ଜାତୀୟ ମାଷ୍ଟର ଗେମ୍ସରେ ବିରଳ ରେକର୍ଡ ସୃଷ୍ଟି କଲେ ସନ୍ତୋଷ
ବରଗଡ଼, ୧୦।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ର ସନ୍ତୋଷ କୁମାର ପ୍ରଧାନ ପୁଣିଥରେ ମାଷ୍ଟର କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତ। ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନିଜର ବ୍ୟକ୍ତିଗତ ଇଭେଣ୍ଟ ଟ୍ରିପଲ ଜମ୍ପ, ଲମ୍ବ ଡିଆଁ, ଏବଂ ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ସେ ୩ ସର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ସହିତ ଓଡ଼ିଶା ମାଷ୍ଟର ରିଲେ ଦଳ ଏବଂ ଓଡ଼ିଶା […] The post ଜାତୀୟ ମାଷ୍ଟର ଗେମ୍ସରେ ବିରଳ ରେକର୍ଡ ସୃଷ୍ଟି କଲେ ସନ୍ତୋଷ appeared first on Dharitri Odia News.
ବରଗଡ଼, ୧୦।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ର ସନ୍ତୋଷ କୁମାର ପ୍ରଧାନ ପୁଣିଥରେ ମାଷ୍ଟର କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତ। ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନିଜର ବ୍ୟକ୍ତିଗତ ଇଭେଣ୍ଟ ଟ୍ରିପଲ ଜମ୍ପ, ଲମ୍ବ ଡିଆଁ, ଏବଂ ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ସେ ୩ ସର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ସହିତ ଓଡ଼ିଶା ମାଷ୍ଟର ରିଲେ ଦଳ ଏବଂ ଓଡ଼ିଶା ମିଶ୍ରିତ ରିଲେ ଦଳରେ ଭାଗ ନେଇ ସେ ଉଭୟ ଚାରି ଗୁଣା ଶହେ ମିଟର ଦୌଡରେ ଅନ୍ୟ ରାଜ୍ୟକୁ ପଛରେ ପକାଇ ୨ଟି ସର୍ଣ୍ଣ ପଦକ ହାସଲ ସହିତ ୫ ସ୍ବର୍ଣ୍ଣପଦକ ହାସଲ କରି ସେ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ମଧ୍ୟ ପ୍ରଧାନ ଲଗାତାର ହିସାବରେ ପ୍ରତ୍ୟେକ ଜାତୀୟ ଏବଂ ଆନ୍ତର୍ଜାତୀୟ ମାଷ୍ଟର ଗେମ୍ସ ଓ ଚାମ୍ପିୟନସିପରେ ଅଂଶଗ୍ରହଣ କରି ହ୍ୟାଟ୍ରିକ ପଦକ ଆଣି ମାଷ୍ଟର ଖେଳକୁଦରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଓଡ଼ିଶାରେ ପ୍ରଥମଥର ପାଇଁ ଏହି ଜାତୀୟ ପ୍ରତିଯୋଗିତା ମାଷ୍ଟର ଗେମ୍ସ ଫାଉଣ୍ଡେଶନର ସାଧାରଣ ସମ୍ପାଦକ ଶିବ ପ୍ରସାଦ ମିଶ୍ରଙ୍କ ତତ୍ତାବଧାନରେ ଆୟୋଜିତ ହୋଇଥିଲା।
The post ଜାତୀୟ ମାଷ୍ଟର ଗେମ୍ସରେ ବିରଳ ରେକର୍ଡ ସୃଷ୍ଟି କଲେ ସନ୍ତୋଷ appeared first on Dharitri Odia News.