ଜାଣନ୍ତୁ ରାତିରେ କାହିଁକି ଦହି ଖାଇବାକୁ ମନା ?
ନନ୍ଦିଘୋଷ ବ୍ୟୁରୋ: ଦହି ଶରୀର ପାଇଁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ । ଏହା ଶରୀରକୁ ବହୁ ଫାଇଦା ଦେଇଥାଏ... The post ଜାଣନ୍ତୁ ରାତିରେ କାହିଁକି ଦହି ଖାଇବାକୁ ମନା ? appeared first on .
ନନ୍ଦିଘୋଷ ବ୍ୟୁରୋ: ଦହି ଶରୀର ପାଇଁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ । ଏହା ଶରୀରକୁ ବହୁ ଫାଇଦା ଦେଇଥାଏ । କିନ୍ତୁ ରାତିରେ ଦହି ଖାଇବାକୁ କାହିଁକି ବାରଣ କରାଯାଇଥାଏ ? ହିନ୍ଦୁ ଧର୍ମରେ ଲେଖାଯାଇଛି ରାତିରେ ଦହି ଖାଇବା ଉଚିତ୍ ନୁହେଁ। କିନ୍ତୁ ଆଜି ଆମେ ବିଜ୍ଞାନକୁ ନେଇ ଜାଣିବା ଯେ ରାତିରେ ଦହି ଖାଇବା କାହିଁକି ଉଚିତ୍ ନୁହେଁ।
ରାତିରେ ଦହି ଖାଇବାକୁ ବାରଣ କରାଯାଇଛି। ରାତ୍ରି ଭୋଜନରେ ଦହି ଖାଇଲେ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାରଣ ରାତିରେ ଦହି ଖାଇବା ଦ୍ବାରା ଶରୀରର ଉଷ୍ମତା ବୃଦ୍ଧି ହୋଇଥାଏ। ଯାହାଦ୍ବାରା ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ରାତିରେ ଦହି ଖାଇବା ଦ୍ବାରା ଥଣ୍ଡା ହେବା ସହ କଫ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଦହିକୁ ଦିନରେ ଖାଇବା ଦ୍ବାରା ଶରୀରକୁ ସଠିକ ପରିମାଣରେ ପୋଷକତତ୍ତ୍ବ ମିଳିଥାଏ। ଏହାସହ ହଜମ କ୍ରିୟା ସଠିକ ଭାବେ ହୋଇଥାଏ।
ରାତି ସମୟରେ ଅଧିକ ଥଣ୍ଡା ରହୁଥିବା କାରଣରୁ ଯଦି ଆପଣ ଦହି ଖାଆନ୍ତି ତେବେ ଆପଣଙ୍କ ଶରୀର ଆହୁରି ଥଣ୍ଡା ହୋଇଯାଇଥାଏ। ଯଦି ଆପଣଙ୍କ ଶରୀର ଥଣ୍ଡା ରହିବ ତେବେ ଆପଣ ଯାହା ଖାଇଥିବେ ତାହା ହଜମ ହେବ ନାହିଁ। ରାତିରେ ଦହି ଖାଇବା ଦ୍ବାରା ଅନେକ ପ୍ରକାର ରୋଗ ମଧ୍ୟ ହୋଇଥାଏ। ଯେପରିକି ଫୁସଫୁସରେ ଇନଫେକସନ୍ ହେବା,ନିଃଶ୍ୱାସ ପ୍ରଶ୍ଵସରେ ବାଧା ହେବା ଭଳି ଅନେକ ରୋଗ ହୋଇଥାଏ।
The post ଜାଣନ୍ତୁ ରାତିରେ କାହିଁକି ଦହି ଖାଇବାକୁ ମନା ? appeared first on .