ଜାଣନ୍ତୁ କିଭଳି ବଢ଼ାଇବେ କାର୍ଯ୍ୟଦକ୍ଷତା…
ଅଫିସ୍ରେ ଅଧିକ କାମ, ଲଗାତାର ମିଟିଂ ଯୋଗୁଁ କାମ କରିବା ଅନେକ ସମୟରେ କଷ୍ଟକର ହୋଇଥାଏ। ହେଲେ କିଛି ଉପାୟକୁ ଆପଣାଇ ଅଫିସ୍ରେ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରାଯାଇ ପାରିବ। -ଅଫିସ୍ରେ ସମୟ ବହୁତ ଶୀଘ୍ର ଅତିବାହିତ ହୋଇଥାଏ। ଫଳରେ କାମ ଅଧୁରା ରହେ। ତେଣୁ ସ୍ମାର୍ଟ ୱାର୍କ ଏବଂ ଅଧିକ ପରିଶ୍ରମରେ ଏହାର ସମାଧାନ କରାଯାଇପାରିବ। -ଯୋଜନା ମୁତାବକ କାମ କରିବା ଖୁବ୍ ଜରୁରି। ଦିନର ଆରମ୍ଭରୁ ଏ ବିଷୟରେ ଜାଣିବା ଦରକାର, କେଉଁ କାମ […]

ଅଫିସ୍ରେ ଅଧିକ କାମ, ଲଗାତାର ମିଟିଂ ଯୋଗୁଁ କାମ କରିବା ଅନେକ ସମୟରେ କଷ୍ଟକର ହୋଇଥାଏ। ହେଲେ କିଛି ଉପାୟକୁ ଆପଣାଇ ଅଫିସ୍ରେ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରାଯାଇ ପାରିବ।
-ଅଫିସ୍ରେ ସମୟ ବହୁତ ଶୀଘ୍ର ଅତିବାହିତ ହୋଇଥାଏ। ଫଳରେ କାମ ଅଧୁରା ରହେ। ତେଣୁ ସ୍ମାର୍ଟ ୱାର୍କ ଏବଂ ଅଧିକ ପରିଶ୍ରମରେ ଏହାର ସମାଧାନ କରାଯାଇପାରିବ।
-ଯୋଜନା ମୁତାବକ କାମ କରିବା ଖୁବ୍ ଜରୁରି। ଦିନର ଆରମ୍ଭରୁ ଏ ବିଷୟରେ ଜାଣିବା ଦରକାର, କେଉଁ କାମ କେତେବେଳେ କରିବା ଉଚିତ। ଗୁରୁତ୍ବ ରଖୁଥିବା କାମକୁ ହିଁ ପ୍ରଥମେ ସଂପାଦନ କରିବା।
-ପ୍ରତି ୪୦ ମିନିଟ୍ ଅନ୍ତରରେ ଛୋଟ ବ୍ରେକ୍ ନିଅନ୍ତୁ। ଏହାଦ୍ବାରା ମସ୍ତିଷ୍କ ଶାନ୍ତ ରହିବା ସହ ସତେଜ ଲାଗେ। ଫଳରେ କାମ କରିବାରେ ଆଗ୍ରହ ଆସେ।
-ଗୋଟିଏ ସମୟରେ ଗୋଟିଏ କାମ ଉପରେ ଗୁରୁତ୍ବ ଦିଅନ୍ତୁ। ମଲ୍ଟିଟାସ୍କିଂ ଦ୍ବାରା କାମର ଗୁଣବତ୍ତା ଖରାପ ହୋଇଥାଏ।
-ବ୍ୟବସ୍ଥିତ ଡେସ୍କ୍ରେ କାମ କରିବା ଦ୍ବାରା କାମ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଥାଏ।
-ସ୍ମାର୍ଟ ୱାର୍କ ଏବଂ ଠିକ୍ ମ୍ୟାନେଜମେଣ୍ଟ ଦ୍ବାରା ଅଫିସ୍ ଜୀବନ ଚିନ୍ତାମୁକ୍ତ ରହେ।