ଜାଣନ୍ତୁ ନିଜ ସିଭି ସେୟାର କରି କ’ଣ କହିଲେ ଅନୁପମ ଖେର

୫୦୦ରୁ ଅଧିକ ସିନେମା କରିଥିବା କଳାକାର ଓ ନିର୍ଦ୍ଧେଶକ ଅନୁପମ ଖେର ନିକଟରେ ନିଜର ସିଭି ଲିଙ୍କଡଇନ୍‌ରେ ସେୟାର କରିଛନ୍ତି । ଯେଉଁଥିରେ ନିଜର ଫିଲ୍ମ କାରିୟର ଠାରୁ ଆରମ୍ଭ କରି ବ୍ୟକ୍ତଗତ ଜୀବନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଦେଇଛନ୍ତି । ‘ସାରାଂଶ’ ଏବଂ ‘ କୁଛ କୁଛ ହୋତା ହୈ ’ ଭଳି ଅନେକ ଫିଲ୍ମରେ ନିଖୁଣ ଅଭିନୟ କରିଥିବା ଅନୁପମ ଖେରଙ୍କର ଏହି ପୋଷ୍ଟଟି ଫ୍ୟାନ୍ସମାନଙ୍କୁ ଖୁବ୍‌ ଆଶ୍ଚର୍ଯ୍ୟ କରିଛି । ସିଭି ମାଧ୍ୟମରେ […] The post ଜାଣନ୍ତୁ ନିଜ ସିଭି ସେୟାର କରି କ’ଣ କହିଲେ ଅନୁପମ ଖେର appeared first on KNews Odisha.

ଜାଣନ୍ତୁ ନିଜ ସିଭି ସେୟାର କରି କ’ଣ କହିଲେ ଅନୁପମ ଖେର
anupam kher

୫୦୦ରୁ ଅଧିକ ସିନେମା କରିଥିବା କଳାକାର ଓ ନିର୍ଦ୍ଧେଶକ ଅନୁପମ ଖେର ନିକଟରେ ନିଜର ସିଭି ଲିଙ୍କଡଇନ୍‌ରେ ସେୟାର କରିଛନ୍ତି । ଯେଉଁଥିରେ ନିଜର ଫିଲ୍ମ କାରିୟର ଠାରୁ ଆରମ୍ଭ କରି ବ୍ୟକ୍ତଗତ ଜୀବନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଦେଇଛନ୍ତି । ‘ସାରାଂଶ’ ଏବଂ ‘ କୁଛ କୁଛ ହୋତା ହୈ ’ ଭଳି ଅନେକ ଫିଲ୍ମରେ ନିଖୁଣ ଅଭିନୟ କରିଥିବା ଅନୁପମ ଖେରଙ୍କର ଏହି ପୋଷ୍ଟଟି ଫ୍ୟାନ୍ସମାନଙ୍କୁ ଖୁବ୍‌ ଆଶ୍ଚର୍ଯ୍ୟ କରିଛି ।

ସିଭି ମାଧ୍ୟମରେ ଅନୁପମ ଖେର ନିଜର ପ୍ରଫେସନ୍‌ ଲାଇଫ୍‌ ଉପରେ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରିଛନ୍ତି । ଯେଉଁଥିରେ ତାଙ୍କର ଅଭିନୟର ଦକ୍ଷତା ସହ ତାଙ୍କ ଜୀବନର କାହାଣୀକୁ ଖୁବ୍‌ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି । ସେ ଇନଷ୍ଟାଗ୍ରମରେ ମଧ୍ୟ ନିଜ ସିଭି ସେୟାର କରି କହିଛନ୍ତି, ପ୍ରତି ୫ ବର୍ଷରେ ମୁଁ ନିଜର ସିଭି ଅପ୍‌ଡେଟ୍‌ କରେ, ଆଶା କରୁଛି ଆପଣମାନଙ୍କୁ ମୋର ସିଭି ପସନ୍ଦ ଆସିବ ।

ଅଭିନେତା ଅନୁପମ ଖେର ସିଭିରେ ନିଜକୁ ଗୋଟେ ଭଲ ଅଭିନେତା ସହ ଭଲ ମଣିଷ ବୋଲି ଦର୍ଶାଇଛନ୍ତି । ୫୦୦ରୁ ଅଧିକ ଭୂମିକାରେ ଅଭିନୟ କରିସାରିଥିବା ଅଭିନେତା ତାଙ୍କ ସିଭିରେ ଏହା ମଧ୍ୟ କହିଛନ୍ତି, କି ମୁଁ ଏବେ ବି ମୋର ମନପସନ୍ଦ ଭୂମିକାର ସନ୍ଧାନରେ ଅଛି । ଯେବେ ପର୍ଯ୍ୟନ୍ତ ମୋତେ ସେହି ଭୂମିକା ମିଳିନାହିଁ । ଯାହାକୁ ନେଇ ମୋତେ ଏକ ଭିନ୍ନପ୍ରକାରର ଶାନ୍ତି ଅନୁଭବ ନହୋଇଛି । ସେ ପର୍ଯ୍ୟନ୍ତ ମୁଁ ଜଣେ ଷ୍ଟ୍ରଗ୍‌ଲିଙ୍ଗ୍‌ ଆକ୍ଟର ରହିବି ।

ଆମେ କହି ରଖୁଛୁ କି, ଏବେ ଅନୁପମ ଖେର ତାଙ୍କର ଆଗାମୀ ସିନେମା ‘ତାନଭି ଦି ଗ୍ରେଟ୍‌ ’ରେ କାମ କରୁଛନ୍ତି । ଏହି ସିନେମା ଅନୁପମ ଖେର ଷ୍ଟୁଡ଼ିଓ ବ୍ୟାନରରେ ତିଆରି ହେଉଛି । ଏହା ସହ ତାଙ୍କର ‘ବିଜୟ ୬୯’ ଓ ‘ଏମରଜେନ୍ସି’ ଫିଲ୍ମ ଆସିବାକୁ ଯାଉଛି ।

The post ଜାଣନ୍ତୁ ନିଜ ସିଭି ସେୟାର କରି କ’ଣ କହିଲେ ଅନୁପମ ଖେର appeared first on KNews Odisha.