ଜାତୀୟ ରାଜପଥ ଡିଭାଇଡରରେ ପିଟି ହେଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର

ବଡବିଲ,୧୪।୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିଥାନା ଅଧୀନ ୫୨୦ ନମ୍ବର ଜାତୀୟ ରାଜପଥ ତୋପାଡିହି ନିକଟରେ ଏକ ବାଇକ୍‌ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି। ମୃତକ ହେଲେ ନୟାକୋଟ ଥାନା ସୁନ୍ଦରା ଗ୍ରାମର ସନାତନ ଦେହୁରୀ(୨୦)। ଆହତ ମାନସ ସେଠ୍‌ ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଏକ ବାଇକ୍‌ ଯୋଗେ ସନାତନ ଓ ମାନସ ରୁଗୁଡିରୁ କୋଇଡ଼ା ଯାଉଥିବାବେଳେ ରସ୍ତା […] The post ଜାତୀୟ ରାଜପଥ ଡିଭାଇଡରରେ ପିଟି ହେଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର appeared first on Dharitri Odia News.

ଜାତୀୟ ରାଜପଥ ଡିଭାଇଡରରେ ପିଟି ହେଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର

ବଡବିଲ,୧୪।୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିଥାନା ଅଧୀନ ୫୨୦ ନମ୍ବର ଜାତୀୟ ରାଜପଥ ତୋପାଡିହି ନିକଟରେ ଏକ ବାଇକ୍‌ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି। ମୃତକ ହେଲେ ନୟାକୋଟ ଥାନା ସୁନ୍ଦରା ଗ୍ରାମର ସନାତନ ଦେହୁରୀ(୨୦)। ଆହତ ମାନସ ସେଠ୍‌ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଏକ ବାଇକ୍‌ ଯୋଗେ ସନାତନ ଓ ମାନସ ରୁଗୁଡିରୁ କୋଇଡ଼ା ଯାଉଥିବାବେଳେ ରସ୍ତା ଡିଭାଇଡରରେ ପିଟି ହୋଇଯାଇଥିଲେ। ଫଳରେ ବାଇକ୍‌ଟି ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଥିବା ବେଳେ ସନାତନ ଏବଂ ମାନସ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ସନାତନଙ୍କ ମୃତ୍ୟୁ ଘଟିଥିଲା। ମାନସଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷେ ପ୍ରବଳ ଧୂଳି ଯୋଗୁ ଜାତୀୟ ରାଜପଥର ଭଦ୍ରାସାହିରୁ କୋଇଡା ପର୍ଯ୍ୟନ୍ତ ରାସ୍ତା ଡିଭାଇଡର ଦୃଶ୍ୟମାନ ହେଉ ନ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ନେଇ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

The post ଜାତୀୟ ରାଜପଥ ଡିଭାଇଡରରେ ପିଟି ହେଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର appeared first on Dharitri Odia News.