ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ
ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମଠଖାଇ ଜଙ୍ଗଲ ସନ୍ନିକଟ ବଲାଙ୍ଗୀର-ଦେଓଗାଁ ୨୬ ନଂ ଜାତୀୟ ରାଜପଥ କଡ଼ରୁ ଦୁଇଜଣ ଅପରିଚିତ ଯୁବକଙ୍କ ମୃତଦେହକୁ ବୁଧବାର ସଦର ଥାନା ପୋଲିସ ଉଦ୍ଧାର କରିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତଦେହ ପାଖରେ ଏକ ବାଇକ୍ ପଡ଼ିଥିବାରୁ ଦୁର୍ଘଟଣାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଦୁଇ ଯୁବକଙ୍କ ପରିଚୟ ମିଳିନାହିଁ। ତେବେ ବାଇକ ନମ୍ବର (ଓଡି୧୨ ଜି ୨୭୩୧)ରୁ ସେମାନେ […] The post ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ appeared first on Dharitri Odia News.
ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମଠଖାଇ ଜଙ୍ଗଲ ସନ୍ନିକଟ ବଲାଙ୍ଗୀର-ଦେଓଗାଁ ୨୬ ନଂ ଜାତୀୟ ରାଜପଥ କଡ଼ରୁ ଦୁଇଜଣ ଅପରିଚିତ ଯୁବକଙ୍କ ମୃତଦେହକୁ ବୁଧବାର ସଦର ଥାନା ପୋଲିସ ଉଦ୍ଧାର କରିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତଦେହ ପାଖରେ ଏକ ବାଇକ୍ ପଡ଼ିଥିବାରୁ ଦୁର୍ଘଟଣାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଦୁଇ ଯୁବକଙ୍କ ପରିଚୟ ମିଳିନାହିଁ। ତେବେ ବାଇକ ନମ୍ବର (ଓଡି୧୨ ଜି ୨୭୩୧)ରୁ ସେମାନେ ଫୁଲବାଣୀ ଜିଲା ଅଧିବାସୀ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ପୋଲିସ ମୃତଦେହ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରଖିଥିବା ଜଣାପଡିଛି। ତେବେ ଯୁବକଙ୍କ ମୃତ୍ୟୁକୁ ନ଼େଇ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି।
The post ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ appeared first on Dharitri Odia News.