ଜାତୀୟ ପତକାକୁ ଅସମ୍ମାନ କରାଯାଇଥିବା ନେଇ ବେଲଲଣ୍ଠା ଥାନାରେ ଅଭିଯୋଗ

ବେଲଗୁଣ୍ଠା, 25/08, ଭାରତୀୟ ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହିତ ଏହାକୁ ମର୍ଯ୍ୟାଦାର ସହିତ ଉତ୍ତୋଳନ ଏବଂ ଅବତରଣ କରିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ I କିନ୍ତୁ ଏହାର ବ୍ୟତିକ୍ରମ ଦେଖାଯାଇଛି ଖୋଦ୍ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ I ଏଠାରେ ଜାତୀୟ ପତାକାକୁ ଗତ ସ୍ୱାଧୀନତା ଦିବସ ଠାରୁ ଲଗାତାର ଭାବେ ଅସମ୍ମାନିତ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବେଲଗୁଣ୍ଠାବାସୀ I ଏଠାରେ ଜାତୀୟ ପତାକାକୁ ବିଧିବଦ୍ଧ ଭାବେ ଅବତରଣ କରିବା ପରିବର୍ତ୍ତେ […] The post ଜାତୀୟ ପତକାକୁ ଅସମ୍ମାନ କରାଯାଇଥିବା ନେଇ ବେଲଲଣ୍ଠା ଥାନାରେ ଅଭିଯୋଗ appeared first on Odisha.News.

ଜାତୀୟ ପତକାକୁ ଅସମ୍ମାନ କରାଯାଇଥିବା ନେଇ ବେଲଲଣ୍ଠା ଥାନାରେ ଅଭିଯୋଗ

ବେଲଗୁଣ୍ଠା, 25/08, ଭାରତୀୟ ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହିତ ଏହାକୁ ମର୍ଯ୍ୟାଦାର ସହିତ ଉତ୍ତୋଳନ ଏବଂ ଅବତରଣ କରିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ I କିନ୍ତୁ ଏହାର ବ୍ୟତିକ୍ରମ ଦେଖାଯାଇଛି ଖୋଦ୍ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ I ଏଠାରେ ଜାତୀୟ ପତାକାକୁ ଗତ ସ୍ୱାଧୀନତା ଦିବସ ଠାରୁ ଲଗାତାର ଭାବେ ଅସମ୍ମାନିତ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବେଲଗୁଣ୍ଠାବାସୀ I ଏଠାରେ ଜାତୀୟ ପତାକାକୁ ବିଧିବଦ୍ଧ ଭାବେ ଅବତରଣ କରିବା ପରିବର୍ତ୍ତେ ଏକ ସ୍ତମ୍ଭରେ ସାଧାରଣ କନା ଭଳି ଗୁଡ଼ାଇ ରଖାଯାଇଥିବା ଅଭିଯୋଗ ହୋଇଛି I ସ୍ଵୟଂ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜାଣିଶୁଣି ଜାତୀୟ ପତାକାକୁ ଏହିଭଳି ଅସମ୍ମାନିତ କରୁ୍ଥିବା ଯୋଗୁଁ ଅଞ୍ଚଳ ବାସୀଙ୍କୁ ଏହା ଖୁବ୍ ଆଘାତ ଦେଇଥିବା ଅଭିଯୋଗ କରାଯାଇଛି I ତେଣୁ ଏ ଦିଗରେ ପ୍ରଶାସନ ଏବଂ ସରକାର ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି I ଏନେଇ ବେଲଗୁଣ୍ଠା ଉପନଗରପାଳ ଟି ବବିତା କୁମାରୀ, ବରିଷ୍ଟ ବିଜେପି ନେତା ରବୀନ୍ଦ୍ରନାଥ ଚୌଧୁରୀ, ଆଇନଜୀବୀ ରାଜା ବିନ୍ଧାଣିରା,ପୂର୍ବତନ କାଉନସିଲର୍ ଯତୀନ୍ କୁମାର ପାତ୍ର, ସୂର୍ଯ୍ୟ ତ୍ରିପାଠି, ଅଞ୍ଜନ ପତି, ମନୋଜ ଦଳେଇ, ସୀତାରାମ ସାହାଣି, କୃଷ୍ଣ, ରିଙ୍କୁ ବିନ୍ଧାଣିରା,କାଳିଆ ଚୌଧୂରୀ, ଜୋହାନ, ବାଦଲ, ରୋଶନ୍ ପାଢୀ, ବଳିଆ ଡାକୁଆଙ୍କ ସମେତ ବହୁ ଜନସାଧାରଣଙ୍କ ଉପସ୍ଥିତିରେ ବେଲଗୁଣ୍ଠା ଥାନା ଅଧିକାରୀଙ୍କୁ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଏତାଲା ଦିଆଯିବା ସହିତ ଏହାର ଏକକିତା ନକଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗ ମୋହନ ମିନା, ଗଂଜାମ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ନିକଟକୁ ପ୍ରେରଣ କରାଯାଇଛି I

The post ଜାତୀୟ ପତକାକୁ ଅସମ୍ମାନ କରାଯାଇଥିବା ନେଇ ବେଲଲଣ୍ଠା ଥାନାରେ ଅଭିଯୋଗ appeared first on Odisha.News.