ଜାତୀୟ ପତାକାକୁ ଅବମାନନା ଅଭିଯୋଗ, ସହ ଶିକ୍ଷକଙ୍କ ଉପରେ ଦୋଷ ଲଦିଲେ ପ୍ରଧାନଶିକ୍ଷକ

କୋକସରା,୧୭ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୭୮ ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଥିବା ବେଳେ କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଅନ୍ତର୍ଗତ ଡହଗାଁ ପଞ୍ଚାୟତ ସର୍ଗିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା କରିଥିବା ନେଇ ଅଭିଯୋଗ ହୋଇଛି। ସ୍କୁଲରେ ସ୍ବାଧୀନତା ଦିବସ ପାଳନ ହୋଇଥିବା ବେଳେ ସରକାରୀ ନିୟମ ଅନୁଯାୟୀ ସନ୍ଧ୍ୟା ୬ଟା ପୂର୍ବରୁ ପତାକା ଅବତରଣ କରିବା କଥା। ତେବେ ସ୍କୁଲର ପ୍ରଧାନଶିକ୍ଷକ ନିର୍ମଳ ସାହୁଙ୍କ ଅବହେଳା କାରଣରୁ ସନ୍ଧ୍ୟା […] The post ଜାତୀୟ ପତାକାକୁ ଅବମାନନା ଅଭିଯୋଗ, ସହ ଶିକ୍ଷକଙ୍କ ଉପରେ ଦୋଷ ଲଦିଲେ ପ୍ରଧାନଶିକ୍ଷକ appeared first on Dharitri Odia News.

ଜାତୀୟ ପତାକାକୁ ଅବମାନନା ଅଭିଯୋଗ, ସହ ଶିକ୍ଷକଙ୍କ ଉପରେ ଦୋଷ ଲଦିଲେ ପ୍ରଧାନଶିକ୍ଷକ

କୋକସରା,୧୭ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୭୮ ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଥିବା ବେଳେ କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଅନ୍ତର୍ଗତ ଡହଗାଁ ପଞ୍ଚାୟତ ସର୍ଗିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା କରିଥିବା ନେଇ ଅଭିଯୋଗ ହୋଇଛି। ସ୍କୁଲରେ ସ୍ବାଧୀନତା ଦିବସ ପାଳନ ହୋଇଥିବା ବେଳେ ସରକାରୀ ନିୟମ ଅନୁଯାୟୀ ସନ୍ଧ୍ୟା ୬ଟା ପୂର୍ବରୁ ପତାକା ଅବତରଣ କରିବା କଥା। ତେବେ ସ୍କୁଲର ପ୍ରଧାନଶିକ୍ଷକ ନିର୍ମଳ ସାହୁଙ୍କ ଅବହେଳା କାରଣରୁ ସନ୍ଧ୍ୟା ୬.୧୮ ମିନିଟ୍‌ ପର୍ଯ୍ୟନ୍ତ ଜାତୀୟ ପତାକା ଅବତରଣ ହୋଇ ନ ଥିବା ବେଳେ ଗ୍ରାମର ଜଣେ ସଚେତନ ଯୁବକ ଜାତୀୟ ପତାକାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ପ୍ରତିବାଦ କରି ଚିତ୍ର ଉତ୍ତୋଳନ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ପଠାଇଥିଲେ। ପରେ ଶିକ୍ଷକ କୌଣସି ସୂତ୍ରରୁ ଖବର ପାଇ ସନ୍ଧ୍ୟା ୭ଟାରେ ପତାକାକୁ ଅବତରଣ କରିଥିବା ନେଇ ସୂଚନା ମିଳିଛି।

ତେବେ ସ୍କୁଲର ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ନେବାରୁ ଅନ୍ୟ ଦୁଇଜଣ ଶିକ୍ଷକଙ୍କୁ ଦାୟିତ୍ୱ ଦେଇଥିଲି, ହେଲେ ସେମାନଙ୍କ ଅବହେଳା ଯୋଗୁ ଏମିତି ହୋଇଛି ବୋଲି ସଫେଇ ଦେଇଛନ୍ତି। ଏନେଇ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରଣୀ ରଶ୍ମିତା ନେତମଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

The post ଜାତୀୟ ପତାକାକୁ ଅବମାନନା ଅଭିଯୋଗ, ସହ ଶିକ୍ଷକଙ୍କ ଉପରେ ଦୋଷ ଲଦିଲେ ପ୍ରଧାନଶିକ୍ଷକ appeared first on Dharitri Odia News.