ଜାତୀୟ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ହାଇ ଆଲର୍ଟରେ ଜାତୀୟ ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ ଯାନବାହାନର କଡ଼ା ଯାଞ୍ଚ କରାଯାଉଛି। ସାକେତ-କନଟ୍... The post ଜାତୀୟ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ appeared first on .

ଜାତୀୟ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ହାଇ ଆଲର୍ଟରେ ଜାତୀୟ ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ ଯାନବାହାନର କଡ଼ା ଯାଞ୍ଚ କରାଯାଉଛି। ସାକେତ-କନଟ୍ ପ୍ଲେସରେ ପୋଲିସ ପାଟ୍ରୋଲିଂ ଜୋରଦାର କରାଯାଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ରାଜଧାନୀ ଦିଲ୍ଲୀରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୋଲିସ ରାଜଧାନୀର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଜିଲ୍ଲାଗୁଡ଼ିକରେ ସାଧାରଣ ପାଟ୍ରୋଲିଂ ଅଭିଯାନ ଜାରି ରଖିଛନ୍ତି। ଯେଉଁଥିରେ ପ୍ରାୟ ୧୩୦୦ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବସ୍ ଏବଂ ସାର୍ବଜନୀନ ସ୍ଥାନରେ କଡ଼ା ଯାଞ୍ଚ କରାଯାଉଛି। ସହରର ଅନେକ ପ୍ରମୁଖ ସ୍ଥାନରେ ବରିଷ୍ଠ ପୋଲିସ ଅଧିକାରୀ ରହି ଯାଞ୍ଚ କରୁଛନ୍ତି। ସୁରକ୍ଷା କାରଣରୁ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି।

ଭିଡ଼ ସମୟରେ ସର୍ବାଧିକ ଯାଞ୍ଚ କରିବା ଏବଂ ସାଧାରଣ ଲୋକଙ୍କୁ ସୁରକ୍ଷାର ଆଶ୍ୱସ୍ତି ଦେବା ପୋଲିସର ମୁଖ୍ୟ କାର୍ଯ୍ୟ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଦିଲ୍ଲୀ ପୋଲିସ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ନାଗରିକଙ୍କ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା ବୋଲି କହିଛି ପୋଲିସ।

The post ଜାତୀୟ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ appeared first on .