଟିଏ କଥା କିନ୍ତୁ କଲା ବେଳକୁ ଆଉ ଗୋଟିଏ କାମ କରିପାରନ୍ତି । ନିଜଲୋକ କେହି ହଇରାଣ କରିପାରନ୍ତି । କେତେକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଖର୍ଚ୍ଚଭାର ବୃଦ୍ଧି ପାଇବାରୁ ମନରେ ସରସତା ରହିବ ନାହିଁ ।

ସିଂହ : ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗରୁ ଖୁସି ହେବେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ସାମାଜିକ ସ୍ତରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି । ଘର ଲୋକମାନଙ୍କୁ ଉପେକ୍ଷା କରି ପରକଥାରେ ପଡି ଭୁଲ ମାର୍ଗ ଅନୁସରଣ କରିପାରନ୍ତି ।

କନ୍ୟା : ମାନସିକ ଅସୁସ୍ଥତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ସମସ୍ୟା ଲାଗି ରହିବ । କର୍ମକ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିପାରନ୍ତି । ଦୀର୍ଘ ଦିନରୁ ଖୋଜୁଥିବା ଜିନିଷ ବନ୍ଧୁଙ୍କ ଜରିଆରେ ପାଇଯିବେ । ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ ।

ତୁଳା : ବିଭିନ୍ନ ପାରିବାରିକ ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ । ଭୁଲ୍‌ ନିଷ୍ପତ୍ତି ପରିପ୍ରେକ୍ଷୀରେ ନୀଚ ସଂସର୍ଗରୁ ଦୂରେଇ ନ ରହିଲେ କଳହର ସମ୍ଭାବନା ରହିଛି । କ୍ରୀଡା, ପ୍ରତିଯୋଗିତା ତଥା ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସଫଳତା ମିଳିପାରେ । କାମ ହାସଲ ସକାଶେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି ।

ବିଛା : ବନ୍ଧୁଙ୍କ ନିକଟରୁ ପାଇବାକୁ ଥିବା ଜିନିଷଟି ନ ପାଇ ନିରାଶ ହୋଇପାରନ୍ତି । ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ପରିବାରରେ ଶାନ୍ତି ଫେରି ଆସିବ । ମାନସିକ ଅବସାଦ ଯୋଗୁ କୌଣସି କାମ ହେବ ନାହିଁ । ଅବଶ୍ୟ ମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ ।

ଧନୁ : ଆନୁଷ୍ଠାନିକ କ୍ଷେତ୍ରରେ ଅଥବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଉପରିସ୍ଥଙ୍କ ଆଦେଶାନୁକ୍ରମେ ଦୂରଯାତ୍ରାର ସୁଯୋଗ ପାଇବେ । ଅଫିସିଆଲି କାମରେ କାରଣ ନ ଥାଇ ଦୋଷୀ ସାବସ୍ତ୍ୟ ହୋଇପାରନ୍ତି । ସଭାସମିତି, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ପ୍ରଶାସନ ଓ କଚେରି ମାମଲା କ୍ଷେତ୍ରରେ ସୁଫଳ ପାଇବେ ।

ମକର : ମନ୍ଥର ଗତିରେ କାମ କରିବା କାରଣରୁ କୌଣସି ବ୍ୟକ୍ତି ଦୁଇପଦ କଡାକଥା ଶୁଣାଇ ପାରନ୍ତି । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ପ୍ରସଙ୍ଗକ୍ରମେ କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ଖଳଲୋକମାନଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।

କୁମ୍ଭ : ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ବ୍ୟବସାୟରେ ଅଂଶୀଦାରଙ୍କ ସହିତ ଭୁଲ୍‌ ବୁଝାମଣାରୁ ଅଶାନ୍ତି ସୃଷ୍ଟି ହେବ । ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ଶେୟାର ବଜାର ଓ ପରିବହନରେ ଲାଭବାନ ହେବେ । କ୍ରନିକ୍‌ ରୋଗଜନିତ ସ୍ବାସ୍ଥ୍ୟ ହାନି କାରଣରୁ ଦୁଶ୍ଚିନ୍ତାଗ୍ରସ୍ତ ରହିପାରନ୍ତି ।

ମୀନ : ଆଜି ଯେଉଁ କାମରେ ହାତ ଦେବେ ତାହା ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । ବାଣିଜ୍ୟ,ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ବନ୍ଧୁମାନେ ଅସହଯୋଗ କଲେ ମଧ୍ୟ ଆପଣଙ୍କ କୌଣସି କାମ ଅଟକିବ ନାହିଁ । କିନ୍ତୁ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି ।

The post ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ସାଙ୍ଗମାନଙ୍କ ସହ କିପରି ସମୟ କାଟିବେ, ଆଜିର ରାଶିଫଳ appeared first on KNews Odisha.