ଜାଣିଶୁଣି ଝଗଡ଼ା କରିବାକୁ ଚେଷ୍ଟା କରୁଛନ୍ତି ବିରାଟ କୋହଲି…ସିଡନୀ ଟେଷ୍ଟ ପୂର୍ବରୁ ଚମକାଇବା ଭଳି ଦାବି କଲେ…
ନୂଆଦିଲ୍ଲୀ,୨।୧: ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଲଗାତାର ଭାବେ ଅଷ୍ଟ୍ରେଲିଆ ଗସ୍ତରେ ଚର୍ଚ୍ଚାରେ ଅଛନ୍ତି। ଏହା ପଛରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ନୁହେଁ ବରଂ ବିବାଦ ଏବଂ ଝଗଡ଼ା ରହିଛି। ମେଲବର୍ନ ଟେଷ୍ଟ ସମୟରେ ତାଙ୍କୁ ନେଇ ବିବାଦ ବଢ଼ିଥିଲା। ପ୍ରଥମେ ଅଷ୍ଟ୍ରେଲିଆର ରିପୋର୍ଟରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ମଇଦାନରେ ସେ ୧୯ ବର୍ଷୀୟ ଯୁବ ଓପନର ସାମ୍ କନଷ୍ଟସ୍ଙ୍କ ସହ ଝଗଡ଼ା କରିଥିଲେ । ଏହାପରେ ଅଷ୍ଟ୍ରେଲିଆ ଗଣମାଧ୍ୟମ ତାଙ୍କୁ ଟାର୍ଗେଟ […] The post ଜାଣିଶୁଣି ଝଗଡ଼ା କରିବାକୁ ଚେଷ୍ଟା କରୁଛନ୍ତି ବିରାଟ କୋହଲି…ସିଡନୀ ଟେଷ୍ଟ ପୂର୍ବରୁ ଚମକାଇବା ଭଳି ଦାବି କଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨।୧: ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଲଗାତାର ଭାବେ ଅଷ୍ଟ୍ରେଲିଆ ଗସ୍ତରେ ଚର୍ଚ୍ଚାରେ ଅଛନ୍ତି। ଏହା ପଛରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ନୁହେଁ ବରଂ ବିବାଦ ଏବଂ ଝଗଡ଼ା ରହିଛି। ମେଲବର୍ନ ଟେଷ୍ଟ ସମୟରେ ତାଙ୍କୁ ନେଇ ବିବାଦ ବଢ଼ିଥିଲା। ପ୍ରଥମେ ଅଷ୍ଟ୍ରେଲିଆର ରିପୋର୍ଟରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ମଇଦାନରେ ସେ ୧୯ ବର୍ଷୀୟ ଯୁବ ଓପନର ସାମ୍ କନଷ୍ଟସ୍ଙ୍କ ସହ ଝଗଡ଼ା କରିଥିଲେ । ଏହାପରେ ଅଷ୍ଟ୍ରେଲିଆ ଗଣମାଧ୍ୟମ ତାଙ୍କୁ ଟାର୍ଗେଟ କରିଥିଲା। ପରେ ଆଇସିସି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ଏସବୁ ଘଟଣା ଦେଖି ଅଷ୍ଟ୍ରେଲିୟ ଭେଟେରାନ ଏରୋନ ଫିଞ୍ଚ ଚମକାଇବା ଭଳି ବୟାନ ଦେଇଛନ୍ତି। ବିରାଟ ଜାଣିଶୁଣି ଝଗଡ଼ା କରିବାର ଚେଷ୍ଟା କରୁଥିବା ସେ କହିଛନ୍ତି।
ଆରାଉଣ୍ଡ ଦ ଉଇକେଟ ପୋଷ୍ଟକାଷ୍ଟରେ ଫିଞ୍ଚ ବିରାଟଙ୍କ ସହ ଜଡ଼ିତ ବିବାଦର ତର୍ଜମା କରିଥିଲେ। ସେ କହିଥିଲେ ଯେ, ବିରାଟ ଏଭଳି ଜଣେ ଖେଳାଳି, ଯିଏ ସର୍ବଦା ଚାପରେ ଥାଇ ବି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଦେଖି ଏଭଳି ଲାଗୁଛି ଯେ ସେ ଜାଣିଶୁଣି ନିଜକୁ ଏଭଳି ଜିନିଷରେ ଫସାଉଛନ୍ତି ଏବଂ ନିଜକୁ ଜଣେ ବିରୋଧୀ ଭାବେ ଗଢ଼ି ତୋଳୁଛନ୍ତି। କାରଣ ଯେତେବେଳେ କେହି ତାଙ୍କ ବିରୋଧରେ ଛିଡ଼ା ହୁଏ ଏବଂ ଚାପରେ ରୁହେ, ସେତେବେଳେ ହିଁ ସେ ନିଜର ଦକ୍ଷତା ଦେଖାଇ ପାରିଥାନ୍ତି। ଅଷ୍ଟ୍ରେଲିୟ ଭେଟେରାନ କହିଛନ୍ତି ଯେ ବିରାଟ ଚାହୁଁଛନ୍ତି ଯେ ଲୋକେ ତାଙ୍କୁ ଅନୁଭବ କରାନ୍ତୁ ଯେ ଏହି ସିରିଜରେ ତାଙ୍କର ସର୍ବଶ୍ରେଷ୍ଠ ଦେଖିବାକୁ ମିଳିନାହିଁ।
କହିରଖୁଛୁ, କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରି ଆସିଛନ୍ତି। ତାଙ୍କ ଅଙ୍କ ହେଉଛି ଏହାର ପ୍ରମାଣ। ହେଲେ ସେ ଏଯାବତ ନିଜର ପୁରୁଣା ଢ଼ଙ୍ଗରେ ଖେଳୁଥିବା ନଜର ଆସିନାହାନ୍ତି। ପର୍ଥୋର ଟେଷ୍ଟରେ ଶତକ ଲଗାଇବା ପରେ କୋହଲି କୌଣସି ବଡ଼ ଇନିଂସ ଖେଲିପାରିନାହାନ୍ତି। ୨୦୨୪ରେ ତାଙ୍କ ପ୍ରଦର୍ଶନ ଦେଖିଲେ ସେ ୧୯ ଇନିଂସରେ ୨୪.୫୨ ଅନୁପାତରେ ମତ୍ର ୪୧୭ ରନ୍ କରିଛନ୍ତି।
The post ଜାଣିଶୁଣି ଝଗଡ଼ା କରିବାକୁ ଚେଷ୍ଟା କରୁଛନ୍ତି ବିରାଟ କୋହଲି…ସିଡନୀ ଟେଷ୍ଟ ପୂର୍ବରୁ ଚମକାଇବା ଭଳି ଦାବି କଲେ… appeared first on Dharitri Odia News.